ETV Bharat / sports

ICC Womens T20 World Cup: ଭାରତର ବିଜୟଧାରା ଜାରି, 6 ୱିକେଟରେ ହାରିଲା ଇଣ୍ଡିଜ

ଆଇସିସି ମହିଳା ଟି-ଟ୍ବେଣ୍ଟି ବିଶ୍ବକପରେ ଭାରତୀୟ ଦଳରେ ବିଜୟଧାରା ଜାରି ରହିଛି । ୱେଷ୍ଟଇଣ୍ଡିଜକୁ 6 ୱିକେଟରେ ହରାଇ କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

India vs west indies T20 World Cup match

author img

By

Published : Feb 16, 2023, 7:09 AM IST

କେପଟାଉନ: ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଥମ ମୁକାବିଲାରେ ପାକିସ୍ତାନ ଓ ଦ୍ବିତୀୟ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଟିମ ଇଣ୍ଡିଆ କ୍ରମାଗତ ବିଜୟ ହାସଲ କରିଛି । ବୁଧବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ଅନୁଷ୍ଠିତ ମ୍ୟାଚରେ ଭାରତ 6 ୱିକେଟରେ ବିଜୟ ଲାଭ କରିଛି । ଦିପ୍ତୀ ଶର୍ମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଏହା ସହ ପ୍ରଥମ ଭାରତୀୟ ଭାବେ ଦିପ୍ତୀ ଶର୍ମା 100 ୱିକେଟ ହାସଲ କରିଛନ୍ତି ।

କେପଟାଉନର ନ୍ୟୁଲାଣ୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିଲା ମ୍ୟାଚ । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ । ଆରମ୍ଭରୁ ହିଁ ବିପର୍ଯ୍ୟୟର ଶିକାର ହୋଇଥିଲା ଇଣ୍ଡିଜ ଦଳ । ଅଧିନାୟିକା ମାଥ୍ୟୁସ 2 ରନ କରି ସଅଳ ପାଭିଲୟନ ଫେରିଥିଲେ । ପୂଜା ବସ୍ତ୍ରାକାରଙ୍କ ଶିକାର ହୋଇଥିଲେ ମାଥ୍ୟୁସ । କାମ୍ପବେଲ ଓ ଟେଲର ସ୍ଥିତି ସମ୍ଭାଳି ଖେଳିଥିଲେ । ମାତ୍ର 13 ତମ ଓଭରରେ ଦଳର ଆଉ ଏକ ୱିକେଟ ପତନ ହୋଇଥିଲା ।

ଦିପ୍ତୀ ଶର୍ମାଙ୍କ ଶିକାର ହୋଇଥିଲେ ସିମେନ କାମ୍ପବେଲ । 36 ବଲ ଖେଳି 30 ରନ କରି ଆଉଟ ହୋଇଥିଲେ । ପରେ ପରେ ପୁଣି 42 ରନ କରିଥିବା ଷ୍ଟାଫିନ ଟେଲରଙ୍କୁ ଏଲବିଡବ୍ଲୁ କରିଥିଲେ ଦିପ୍ତୀ । 14 ତମ ଓଭରରେ ଚିନେଲେ ହେନେରୀଙ୍କ ରନ ଆଉଟ କରିଥିଲେ ସ୍ମୃତି ମାନ୍ଧନା । ଏହାପରେ ରେଣୁକା ଶର୍ମା ସାବିକାଙ୍କୁ ଆଉଟ କରିଥିଲେ । ପରେ ପରେ ପୁଣି ଦିପ୍ତୀ ଶର୍ମାଙ୍କ ଶିକାର ହୋଇଥିଲେ ଅଫେ ଫ୍ଲେଚର ।

ଦଳୀୟ ସ୍କୋର 1115ରେ ଦଳର 6 ଟି ୱିକେଟ ପତନ ହୋଇଥିଲା । ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 118 ରନ କରିଥିଲା ଇଣ୍ଡିଜ । ଭାରତକୁ 119 ରନ ବିଜୟ ଲକ୍ଷ୍ୟ ମିଳିଥିଲା । ଦିପ୍ତୀ ଶର୍ମା 15 ରନ ଦେଇ 3 ୱିକେଟ ନେଇ ପ୍ରଥମ ଭାରତୀୟ ଭାବେ ଟି-20ରେ 100 ୱିକେଟ ହାସଲ କରିଥିଲେ । ଏହା ସହିତ ସେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ପୂଜା ବସ୍ତ୍ରାକାର 21 ରନ ଦେଇ ଗୋଟିଏ ୱିକେଟ ହାସଲ କରିଥିଲେ ।

ଏହା ବି ପଢନ୍ତୁ...ICC Latest Rankings: ଟିମ୍‌ ଇଣ୍ଡିଆର 'ବିରାଟ' ସଫଳତା, ସମସ୍ତ ଫର୍ମାଟ୍‌ରେ ନମ୍ବର ଓ୍ୱାନ୍

119ର ସହଜ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଟିମ ଇଣ୍ଡିଆ । ଦଳୀୟ ସ୍କୋର 32ରେ ଭାରତର ପ୍ରଥମ ୱିକେଟ ପତନ ହୋଇଥିଲା । ସ୍ମୃତି ମାନ୍ଧନା 10ରନ କରି କରିସ୍ମା ରାମହାରକଙ୍କ ବଲରେ ଆଉଟ ହୋଇଥିଲେ । ପରେ ପରେ ଜେମିମି ରୋଡ୍ରିଗ୍ସ 1 ରନ କରି ସଅଳ ପାଭିଲିୟନ ଫେରିଥିଲେ । ଶେଫାଳି ବର୍ମା 28 ରନ କରି ଆଉଟ ହୋଇଥିଲେ । ହର୍ମନପ୍ରୀତ କୌର ଓ ରିଟା ଘୋଷ ସ୍ଥିତି ସମ୍ଭାଳି ଖେଳିଥିଲେ । 17ତମ ଓଭରରେ ଦଳୀୟ ସ୍କୋର 115ରେ ହର୍ମନପ୍ରୀତ କୌର 33 ରନ କରି ଆଉଟ ହୋଇଥିଲେ ।

ୱିକେଟ କିପର ବ୍ୟାଟର ରିଚା ଘୋଷ ଅପରାଜିତ ରହି 5 ଚୌକା ସହ 42 ରନ କରି ଦଳକୁ ବିଜୟୀ କରାଇଥିଲେ । ଭାରତ 18.1 ଓଭରରେ 4 ୱିକେଟ ହରାଇ 119 ରନ କରିଥିଲେ । ୱେଷ୍ଟଇଣ୍ଡିଜ ପକ୍ଷରୁ କରିସ୍ମା ରାମହରାକ 2ଟି ୱିକେଟ ନେଇଥିଲେ ।

ସେହିପରି ଅନ୍ୟ ଏକ ମୁକାବିଲା ପାକିସ୍ତାନ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିଲା । 70 ରନରେ ଆୟର୍ଲାଣ୍ଡକୁ ହରାଇ ବିଜୟ ଖାତା ଖୋଲିଛି ପାକିସ୍ତାନ । ଆଜି (ଗୁରୁବାର) ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତି ସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.