ETV Bharat / sports

ICC ମହିଳା ଟି20 ବ୍ୟାଟିଂ ମାନ୍ୟତା: ଶେଫାଳି ଶୀର୍ଷରେ ସ୍ଥିର

author img

By

Published : Jul 13, 2021, 5:14 PM IST

773 ରେଟିଂ ପଏଣ୍ଟ ସହ ଭାରତୀୟ ଓପନର ଶେଫାଳି ବର୍ମା ICC ମହିଳା ଟି20 ବ୍ୟାଟିଂ ମାନ୍ୟତାର ଶୀର୍ଷରେ ରହିଛନ୍ତି । ଅଧିକ ପଢନ୍ତୁ...

ICC Women's T20I Rankings : Shafali verma on top
ICC ମହିଳା ଟି20 ବ୍ୟାଟିଂ ମାନ୍ୟତା: ଶେଫାଳି ଶୀର୍ଷରେ ସ୍ଥିର

ହାଇଦ୍ରାବାଦ: ICC ମହିଳା ଟି20 ବ୍ୟାଟିଂ ମାନ୍ୟତାରେ ଭାରତୀୟ ଓପନର ଶେଫାଳି ବର୍ମାଙ୍କ ରାଜୁତି । ସଦ୍ୟ ପ୍ରକାଶିତ ବ୍ୟାଟିଂ ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । 773 ରେଟିଂ ପଏଣ୍ଟ ସହ ଶେଫାଳି ନମ୍ବର 1 ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲୀୟ ବେଥ ମୁନି ଓ ମେଗ ଲାନିଙ୍ଗ୍‌ ଯଥାକ୍ରମେ 744 ଓ 709 ପଏଣ୍ଟ ସହ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ୟତମ ଭାରତୀୟ ଓପନର ସ୍ମୃତି ମାନ୍ଧାନା 695 ରେଟିଂ ପଏଣ୍ଟ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ଏଲିସ ହେଲି ପଞ୍ଚମ, ସୋଫି ଡିଭାଇନ ଷଷ୍ଠ ଓ ସୁଜି ବେଟ୍‌ସ ସପ୍ତମ ସ୍ଥାନରେ ରହିଛନ୍ତି । ୱେଷ୍ଟଇଣ୍ଡିଜର ଷ୍ଟାଫନିଏ ଟେଲର ଅଷ୍ଟମ ଓ ଇଂଲଣ୍ଡର ନାଟଲିଏ ସ୍କିଭର ଦୁଇଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନରେ ଓ କାଥରିନ ବ୍ରେସ ଦଶମ ସ୍ଥାନରେ ରହିଛନ୍ତି ।

ସେହିପରି ମହିଳା ଟି20 ଅଲରାଉଣ୍ଡର ମାନ୍ୟତାର ଶ୍ରେଷ୍ଠ 10 ସ୍ଥାନ ମଧ୍ୟରେ ଏକମାତ୍ର ଭାରତୀୟ ଭାବେ ପଞ୍ଚମ ସ୍ଥାନରେ ଦିପ୍ତୀ ଶର୍ମା ରହିଛନ୍ତି ।

🔝 Batter
🔝 All-rounder@windiescricket star Stafanie Taylor sizzles in the latest @MRFWorldwide ICC Women's ODI Rankings 🔥 pic.twitter.com/OlcuWfEuvV

— ICC (@ICC) July 13, 2021 " class="align-text-top noRightClick twitterSection" data=" ">

ଅନ୍ୟପଟେ ICC ମହିଳା ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନ ଭାରତୀୟ କ୍ୟାପଟେନ ମିତାଲି ରାଜଙ୍କ ଠାରୁ ଛଡାଇ ନେଇଛନ୍ତି କାରବିୟନ ଷ୍ଟାର ଷ୍ଟାଫନିଏ ଟେଲର । ଟେଲର 4ଟି ସ୍ଥାନ ଉପରକୁ ଉଠି 766 ପଏଣ୍ଟ ସହ ଶୀର୍ଷ ସ୍ଥାନରେ ଥୀବାବେଳେ, ସଦ୍ୟ ପ୍ରକାଶିତ ସୂଚୀରେ ମିତାଲି ଗୋଟିଏ ସ୍ଥାନ ତଳକୁ ଖସି 762 ପଏଣ୍ଟ ସହ ତାଲିକାର ଦ୍ବିତୀୟରେ ରହିଛନ୍ତି । ଅନ୍ୟତମ ଭାରତୀୟ ଭାବେ ଓପନର ସ୍ମୃତି ମାନ୍ଧାନା 701 ରେଟିଂ ପଏଣ୍ଟ ସହ ଶୀର୍ଷ 10 ମଧ୍ୟରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହାଇଦ୍ରାବାଦ: ICC ମହିଳା ଟି20 ବ୍ୟାଟିଂ ମାନ୍ୟତାରେ ଭାରତୀୟ ଓପନର ଶେଫାଳି ବର୍ମାଙ୍କ ରାଜୁତି । ସଦ୍ୟ ପ୍ରକାଶିତ ବ୍ୟାଟିଂ ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । 773 ରେଟିଂ ପଏଣ୍ଟ ସହ ଶେଫାଳି ନମ୍ବର 1 ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲୀୟ ବେଥ ମୁନି ଓ ମେଗ ଲାନିଙ୍ଗ୍‌ ଯଥାକ୍ରମେ 744 ଓ 709 ପଏଣ୍ଟ ସହ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ୟତମ ଭାରତୀୟ ଓପନର ସ୍ମୃତି ମାନ୍ଧାନା 695 ରେଟିଂ ପଏଣ୍ଟ ସହ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ଏଲିସ ହେଲି ପଞ୍ଚମ, ସୋଫି ଡିଭାଇନ ଷଷ୍ଠ ଓ ସୁଜି ବେଟ୍‌ସ ସପ୍ତମ ସ୍ଥାନରେ ରହିଛନ୍ତି । ୱେଷ୍ଟଇଣ୍ଡିଜର ଷ୍ଟାଫନିଏ ଟେଲର ଅଷ୍ଟମ ଓ ଇଂଲଣ୍ଡର ନାଟଲିଏ ସ୍କିଭର ଦୁଇଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନରେ ଓ କାଥରିନ ବ୍ରେସ ଦଶମ ସ୍ଥାନରେ ରହିଛନ୍ତି ।

ସେହିପରି ମହିଳା ଟି20 ଅଲରାଉଣ୍ଡର ମାନ୍ୟତାର ଶ୍ରେଷ୍ଠ 10 ସ୍ଥାନ ମଧ୍ୟରେ ଏକମାତ୍ର ଭାରତୀୟ ଭାବେ ପଞ୍ଚମ ସ୍ଥାନରେ ଦିପ୍ତୀ ଶର୍ମା ରହିଛନ୍ତି ।

ଅନ୍ୟପଟେ ICC ମହିଳା ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନ ଭାରତୀୟ କ୍ୟାପଟେନ ମିତାଲି ରାଜଙ୍କ ଠାରୁ ଛଡାଇ ନେଇଛନ୍ତି କାରବିୟନ ଷ୍ଟାର ଷ୍ଟାଫନିଏ ଟେଲର । ଟେଲର 4ଟି ସ୍ଥାନ ଉପରକୁ ଉଠି 766 ପଏଣ୍ଟ ସହ ଶୀର୍ଷ ସ୍ଥାନରେ ଥୀବାବେଳେ, ସଦ୍ୟ ପ୍ରକାଶିତ ସୂଚୀରେ ମିତାଲି ଗୋଟିଏ ସ୍ଥାନ ତଳକୁ ଖସି 762 ପଏଣ୍ଟ ସହ ତାଲିକାର ଦ୍ବିତୀୟରେ ରହିଛନ୍ତି । ଅନ୍ୟତମ ଭାରତୀୟ ଭାବେ ଓପନର ସ୍ମୃତି ମାନ୍ଧାନା 701 ରେଟିଂ ପଏଣ୍ଟ ସହ ଶୀର୍ଷ 10 ମଧ୍ୟରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.