ETV Bharat / sports

ରବି ବିଷ୍ଣୋଇ No.1 ଟି୨୦ ବୋଲର, ଆଇସିସି ରାଙ୍କିଂରେ ଟିମ୍‌ ଇଣ୍ଡିଆର ଦବଦବା - ICC ODI Rankings

ବୁଧବାର ପ୍ରକାଶିତ ସଦ୍ୟତମ ଆଇସିସି ରାଙ୍କିଂରେ ବିଶ୍ବର ଶ୍ରେଷ୍ଠ ଟି୨୦ ବୋଲର ହେଲେ ଯୁବ ଭାରତୀୟ ସ୍ପିନର ରବି ବିଷ୍ଣୋଇ । ଆଇସିସି ରାଙ୍କିଂରେ ସବୁ ଫର୍ମାଟ୍‌ରେ ରହିଛି ଟିମ୍‌ ଇଣ୍ଡିଆର ଦବଦବା । ଅଧିକ ପଢ଼ନ୍ତୁ

ଆଇସିସି ରାଙ୍କିଂରେ ଟିମ୍‌ ଇଣ୍ଡିଆର ଦବଦବା
ଆଇସିସି ରାଙ୍କିଂରେ ଟିମ୍‌ ଇଣ୍ଡିଆର ଦବଦବା
author img

By ETV Bharat Odisha Team

Published : Dec 6, 2023, 8:11 PM IST

ନୂଆଦିଲ୍ଲୀ: ବୁଧବାର ସଦ୍ୟତମ ଆଇସିସି ରାଙ୍କିଂ ପ୍ରକାଶ କରିଛି ଆଇସିସି । ସବୁ ଫର୍ମାଟ୍‌ରେ ଦେଖିବାକୁ ମିଳିଛି ଟିମ୍‌ ଇଣ୍ଡିଆର ଦବ୍‌ଦବା । ତେବେ ସବୁଠାରୁ ବଡ଼କଥା ହେଉଛି ସଦ୍ୟତମ ପ୍ରକାଶିତ ଆଇସିସି ଟି୨୦ ରାଙ୍କିଂରେ ଟିମ୍‌ ଇଣ୍ଡିଆର ଯୁବ ଲେଗ୍‌ ସ୍ପିନର ରବି ବିଷ୍ଣୋଇ କମାଲ କରିଛନ୍ତି । ଆଇସିସି ବୋଲିଂ ମାନ୍ୟତାରେ ଶୀର୍ଷକୁ ଉଠିଛନ୍ତି ବିଷ୍ଣୋଇ । ଏହି ଯୁବ ବୋଲର ଆଫଗାନିସ୍ତାନର ତାରକା ସ୍ପିନର ରଶିଦ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି । ଆଫଗାନିସ୍ତାନର ଅଭିଜ୍ଞ ସ୍ପିନର ରଶିଦ ଖାନଙ୍କୁ ପଛରେ ପକାଇ No.1 ବୋଲର ହୋଇଛନ୍ତି ଏହି ଭାରତୀୟ ଯୁବ ସ୍ପିନର ।

ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ ରବି ବିଷ୍ଣୋଇ । ସମସ୍ତ ୫ ମ୍ୟାଚ୍‌ ଖେଳି ସେ ୯ ୱିକେଟ୍‌ ଅକ୍ତିଆର କରିଥିଲେ । ଗତ ସପ୍ତାହରେ ପ୍ରକାଶିତ ରାଙ୍କିଂରେ ବିଷ୍ଣୋଇ ୬୬୫ ରେଟିଂ ପଏଣ୍ଟ୍‌ ସହ ୫ମ ସ୍ଥାନରେ ରହିଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କର ରେଟିଂ ପଏଣ୍ଟ ୬୯୯ ରହିଛି । ଏଭଳି କରି ସେ ଆଫଗାନିସ୍ତାନର ଭେଟେରାନ ସ୍ପିନର ରସିଦ ଖାନଙ୍କୁ ପଛରେ ପକାଇଛନ୍ତି । ରଶିଦ ଏବେ ୬୯୨ ପଏଣ୍ଟ ସହିତ ଦ୍ବିତୀୟକୁ ଖସିଯାଇଛନ୍ତି । ପ୍ରକାଶଯୋଗ୍ୟ, ୨୦୨୨ ଫେବୃଆରୀରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପାଦ ରଖିଥିଲେ ବିଷ୍ଣୋଇ । ଏବେ ପର୍ଯ୍ୟନ୍ତ ସେ ମୋଟ ୨୨ଟି ଟି୨୦ ମ୍ୟାଚ୍‌ ଖେଳି ୩୪ଟି ୱିକେଟ୍‌ ଅକ୍ତିଆର କରିଛନ୍ତି ।

ଆଇସିସି ଟି୨୦ ରାଙ୍କିଂ: ବୁଧବାର ଆଇସିସି ଜାରି କରିଥିବା ପୁରୁଷ ଟି୨୦ ଟିମ୍‌ ରାଙ୍କିଂରେ ଶୀର୍ଷରେ ରହିଛି ଭାରତ । ସେହିଭଳି ବ୍ୟାଟିଂ ରାଙ୍କିଂରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ସୂର୍ଯ୍ୟକୁମାର ଯାଦବ । ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ଋତୁରାଜ ଗାଏକ୍‌ୱାଡ୍‌ ଟପ୍‌ ୧୦ ବ୍ୟାଟରଙ୍କ ମଧ୍ୟରେ ୭ମରେ ରହିଛନ୍ତି । ବୋଲରଙ୍କ ତାଲିକାରେ ଟପ୍‌ ୧୦ରେ ଏକମାତ୍ର ବିଷ୍ଣୋଇ ଶୀର୍ଷରେ ରହିଥିବାବେଳେ ଅଲରାଉଣ୍ଡର ତାଲିକାରେ ୩ୟରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଥମ ଥର ପାଇଁ ୩ ଅଧିନାୟକ ନେଇ ଗସ୍ତ କରିବ ଟିମ୍‌ ଇଣ୍ଡିଆ, ଜାଣନ୍ତୁ ଦକ୍ଷିଣ ଆଫ୍ରିକା ଗସ୍ତର ସମ୍ପୂର୍ଣ୍ଣ ସୂଚୀ

ଆଇସିସି ଏକଦିବସୀୟ ରାଙ୍କିଂ: ଏକଦିବସୀୟ ଟିମ୍‌ ରାଙ୍କିଂରେ ମଧ୍ୟ ଟପ୍‌ରେ ରହିଛି ଟିମ୍‌ ଇଣ୍ଡିଆ । ସବୁଠାରୁ ବଡ଼କଥା ହେଉଛି ଟପ୍‌ ୫ ବ୍ୟାଟରଙ୍କ ତାଲିକାରେ ରହିଛନ୍ତି ୩ ଭାରତୀୟ । ଯୁବ ଓପନର ଶୁଭମନ ଗିଲ୍‌ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ୩ୟରେ ବିରାଟ କୋହଲି ଓ ୪ର୍ଥରେ ରହିଛନ୍ତି ରୋହିତ ଶର୍ମା । ଅନ୍ୟମାନଙ୍କ ମଧ୍ୟରେ କେବଳ ଶ୍ରେୟସ ଆୟର (୧୨) ଓ କେଏଲ୍‌ ରାହୁଲ (୧୮) ଟପ୍‌ ୨୦ରେ ସ୍ଥାନ ପାଇଛନ୍ତି । ସେହିଭଳି ଦିନିକିଆ ବୋଲିଂ ରାଙ୍କିଂରେ ଟପ୍‌ ୧୦ରେ ରହିଛନ୍ତି ୪ ଭାରତୀୟ । ଏମାନଙ୍କ ମଧ୍ୟରେ ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍‌ରା, କୁଲଦୀପ ଯାଦବ ଓ ମହମ୍ମଦ ଶାମି ଯଥାକ୍ରମେ ୩ୟ, ୪ର୍ଥ, ୭ମ ଓ ୧୦ମ ସ୍ଥାନରେ ରହିଛନ୍ତି । ଅଲରାଉଣ୍ଡର ରାଙ୍କିଂରେ କେବଳ ରବୀନ୍ଦ୍ର ଜାଡେଜା (୧୦) ଟପ୍‌ ୧୦ରେ ସ୍ଥାନ ପାଇଛନ୍ତି ।

ଆଇସିସି ଟେଷ୍ଟ ରାଙ୍କିଂ: ଆଇସିସି ଟେଷ୍ଟ ଟିମ୍‌ ରାଙ୍କିଂରେ ମଧ୍ୟ ଟପ୍‌ରେ ଭାରତ ହିଁ ରହିଛି । ହେଲେ ବ୍ୟାଟିଂ ରାଙ୍କିଂରେ ଟପ୍‌ ୧୦ରେ କେବଳ ଅଧିନାୟକ ରୋହିତ ଶର୍ମାଙ୍କୁ ସ୍ଥାନ ମିଳିଛି । ସେ ୧୦ମ ସ୍ଥାନ ବଜାୟ ରଖିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଋଷଭ ପନ୍ତ ଓ ବିରାଟ କୋହଲି ଟପ୍‌ ୨୦ରେ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି । ଟେଷ୍ଟ ବୋଲିଂ ରାଙ୍କିଂରେ ଦବଦବା ରଖିଛନ୍ତି ଭାରତୀୟ ସ୍ପିନର । ରବିଚନ୍ଦ୍ରନ ଅଶ୍ବିନ ଟପ୍‌ରେ ରହିଥିବାବେଳେ ରବୀନ୍ଦ୍ର ଜାଡେଜା ରହିଛନ୍ତି ୩ୟରେ । ଅନ୍ୟମାନଙ୍କ ମଧ୍ୟରେ କେବଳ ମହମ୍ମଦ ଶାମି (୧୮) ଟପ୍‌ ୨୦ ମଧ୍ୟରେ ରହିଛନ୍ତି । ସେହିଭଳି ଟେଷ୍ଟ ଅଲରାଉଣ୍ଡର ରାଙ୍କିଂରେ ମଧ୍ୟ ଟପ୍‌-୫ ରେ ରହିଛନ୍ତି ୩ ଭାରତୀୟ । ଏଥିରେ ଜାଡେଜା ଟପ୍‌ରେ ରହିଥିବାବେଳେ ୨ୟରେ ରହିଛନ୍ତି ଅଶ୍ବିନ । ୫ମ ସ୍ଥାନରେ ଅକ୍ଷର ପଟେଲ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.