ହାଇଦ୍ରାବାଦ: ଚଳିତ ବିଶ୍ବକପ୍ ୨୦୨୩ରେ ନ୍ୟୁଜିଲାଣ୍ଡ ଷ୍ଟାର ଅଲରାଉଣ୍ଡର ରଚିନ ରବୀନ୍ଦ୍ରଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଶ୍ରୀଲଙ୍କା ବିପକ୍ଷରେ ୪୨ ରନର ଦମଦାର ପାଳି ବଳରେ ସେ ଏବେ ବିଶ୍ବକପ୍ ୨୦୨୩ରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ହୋଇଛନ୍ତି । ଏହାରି ଭିତରେ ତାଙ୍କୁ ମିଳିଛି ଆଉ ଏକ ବଡ଼ ସଫଳତା । ଅକ୍ଟୋବର ମାସ ପାଇଁ ଶ୍ରେଷ୍ଠ ଖେଳାଳି ଭାବେ ତାଙ୍କ ନାମ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ସେପଟେ ଶ୍ରେଷ୍ଠ ମହିଳା କ୍ରିକେଟର୍ ଭାବେ ୱେଷ୍ଟଇଣ୍ଡିଜ ମହିଳା କ୍ରିକେଟ୍ ଦଳର ଅଧିନାୟିକା ହେଲେ ମାଥ୍ୟୁସଙ୍କ ନାମ ଘୋଷଣା କରାଯାଇଛି ।
-
Rachin Ravindra mesmerised the world with his phenomenal performance at #CWC23, earning him the ICC Men's Player of the Month award 🏅
— ICC (@ICC) November 10, 2023 " class="align-text-top noRightClick twitterSection" data="
Details 👉 https://t.co/pht5clrQr5 pic.twitter.com/rRdQZzQEYz
">Rachin Ravindra mesmerised the world with his phenomenal performance at #CWC23, earning him the ICC Men's Player of the Month award 🏅
— ICC (@ICC) November 10, 2023
Details 👉 https://t.co/pht5clrQr5 pic.twitter.com/rRdQZzQEYzRachin Ravindra mesmerised the world with his phenomenal performance at #CWC23, earning him the ICC Men's Player of the Month award 🏅
— ICC (@ICC) November 10, 2023
Details 👉 https://t.co/pht5clrQr5 pic.twitter.com/rRdQZzQEYz
ଅକ୍ଟୋବର ମାସର ଶ୍ରେଷ୍ଠ କ୍ରିକେଟର ରଚିନ ରବୀନ୍ଦ୍ର: ଭାରତରେ ଜାରି ରହିଥିବା ବିଶ୍ବକପ୍ ୨୦୨୩ରେ ଏପର୍ଯ୍ୟନ୍ତ ଦମଦାର ଫର୍ମ ପ୍ରଦର୍ଶନ କରିଛନ୍ତି ରଚିନ ରବୀନ୍ଦ୍ର । ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ଏହାର ସମସ୍ତ ୯ଟି ମ୍ୟାଚ୍ ଖେଳି ସାରିଥିବାବେଳେ ସେଥିରୁ ୩ ଶତକ ଓ ୨ ଅର୍ଦ୍ଧଶତକ ସହ ୭୦.୬୨ ବ୍ୟାଟିଂ ହାରରେ ୫୬୫ ରନ୍ ସଂଗ୍ରହ କରିଛନ୍ତି ରଚିନ । ଯାହାକି ବିଶ୍ବକପ୍ ଖେଳୁଥିବା କୌଣସି ବ୍ୟାଟରଙ୍କ ତୁଳନାରେ ସର୍ବାଧିକ । ଯାହା ଫଳରେ ତାଙ୍କୁ ଅକ୍ଟୋବର ମାସର ଶ୍ରେଷ୍ଠ ଖେଳାଳି ଭାବେ ଆଇସିସି ବିବେଚିତ କରିଛି । ଏହି ରେସ୍ରେ ଥିବା ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ୱିକେଟ୍କିପର-ବ୍ୟାଟର କ୍ବିଣ୍ଟନ ଡିକକ୍ ଓ ଭାରତୀୟ ସ୍ପିଡ୍ଷ୍ଟାର ଯଶପ୍ରୀତ ବୁମ୍ରାଙ୍କୁ ପଛରେ ପକାଇ ରଚିନ ଅକ୍ଟୋବର ମାସର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଛନ୍ତି ।
-
The West Indies captain clinched the ICC Women's Player of the Month award with an impressive all-around performance in October 🌟
— ICC (@ICC) November 10, 2023 " class="align-text-top noRightClick twitterSection" data="
Details ➡️ https://t.co/KfN9oLk8rQ pic.twitter.com/os8pFLWNKu
">The West Indies captain clinched the ICC Women's Player of the Month award with an impressive all-around performance in October 🌟
— ICC (@ICC) November 10, 2023
Details ➡️ https://t.co/KfN9oLk8rQ pic.twitter.com/os8pFLWNKuThe West Indies captain clinched the ICC Women's Player of the Month award with an impressive all-around performance in October 🌟
— ICC (@ICC) November 10, 2023
Details ➡️ https://t.co/KfN9oLk8rQ pic.twitter.com/os8pFLWNKu
ଶ୍ରେଷ୍ଠ ମହିଳା କ୍ରିକେଟର ଆୱାର୍ଡ ପାଇଲେ ହେଲେ ମାଥ୍ୟୁସ: ସେପଟେ ମହିଳା ପ୍ଲେୟର ଅଫ୍ ଦି ମନ୍ଥ ଭାବେ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ହେଲେ ମାଥ୍ୟୁସଙ୍କ ନାମ ଘୋଷଣା କରିଛି ଆଇସିସି । ହେଲେ ୱେଷ୍ଟଇଣ୍ଡିଜର ଅଧିନାୟିକା ଦାୟିତ୍ବରେ ଅଛନ୍ତି । ସେ ନିକଟରେ ଅଷ୍ଟ୍ରେଲିଆରେ ଆୟୋଜିତ ଟି୨୦ ଶୃଙ୍ଖଳାରେ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ କରିଥିଲେ ।
- " class="align-text-top noRightClick twitterSection" data="">
ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଭାରତ-ନ୍ୟୁଜିଲାଣ୍ଡ ସେମି ଟକ୍କର ! ପାକିସ୍ତାନ ଆଗରେ ବଡ ଚ୍ୟାଲେଞ୍ଜ
'ଭାରତରେ ବିଶ୍ବକପ୍ ଖେଳିବାର ଅନୁଭୂତି ସ୍ବତନ୍ତ୍ର': ସେପଟେ ଏହି ପୁରସ୍କାର ପାଇବା ପରେ ୨୩ ବର୍ଷୀୟ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ରଚିନ ରବୀନ୍ଦ୍ର କହିଛନ୍ତି, "ଏହି ପୁରସ୍କାର ପାଇ ମୁଁ ବହୁତ କୃତଜ୍ଞ । ଏହି ମାସ ବ୍ୟକ୍ତିଗତ ଭାବରେ ମୋ ପାଇଁ ଓ ମୋ ଦଳ ପାଇଁ ଏକ ବିଶେଷ ମାସ ଥିଲା । ଭାରତରେ ବିଶ୍ବକପ୍ ଖେଳିବାର ଅନୁଭୂତି ପ୍ରକୃତରେ ମୋ ପାଇଁ ସ୍ବତନ୍ତ୍ର । ଦଳର ସମର୍ଥନ ମୋତେ ବହୁତ ସାହାଯ୍ୟ ମିଳୁଛି । କାରଣ ଆପଣ ସ୍ବାଧୀନ ଭାବେ କ୍ରିଜକୁ ଗଲେ ହିଁ ଆପଣଙ୍କର ବାସ୍ତବ ଖେଳ ଖେଳିପାରିବେ । ସୌଭାଗ୍ୟବଶତଃ ଏଠାରେ ୱିକେଟ୍ ବ୍ୟାଟିଂ ପାଇଁ ବେଶ ଅନୁକୂଳ, ଯାହା ମୋତେ ଖେଳିବାକୁ ସାହାଯ୍ୟ କରୁଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ