ETV Bharat / sports

T20 WC: ଅଭ୍ୟାସ ମ୍ୟାଚ୍‌ର ହେବ ଲାଇଭ ଷ୍ଟ୍ରିମିଂ, ICC ଟୁର୍ଣ୍ଣାମେଣ୍ଟ ଇତିହାସରେ ପ୍ରଥମ

author img

By

Published : Oct 16, 2021, 5:21 PM IST

ICC ଟୁର୍ଣ୍ଣାମେଣ୍ଟ ଇତିହାସରେ ପ୍ରଥମ ଥର ପାଇଁ ବିଶ୍ବର ସମସ୍ତ କୋଣ ଅନୁକୋଣରେ ଥିବା କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ସମସ୍ତ ଅଭ୍ୟାସ ମ୍ୟାଚ୍‌ର ପ୍ରସାରଣ Disney+ Hotstarରେ ଉପଲବ୍ଧ ହେବ । ଅଧିକ ପଢନ୍ତୁ...

ICC T20 WC: India's warm-up games against England, Australia to be streamed on Disney+ Hotstar
T20 WC: ଅଭ୍ୟାସ ମ୍ୟାଚ୍‌ର ହେବ ଲାଇଭ ଷ୍ଟ୍ରିମିଂ, ICC ଟୁର୍ଣ୍ଣାମେଣ୍ଟ ଇତିହାସରେ ପ୍ରଥମ

ଦୁବାଇ: ବିଶ୍ବର ସବୁଠୁ ଚର୍ଚ୍ଚିତ ଟି-୨୦ ଲିଗ୍‌ ଆଇପିଏଲ ଶେଷ ହୋଇଥିଲେ ମଧ୍ୟ ଆସୁଛି ଫଟାଫଟ କ୍ରିକେଟର ଅସଲ ଟୁର୍ଣ୍ଣାମେଣ୍ଟ ଟି-୨୦ ବିଶ୍ବକପ । ICC ପୁରୁଷ ଟି-୨୦ ବିଶ୍ବକପର ଆଉ ଏକ ନୂଆ ସଂସ୍କରଣ ଆସନ୍ତାକାଲି(ଅକ୍ଟୋବର ୧୭)ରୁ ଆରମ୍ଭ ହେବାକୁ ଯାଉଛି । ତେବେ ICC ଟୁର୍ଣ୍ଣାମେଣ୍ଟର ଇତିହାସରେ ପ୍ରଥମ ଥର ପାଇଁ ବିଶ୍ବର ସମସ୍ତ କୋଣ ଅନୁକୋଣରେ ଥିବା କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ସମସ୍ତ ଅଭ୍ୟାସ ମ୍ୟାଚ୍‌ର ପ୍ରସାରଣ ମଧ୍ୟ ଉପଲବ୍ଧ ହେବ । ଶୀର୍ଷ ୮ଟି ଟିମର ଅଭ୍ୟାସ ମ୍ୟାଚ୍‌ ସହିତ ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଥିବା ମୁଖ୍ୟ ଇଭେଣ୍ଟର ଲାଇଭ ଷ୍ଟ୍ରିମିଂ Disney+ Hotstarରେ ଉପଲବ୍ଧ ହେବ । ଅକ୍ଟୋବର ୧୮ରୁ ୨୦ ପର୍ଯ୍ୟନ୍ତ ଦୁଇଦିନ ଧରି ଅଭ୍ୟାସ ମ୍ୟାଚ ଗୁଡିକ ଖେଳାଯିବ ।

ଟିମ ଇଣ୍ଡିଆ ଅକ୍ଟୋବର ୧୮(ସୋମବାର) ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଇଂଲଣ୍ଡ ବିପକ୍ଷରେ ଖେଳିବ । ଏହି ମ୍ୟାଚ୍‌ର ପ୍ରସାରଣ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୭.୦୦ଟାରେ ହେବ । ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଅକ୍ଟୋବର ୨୦ରେ ଦ୍ବିତୀୟ ଅଭ୍ୟାସ ମ୍ୟାଚ୍‌ ଖେଳିବ ବିରାଟବାହିନୀ । ଏହି ମ୍ୟାଚ୍‌ର ପ୍ରସାରଣ Disney+ Hotstar ଓ ଷ୍ଟାର ସ୍ପୋର୍ଟ୍ସ ନେଟୱର୍କରେ ମଧ୍ୟ ଉପଲବ୍ଧ ହେବ ।

ଅଭ୍ୟାସ ମ୍ୟାଚ୍‌ ପରେ ଭାରତର ଟି-୨୦ ବିଶ୍ବକପ ଅଭିଯାନ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ଆରମ୍ଭ ହେବ । ଅକ୍ଟୋବର ୨୪ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏହି ବହୁ ପ୍ରତିକ୍ଷୀତ ହାଇଭୋଲଟେଜ ମ୍ୟାଚ୍‌ ଖେଳାଯିବ ।

ରବିବାର ଠାରୁ UAE ଓ ଓମାନରେ ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଫାଇନାଲ ମ୍ୟାଚ୍‌ ନଭେମ୍ବର ୧୪ରେ ଦୁବାଇରେ ଖେଳାଯିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.