ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ରାଙ୍କିଂକୁ ନେଇ ବିବାଦ ବିବାଦ ଉପୁଜିଛି । ଟେଷ୍ଟ ରାଙ୍କିଂରେ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଭାରତରୁ ଶୀର୍ଷ ସ୍ଥାନରେ ରହିଥିବା ଦେଖାଯାଇଥିଲା । ସବୁ ଫର୍ମାଟରେ ଭାରତ ଏକ ନମ୍ବର ବୋଲି ଶୀର୍ଷରେ ସ୍ଥାନ ପାଇଥିଲା । ଏହା ଭାରତୀୟ ଦଳ ପାଇଁ ବଡ ସଫଳତା ବୋଲି ଖବର ପ୍ରସାରଣ ହୋଇଥିଲା । ମାତ୍ର ଏଥିରେ ତ୍ରୁଟି ରହିଥିବା ନେଇ ଗୁରୁବାର କ୍ଷମା ପ୍ରାର୍ଥନା କରିଛି ଆଇସିସି ।
ଅନିଚ୍ଛାକୃତ ତ୍ରୁଟି ପାଇଁ ଆମେ ଦୁଃଖୀତ ବୋଲି କହିଛନ୍ତି ଆଇସିସି । କିଛି ସମସ୍ୟା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଭାରତକୁ ନମ୍ବର ୱାନ ସ୍ଥାନରେ ଦର୍ଶାଇବା ପରେ କିଛି ସମୟ ପରେ ନୂଆ ରାଙ୍କିଂ ଜାରି ହୋଇଥିଲା । ଯେଉଁଥିରେ ଭାରତ ଦ୍ବିତୀୟ ସ୍ଥାନରେ ରହିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଜିମ୍ବାୱେ-ୱେଷ୍ଟଇଣ୍ଡିଜ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶେଷ ହେବା ପରେ ଆଇସିସି ଟେଷ୍ଟ ରାଙ୍କିଂ ଅପଡେଟ କରିଥିଲା । ଭାରତ ନୁହେଁ ଅଷ୍ଟ୍ରେଲିଆ 1 ନମ୍ବରେ ରହିଥିଲା । ଏହି ବିବାଦ ନେଇ ଆଇସିସି ନିଜ ଆଡୁ କ୍ଷମା ପ୍ରାର୍ଥନା କରିଛି ।
ବିବାଦର କାରଣ କହିଲା ଆଇସିସି: ଗୁରୁବାର ଆଇସିସି ତାର ଭୁଲ ସ୍ବୀକାର କରିଛି । ଆଇସିସି ଭୁଲ ମାଗି କହିଛି, ଗତ 15 ଫେବୃଆରୀ 2023ରେ କିଛି ସମୟ ପାଇଁ ଆଇସିସି ୱେବସାଇଟରେ ଭାରତ ଏକ ନମ୍ବରରେ ଥିବା ଦର୍ଶାଯାଇଥିଲା । ଏହି ଅସୁବିଧା ପାଇଁ ଆମେ ଦୁଃଖିତ ।
ପୁଣି ଥରେ ନୂଆ ରାଙ୍କିଂ ଜାରି କରି ଅଷ୍ଟ୍ରେଲିଆ ଏକ ନମ୍ବରରେ ଥିବା ଦର୍ଶାଇଥିଲା ଆଇସିସି । ପୂର୍ବ ମାସରେ ମଧ୍ୟ ଏହିପରି ସମାନ ଭୁଲ କରିଥିଲା ଆଇସିସି । 115 ରାଙ୍କ ସହ ଭାରତ ପ୍ରଥମ ସ୍ଥାନରେ ରହିଥିଲା । ନୂଆ ଅପଡେଟ ପରେ 111 ରାଙ୍କିଂ ପରେ ଭାରତ ଦ୍ବିତୀୟ ସ୍ଥାନକୁ ଆସିଥିଲା । ଅଷ୍ଟ୍ରେଲିଆ 126 ଅଙ୍କ ସହ ବିଶ୍ବର ସବୁଠୁ ଏକ ନମ୍ବର ଦଳ ଭାବେ ଶୀର୍ଷ ସ୍ଥାନରେ ରହିଥିଲା ।
ଏହା ବି ପଢନ୍ତୁ...ICC Latest Rankings: ଟିମ୍ ଇଣ୍ଡିଆର 'ବିରାଟ' ସଫଳତା, ସମସ୍ତ ଫର୍ମାଟ୍ରେ ନମ୍ବର ଓ୍ୱାନ୍
ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ବର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟ ହେବାକୁ ଯାଉଛି । ଯଦି ଏହି ଟେଷ୍ଟରେ ରୋହିତବାହିନୀ ବିଜୟ ହାସଲ କରିନିଏ ତେବେ ଭାରତ ଏକ ନମ୍ବରକୁ ଆସିପାରେ । ଏହି ଟେଷ୍ଟ ଯଦି ଭାରତ ଜିତେ ତେବେ ଭାରତ ରାଙ୍କ 121 ଓ ଅଷ୍ଟ୍ରେଲିଆ ରାଙ୍କ 120 ପଏଣ୍ଟ ହୋଇଯିବ ।
ଅଷ୍ଟ୍ରେଲିଆ ବିପକ୍ଷରେ ଫେବୃଆରୀ ୯ ତାରିଖରୁ ବର୍ଡର ଗାଭାସ୍କର ଟ୍ରଫି ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଇନିଂସ ଓ ୧୩୨ ରନର ବଡ଼ ବ୍ୟବଧାନରେ ବିଜୟ ହାସଲ କରି ଏକ ବିରାଟ ଇତିହାସ ରଚିଥିଲା ଟିମ ଇଣ୍ଡିଆ । ICC ଦ୍ବାରା ବୁଧବାର ଜାରି ହୋଇଥିବା ଟେଷ୍ଟ ରାଙ୍କିଂରେ ଭାରତ ୧ ନମ୍ବରକୁ ଉନ୍ନୀତ ହୋଇଥିଲା । ଯାହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । ପୂର୍ବରୁ ଭାରତ ଉଭୟ ଦିନିକିଆ ଓ ଟି୨୦ରେ ପ୍ରଥମରେ ରହିଥିବାରୁ ୩ଟି ଯାକ ଫର୍ମାଟରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଆଇସିସି ପଏଣ୍ଟ ତାଲିକାରେ ଦର୍ଶାଯାଇଥିଲା ।