ETV Bharat / sports

ବିଶ୍ବକପ୍‌ ୨୦୨୩: ଆପଣ ବାଛିବେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି, ୯ ଖେଳାଳିଙ୍କ ରେସ୍‌ରେ ୪ ଭାରତୀୟ

author img

By ETV Bharat Odisha Team

Published : Nov 18, 2023, 8:49 PM IST

ବିଶ୍ବକପ୍‌ ୨୦୨୩ରେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପାଇଁ ଆଇସିସି ଆରମ୍ଭ କଲା ଭୋଟିଂ । ଆପଣ ଭୋଟ ଦେଇ ବାଛିବେ ପ୍ଲେୟର ଅପ୍‌ ଦି ଟୁର୍ଣ୍ଣାମେଣ୍ଟ । ଜାଣନ୍ତୁ ରେସ୍‌ରେ କିଏ

କିଏ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ?
କିଏ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ?

ଅହମ୍ମଦାବାଦ: ବିଶ୍ବକପ୍‌ ୨୦୨୩ରେ ରବିବାର ହେବ ଫାଇନାଲ୍‌ ଫାଇଟ୍‌ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ଦୁଇ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଭାରତ ଓ ଅଷ୍ଟ୍ରେଲିଆ । କ୍ରିକେଟ୍‌ ଦୁନିଆକୁ ମିଳିବ ନୂଆ ଚମ୍ପିଆନ୍‌ । ତେବେ ଚଳିତ ବିଶ୍ବକପ୍‌ରେ ଅନେକ ଐତିହାସିକ ରେକର୍ଡ ଭାଙ୍ଗିଛି । ଅନେକ ନୂଆ ନୂଆ କୀର୍ତ୍ତିମାନ କରିଛନ୍ତି ବିଭିନ୍ନ ଦଳର ଖେଳାଳି । ଏହି ବଡ଼ ପ୍ରତିଯୋଗିତାରେ ପ୍ଲେୟର ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ରେସ୍‌ରେ ଅଛନ୍ତି ବିଭିନ୍ନ ଦେଶର ୯ ଜଣ କ୍ରିକେଟର । ଆଉ ସେମାନଙ୍କ ମଧ୍ୟରେ ୪ ଭାରତୀୟ ଖେଳାଳି ମଧ୍ୟ ରହିଛନ୍ତି । ଏହି ରେସ୍‌ରେ ସବୁଠାରୁ ଆଗରେ ରହିଛନ୍ତି ଭାରତୀୟ ଖେଳାଳି । ଏହି ବଡ଼ ପୁରସ୍କାର ପାଇଁ ଆଇସିସି ଆରମ୍ଭ କରିଛି ଭୋଟିଂ । ଆପଣ ମଧ୍ୟ ଏଥିରେ ଭୋଟ ଦେଇ ନିଜ ପ୍ରିୟ ଖେଳାଳିଙ୍କୁ ସପୋର୍ଟ କରିପାରିବେ । ଦେଖନ୍ତୁ ରେସ୍‌ରେ କିଏ ଅଛନ୍ତି ।

ବିରାଟ କୋହଲି: ବିଶ୍ବକପ୍‌ ୨୦୨୩ରେ ନିଜର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି । ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବା ପରେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ୪୯ ଦିନିକିଆ ଶତକ ରେକର୍ଡ ଭାଙ୍ଗି ଆଉ ଗୋଟିଏ ପାଦ ଆଗରେ ରହିଛନ୍ତି କିଙ୍ଗ୍‌ କୋହଲି । ବର୍ତ୍ତମାନ ଯାଏଁ ୧୦ଟି ମ୍ୟାଚ୍‌ ଖେଳି ସେ ୭୧୧ ରନ୍‌ ସଂଗ୍ରହ କରିସାରିଛନ୍ତି । ଏଥିରେ ୫ଟି ଅର୍ଦ୍ଧଶତକ ଏବଂ ୩ଟି ଶତକ ରହିଛି । ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧୭ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଭାଙ୍ଗିଲା ସଚିନ୍‌ଙ୍କ ରେକର୍ଡ, ଦିନିକିଆରେ କୋହଲିଙ୍କ ୫୦ତମ ଶତକ

ରୋହିତ ଶର୍ମା: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ପୂରା ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ଫର୍ମରେ ଅଛନ୍ତି । ଚଳିତ ବିଶ୍ବକପ୍‌ ପାୱାର ପ୍ଲେ'ରେ ସବୁଠାରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ ସଂଗ୍ରହ କରୁଥିବା ବ୍ୟାଟରଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ହିଟ୍‌ମ୍ୟାନ୍‌ । ବର୍ତ୍ତମାନ ଯାଏଁ ୧୦ଟି ମ୍ୟାଚ୍‌ରୁ ରୋହିତ ୫୫୦ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଏବଂ ୩ଟି ଅର୍ଦ୍ଧଶତକ ସାମିଲ ରହିଛି । ଆଫଗାନିସ୍ତାନ ବିପକ୍ଷରେ ସେ ଖେଳିଥିବା ୧୩୧ ରନ୍‌ର ଧୂଆଧାର ସ୍କୋର ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପରେ ରୋହିତଙ୍କ ଚମକ; ପ୍ରଥମ 10 ଓଭରରେ କରନ୍ତି ବିସ୍ଫୋରକ ବ୍ୟାଟିଂ

ମହମ୍ମଦ ଶାମି: ବିଶ୍ବକପ୍‌ ୨୦୨୩ର ପ୍ରଥମ ୪ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ପାଇନଥିଲେ ମହମ୍ମଦ ସାମି । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଦଳରୁ ବାଦ ପଡ଼ିବା ପରେ ଟୁର୍ଣ୍ଣାମେଣ୍ଟ ଅଧାରେ ଦଳକୁ ଆସି ସମସ୍ତଙ୍କ ହୃହୟ ଜିତିଛନ୍ତି ଏହି ଭାରତୀୟ ସ୍ପିଡ୍‌ଷ୍ଟାର । ବର୍ତ୍ତମାନ ଯାଏଁ ୨୦୨୩ ବିଶ୍ବକପ୍‌ରେ କେବଳ ୬ଟି ମ୍ୟାଚ୍‌ ଖେଳି ସର୍ବାଧିକ ୱିକେଟ୍‌ ହାସଲକାରୀ ହୋଇଛନ୍ତି ଶାମି । ଏପର୍ଯ୍ୟନ୍ତ ସେ ୨୩ଟି ୱିକେଟ୍‌ ନେଇଛନ୍ତି । ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭାବେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇଟ୍‌ରେ ୫୭ ରନ୍‌ ଦେଇ ୭ଟି ୱିକେଟ୍‌ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଅଷ୍ଟ୍ରେଲିଆକୁ ଶାମି ଭୟ, ଫାଇନାଲ ମ୍ୟାଚ ପୂର୍ବରୁ ଏମିତି କହିଲେ ପାଟ କମିନ୍

ଯଶପ୍ରୀତ୍‌ ବୁମ୍‌ରା: ବିଶ୍ବକପ୍‌ ୨୦୨୩ରେ ଭାରତର ଅନ୍ୟତମ ସ୍ପିଡ୍‌ଷ୍ଟାର ଯଶପ୍ରୀତ୍‌ ବୁମ୍‌ରା ମଧ୍ୟ ଭଲ ଫର୍ମରେ ରହିଛନ୍ତି । ତାଙ୍କ ବୋଲିଂରେ ଭାରତୀୟ ଟିମ୍‌କୁ ପାୱାର ପ୍ଲେରେ ବେଶ୍‌ ଫାଇଦା ମିଳୁଛି । ବର୍ତ୍ତମାନ ଯାଏଁ ବୁମ୍‌ରା ୧୦ଟି ମ୍ୟାଚ୍‌ ଖେଳିଥିବାବେଳେ ୧୮ଟି ୱିକେଟ୍‌ ନେଇଛନ୍ତି । ଚଳିତ ବିଶ୍ବକପ୍‌ରେ ବୁମ୍‌ରା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭାବେ ୩୯ ରନ୍‌ ଦେଇ ୪ଟି ୱିକେଟ୍‌ ନେଇଛନ୍ତି ।

ଗ୍ଲେନ୍‌ ମ୍ୟାକ୍ସୱେଲ୍‌: ଅଷ୍ଟ୍ରେଲିଆର ଦୁର୍ଦ୍ଦଶ ବ୍ୟାଟର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଅସମ୍ଭବ ମ୍ୟାଚ୍‌କୁ ଜିତାଇବାରେ ବେଶ ପାରଙ୍ଗମ । ବର୍ତ୍ତମାନ ଯାଏଁ ୨୦୨୩ ବିଶ୍ବକପ୍‌ରେ ମ୍ୟାକ୍ସୱେଲ୍‌ ୮ଟି ମ୍ୟାଚ୍‌ ଖେଳି ୩୯୮ ରନ୍‌ ସଂଗ୍ରହ କରିଛନ୍ତି । ଦୁଇଟି ଶତକ ମଧ୍ୟ ତାଙ୍କ ନାମରେ ରହିଛି । ତେବେ ଆଫଗାନିସ୍ତାନ ବିପକ୍ଷ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ମ୍ୟାକ୍ସୱେଲ୍‌ ଅବିଶ୍ବସନୀୟ ଭାବେ କେବଳ ୧୨୮ ବଲରେ ୨୦୧ ରନ୍‌ ସଂଗ୍ରହ କରି ଦଳକୁ ମ୍ୟାଚ୍‌ ଜିତାଇଥିଲେ । ଏପର୍ଯ୍ୟନ୍ତ ବିଶ୍ବକପ୍‌ ଇତିହାସରେ ଚେସ୍‌ କରୁଥିବା ଦଳର ବ୍ୟାଟରଭାବେ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: କ୍ରିକେଟ୍‌ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲେଖାହେବ ମ୍ୟାକ୍ସୱେଲ୍‌ଙ୍କ ଐତିହାସିକ ପାଳି

ଆଡାମ୍‌ ଜାମ୍ପା: କଙ୍ଗାରୁ ଦଳର ଭେଟେରାନ୍‌ ସ୍ପିନର ଆଡାମ ଜାମ୍ପା ଏପର୍ଯ୍ୟନ୍ତ ପ୍ରାୟ ସବୁ ମ୍ୟାଚ୍‌ରେ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ବର୍ତ୍ତମାନ ଯାଏଁ ଜାମ୍ପା ୧୦ଟି ମ୍ୟାଚ୍‌ ଖେଳି ୨୨ଟି ୱିକେଟ୍‌ ନେଇଛନ୍ତି । ଯାହା ଚଳିତ ସିଜିନ୍‌ରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ପରେ ଦ୍ବିତୀୟ ସର୍ବାଧିକ । ୮ ରନ୍‌ ଦେଇ ୪ ୱିକେଟ୍‌ ନେବା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି ।

ଡାରିଏଲ୍‌ ମିଚେଲ୍‌: ନ୍ୟୁଜିଲାଣ୍ଡ ଦଳର ମଧ୍ୟକ୍ରମରେ ଜଣେ ନିର୍ଭରଯୋଗ୍ୟ ବ୍ୟାଟର ହେଉଛନ୍ତି ଡାରିଏଲ୍‌ ମିଚେଲ୍‌ । ସେମିଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ପାଇଁ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ଟୁର୍ଣ୍ଣାମେଣ୍ଟରେ ୧୦ଟି ମ୍ୟାଚ୍‌ ଖେଳି ୫୫୨ ରନ୍‌ ସଂଗ୍ରହ କରିଛନ୍ତି ମିଚେଲ୍‌ । ଯେଉଁଥିରେ ୨ଟି ଲେଖାଏଁ ଶତକ ଏବଂ ଅର୍ଦ୍ଧଶତକ ରହିଛି । ଭାରତ ବିପକ୍ଷରେ ସେମିଫାଇନାଲ୍‌ରେ ୧୩୧ ତାଙ୍କର ସର୍ବାଧିକ ସ୍କୋର ରହିଛି ।

ରଚିନ ରବୀନ୍ଦ୍ର: ଯୁବ ବ୍ୟାଟର ଭାବେ ଚଳିତ ବିଶ୍ବକପ୍‌ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ନ୍ୟୁଜିଲାଣ୍ଡ ପାଇଁ କ୍ରିକେଟ୍‌ ଖେଳୁଥିବା ଭାରତୀୟ ବଂଶୋଦ୍ଭବ ରଚିନ ରବୀନ୍ଦ୍ର । ଏହି ଟୁର୍ଣ୍ଣାମେଣ୍ଟର ପ୍ରାୟ ସବୁ ମ୍ୟାଚ୍‌ରେ ସେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ଏଥିରେ ୧୦ଟି ମ୍ୟାଚ୍‌ ଖେଳି ସେ ୩ଟି ଶତକ ଓ ୨ଟି ଅର୍ଦ୍ଧଶତକ ସହିତ ୫୭୮ ରନ୍‌ ସଂଗ୍ରହ କରିଛନ୍ତି । ୧୨୩ ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଦିନିକିଆ କ୍ରିକେଟ୍‌ରୁ ଡି'କକ୍‌ଙ୍କ ଅବସର, କିମ୍ବଦନ୍ତୀ ତାଲିକାରେ ସାମିଲ କଲେ ବାଭୁମା

କ୍ବିଣ୍ଟନ ଡି'କକ୍‌: ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବ୍ୟାଟର୍‌ କ୍ବିଣ୍ଟନ ଡି'ଡକ୍‌ ଏଥର ଭାରତରେ ନିଜ କ୍ୟାରିୟରରେ ଶେଷ ବିଶ୍ବକପ୍‌ ଖେଳୁଥିଲେ । ସେ ଟୁର୍ଣ୍ଣାମେଣ୍ଟ ପରେ ଅବସର ନେବା ପାଇଁ ପୂର୍ବରୁ ଘୋଷଣା କରିସାରିଥିଲେ । ବିଶ୍ବକପ୍‌ ୨୦୨୩ରେ ୧୦ଟି ମ୍ୟାଚ୍‌ ଖେଳି ସେ ୫୯୪ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୪ଟି ଶତକ ସାମିଲ ରହିଛି । କୌଣସି ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ଭାବେ ଏହା ବିଶ୍ବକପ୍‌ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା ।

ତେବେ ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ ମ୍ୟାଚ୍‌ ପରେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ପୁରସ୍କାର ନେଇ ଘୋଷଣା କରାଯିବ । ଏହି ବଡ଼ ପୁରସ୍କାର ରେସ୍‌ରେ ବିଭିନ୍ନ ଦେଶର ୯ ଖେଳାଳି ରହିଥିବାବେଳେ ଭାରତର ସର୍ବାଧିକ ୪ ଖେଳାଳିଙ୍କ ମଧ୍ୟରୁ କେହି ଏହାକୁ ଅକ୍ତିଆର କରିପାରନ୍ତି । ଯଦି ଏପରି ହୁଏ, ତେବେ ବିରାଟ କୋହଲି ଓ ମହମ୍ମଦ ଶାମି ସବୁଠାରୁ ଆଗରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.