ETV Bharat / sports

ICC ଟି-୨୦ ରାଙ୍କିଂ: ଟପ-୧୦ ରେ କୋହଲି-ରାହୁଲ

author img

By

Published : Jul 28, 2021, 10:56 PM IST

ଟି-20 ଅନ୍ତର୍ଜାତୀୟ ବ୍ୟାଟ୍ସମ୍ୟାନ ରାଙ୍କିଂ ତାଲିକାରେ ଭାରତର ଅଧିନାୟକ ବିରାଟ କୋହଲି ଏବଂ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଯଥାକ୍ରମେ ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ରହିଛନ୍ତି । ଅଧିକ ପଢ଼ନ୍ତୁ...

ICC ଟି-୨୦ ରାଙ୍କିଂ: ଟପ-୧୦ ରେ କୋହଲି-ରାହୁଲ
ICC ଟି-୨୦ ରାଙ୍କିଂ: ଟପ-୧୦ ରେ କୋହଲି-ରାହୁଲ

ଦୁବାଇ: ବୁଧବାର ଜାରି ହୋଇଥିବା ଟି-20 ଅନ୍ତର୍ଜାତୀୟ ବ୍ୟାଟ୍ସମ୍ୟାନ ରାଙ୍କିଂ ତାଲିକାରେ ଭାରତର ଅଧିନାୟକ ବିରାଟ କୋହଲି ଏବଂ ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଯଥାକ୍ରମେ ପଞ୍ଚମ ଏବଂ ଷଷ୍ଠ ସ୍ଥାନରେ ରହିଛନ୍ତି ।

ଅବଶ୍ୟ, ଉଭୟ ରାହୁଲ ଏବଂ କୋହଲି ଶ୍ରୀଲଙ୍କାରେ ଟି-20 ସିରିଜ ଖେଳୁଥିବା ଭାରତୀୟ ଦଳର ଅଂଶ ନୁହଁନ୍ତି, ତେବେ ଏହି ସିରିଜର ପ୍ରଥମ ମ୍ୟାଚରେ ୨୨ ରନ ଦେଇ ୪ ୱିକେଟ ନେବାପରେ ଭାରତର ଷ୍ଟାର ବୋଲର ଭୁବନେଶ୍ବର କୁମାର ଉପରକୁ ଉଠି ବୋଲିଂ ତାଲିକାରେ ୧୬ତମ ସ୍ଥାନରେ ରହିଛନ୍ତି ।

ପ୍ରଥମ ମ୍ୟାଚରେ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ୧୦ମ ସ୍ଥାନ ଉପରକୁ ଉଠି ତାଲିକାର ୨୧ତମ ସ୍ଥାନରେ ରହିଛନ୍ତି । ସେପଟେ ଶ୍ରୀଲଙ୍କାର ୱାନିଣ୍ଡୁ ହସରଙ୍ଗା ଚମତ୍କାର ପ୍ରଦର୍ଶନ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ଟି-୨୦ ବ୍ୟାଟ୍ସମ୍ୟାନ୍ ତାଲିକାରେ ରୋହିତ ଶର୍ମା ମ୍ୟାଚ ନଖେଳି 14 ତମ ସ୍ଥାନକୁ ଖସି ଆସିଥିବା ବେଳେ ଶିଖର ଧୱନଙ୍କ ୩୮ ବଲରେ ୪୬ ରନ ପାଳି ପରେ ସେ ୨୯ତମ ସ୍ଥାନରେ ରହିଛନ୍ତି ।

ଏକଦିବସୀୟ ରାଙ୍କିଂ ତାଲିକାରେ କୋହଲି ଏବଂ ରୋହିତ ଶର୍ମାଙ୍କୁ ପଛରେ ପକାଇ ଟପ୍ -10 ତାଲିକାର ଶୀର୍ଷରେ ରହିଛନ୍ତି ପାକିସ୍ତାନର ବାବର ଆଜାମ । ସେପଟେ ଏକଦିବସୀୟ ବୋଲିଂ ତାଲିକାରେ ଜସପ୍ରୀତ ବୁମ୍ରା ଏକମାତ୍ର ଭାରତୀୟ ଭାବେ ସପ୍ତମ ସ୍ଥାନରେ ରହିଛନ୍ତି।

ଅଲରାଉଣ୍ଡର ତାଲିକାରେ ରବିନ୍ଦ୍ର ଜାଡେଜା ୭ ନମ୍ବରରେ ସ୍ଥିର ରହିଛନ୍ତି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.