ETV Bharat / sports

ICC Test Rankings: ଅଲରାଉଣ୍ଡର ତାଲିକାରେ ଷ୍ଟୋକ୍ସଙ୍କୁ ହଟାଇ ଦ୍ବିତୀୟରେ ଜାଡେଜା - ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା

ଇଂଲଣ୍ଡର ବେନ ଷ୍ଟୋକ୍ସଙ୍କୁ ପଛରେ ପକାଇ ଟିମ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଇସିସି ଟେଷ୍ଟ ମାନ୍ୟତା ଦ୍ବିତୀୟ ସ୍ଥାନକୁ ଉନ୍ନୀତ । ଅଧିକ ପଢନ୍ତୁ...

ICC Test Rankings: Jadeja rises to No. 2 in all-rounders list
ICC Test Rankings: ଅଲରାଉଣ୍ଡର ତାଲିକାରେ ଷ୍ଟୋକ୍ସଙ୍କୁ ହଟାଇ ଦ୍ବିତୀୟରେ ଜାଡେଜା
author img

By

Published : Jun 9, 2021, 5:02 PM IST

ହାଇଦ୍ରାବାଦ: ପ୍ରକାଶ ପାଇଛି ଆଇସିସି ଟେଷ୍ଟ ମାନ୍ୟତା । ସଦ୍ୟତମ ପ୍ରକାଶିତ ମାନ୍ୟତାରେ ଅଲରାଉଣ୍ଡର ତାଲିକାରେ ଇଂଲଣ୍ଡର ବେନ ଷ୍ଟୋକ୍ସଙ୍କୁ ପଛରେ ପକାଇ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ଟିମ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଜୁନ 9ରେ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାରେ ଜାଡେଜା କେବଳ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଜେସନ ହୋଲ୍ଡରଙ୍କ ପଛକୁ ରହିଛନ୍ତି । ହୋଲ୍ଡର ଲଗାତାର ଭାବେ ପ୍ରଥମ ସ୍ଥାନ ବଜାୟ ରଖିବାକୁ ସଫଳ ହୋଇଛନ୍ତି ।

386 ପଏଣ୍ଟ ସହ ଜାଡେଜା ହୋଲ୍ଡରଙ୍କ ଠାରୁ 37 ପଏଣ୍ଟ ପଛରେ ରହିଛନ୍ତି ଓ ବେନ ଷ୍ଟୋକ୍ସଙ୍କ ଠାରୁ ଗୋଟିଏ ରେଟିଂ ପଏଣ୍ଟ ଆଗରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇଟିକିଆ ଘରୋଇ ସିରିଜରେ ଷ୍ଟୋକ୍ସ ଖେଳୁନଥିବା ଜାଡେଜାଙ୍କ ପାଇଁ ଲାଭପ୍ରଦ ହୋଇଛି । ଷ୍ଟୋକ୍ସ ଆଇପିଏଲ 2021ରେ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲେ । ଜାଡେଜା ମଧ୍ୟ ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ 3ୟ ଟେଷ୍ଟରେ ଆହତ ପରେ କୌଣସି ଟେଷ୍ଟ ମ୍ୟାଚ ଖେଳିନାହାନ୍ତି । ଇଂଲଣ୍ଡ ବିପକ୍ଷ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ତାଙ୍କ ସ୍ଥାନ ନେଇଥିଲେ ଅକ୍ଷର ପଟେଲ ।

ଅଲରାଉଣ୍ଡର ତାଲିକାରେ ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.