ETV Bharat / sports

ICC Women's WC: ଦକ୍ଷିଣ ଆଫ୍ରିକାକୁ ୨୭୫ ରନ ଟାର୍ଗେଟ ଦେଲା ଭାରତ - ଆଇସିସି ମହିଳା ବିଶ୍ବକପ

୫୦ ଓଭରରେ ୭ ୱିକେଟ ହରାଇ ୨୭୪ ରନ କରିଛି ଭାରତ । ଦକ୍ଷିଣ ଆଫ୍ରିକାକୁ ୨୭୫ ରନର ଟାର୍ଗେଟ ଦେଇଛି ଇଣ୍ଡିଆ । ଅଧିକ ପଢନ୍ତୁ

ଦକ୍ଷିଣ ଆଫ୍ରିକାକୁ ୨୭୫ ରନ ଟାର୍ଗେଟ ଦେଲା ଭାରତ

author img

By

Published : Mar 27, 2022, 10:26 AM IST

Updated : Mar 27, 2022, 11:47 AM IST

ଖ୍ରୀଷ୍ଟଚର୍ଚ୍ଚ: ଚଳିତ ମହିଳା ବିଶ୍ବକପରେ ଆଜି ଅନୁଷ୍ଠିତ ଏକ ଲିଗ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା । ଟସ ଜିତି ପ୍ରଥମେ ବ୍ୟାଟଂ କରିଥିବା ଭାରତ । ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଛି ଟିମ ଇଣ୍ଡିଆ । ମନ୍ଧାନା, ମିଥାଲି ଓ ଶେଫାଳି ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ୫୦ ଓଭରରେ ୭ ୱିକେଟ ହରାଇ ୨୭୪ ରନ କରିଛି ଭାରତ । ଦକ୍ଷିଣ ଆଫ୍ରିକାକୁ ୨୭୫ ରନର ଟାର୍ଗେଟ ଦେଇଛି ଇଣ୍ଡିଆ । ସ୍ମୃତି ମାନ୍ଧାନା ସର୍ବାଧିକ ୭୧ ରନ କରିଛନ୍ତି ।

ଟସ ଜିତି ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଭାରତ । ଦଳ ପକ୍ଷରୁ ଓପନିଂ ଯୋଡି ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ପାଳି ଆରମ୍ଭ କରିଥିଲେ । ଉଭୟେ ଓପନିଂରେ ୯୧ ରନ୍ କରିଥିଲେ । ଶେଫାଳି ୪୦ ବଲରେ ୫୦ ରନ ସଂଗ୍ରହ କରିଥିଲେ । ୫୩ ରନ୍ କରି ରନ ଆଉଟ ହୋଇଥିଲେ ଶେଫାଳି । ପରେ ପରେ ୟାସ୍ତିକା ଭାଟିଆ ୨ରନ କରି ସଅଳ ପାଭିଲିୟନ ଫେରିଥିଲେ । ସ୍ମୃତି ମନ୍ଧାନା ଦମଦାର ବ୍ୟାଟିଂ କରିଥିଲେ । ୮୪ ବଲରେ ୭୧ ରନ୍ କରି ମାସାବାଟା କ୍ଲାସଙ୍କ ବଲରେ ଆଉଟ ହୋଇଥିଲେ ସ୍ମୃତି । ମିଥାଲି ରାଜ ୬୮ ଓ ହରମନପ୍ରିତ କୌର ୪୮ ରନ୍ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ ।

୨୪୦ରେ ଦଳ ୫ଟି ୱିକେଟ ହରାଇଥିଲା । ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଫଳରେ ଦଳୀୟ ସ୍କୋର ୨୭୪ ରନରେ ପହଁଚାଇଥିଲେ । ଫଳରେ ଦଳ ୭ ଓ୍ବିକେଟ୍ ହରାଇ ୨୭୪ ରନ୍ କରିବାରେ ସକ୍ଷମ ହେବା ସହ ଦକ୍ଷିଣ ଆଫ୍ରିକାକୁ ୨୭୫ ରନର ଟାର୍ଗେଟ୍ ଦେଇଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଶବନମ ଇସମାଇଲ୍ ଓ ମାସାବାଟା କ୍ଲାସ ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଥିବା ବେଳେ ଆୟାବୋଙ୍ଗା କାପ୍ ଓ ଚୋଲେ ଟ୍ରାଏନ୍ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ ।

Last Updated : Mar 27, 2022, 11:47 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.