ETV Bharat / sports

ଜାରି ହେଲା ଟି-୨୦ ବିଶ୍ବ କପ ପ୍ରମୋ, ଭିଡିଓରେ ଅଛନ୍ତି ପନ୍ତ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଆଗକୁ ଥିବା ଟି-୨୦ କ୍ରିକେଟ ବିଶ୍ବ କପ ପାଇଁ ସୋସିଆଲ ମିଡିଆରେ ଏକ ପ୍ରଚାର ଭିଡିଓ ଜାରି କରିଛି । ଏହି ପ୍ରଚାର ଭିଡିଓରେ ଭାରତ ପକ୍ଷରୁ ସ୍ଥାନ ପାଇଛନ୍ତି ୱିକେଟ କିପର ଋଷଭ ପନ୍ତ । ଅଧିକ ପଢନ୍ତୁ

ଜାରି ହେଲା ଟି-୨୦ ବିଶ୍ବ କପ ପ୍ରମୋ, ଭିଡିଓରେ ଅଛନ୍ତି ପନ୍ତ
ଜାରି ହେଲା ଟି-୨୦ ବିଶ୍ବ କପ ପ୍ରମୋ, ଭିଡିଓରେ ଅଛନ୍ତି ପନ୍ତ
author img

By

Published : Jul 10, 2022, 8:39 PM IST

ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଆଗକୁ ଥିବା ଟି-୨୦ କ୍ରିକେଟ ବିଶ୍ବ କପ ପାଇଁ ସୋସିଆଲ ମିଡିଆରେ ଏକ ପ୍ରମୋଶନ ଭିଡିଓ ଜାରି କରିଛି । ଏହି ପ୍ରମୋଶନ ଭିଡିଓରେ ଭାରତ ପକ୍ଷରୁ ସ୍ଥାନ ପାଇଛନ୍ତି ୱିକେଟ କିପର ଋଷଭ ପନ୍ତ । ICC ପକ୍ଷରୁ ଆଜି (ରବିବାର) ଇଷ୍ଟାଗ୍ରାମରେ ଏକ ଛୋଟ ଭିଡିଓ ପୋଷ୍ଟ କରାଯାଇଛି । ଏହି ଭିଡିଓ କ୍ୟାପ୍‌ସନ୍‌ରେ ଲେଖାଯାଇଛି ଟି-୨୦ ବିଶ୍ବ କପ ପ୍ରମୋରେ ଆପଣମାନଙ୍କୁ ସ୍ବାଗତ । ଏହି ପ୍ରମୋ ଭିଡିଓକୁ ବାରମ୍ବାର ଦେଖାଯାଇପାରିବ । ଏହି ପ୍ରମୋ ଦେଖିବା ପରେ କ୍ରିକେଟରମାନେ ଟି-୨୦ ବିଶ୍ବ କପ୍‌ରେ ଚୂଡ଼ାନ୍ତ ଏକାଦଶରେ ନିଜ ସ୍ଥାନ ବଜାୟ ରଖିବା ପାଇଁ ନିଜର ଚେଷ୍ଟା ଜାରି ରଖିବେ । ଆଇସିସି ଟି-୨୦ କ୍ରିକେଟ ବିଶ୍ବ କପ ଅଷ୍ଟ୍ରେଲିଆରେ ଆସନ୍ତା ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଖେଳାଯିବ ।

ଋଷଭ ପନ୍ତ ଏବେ ଭଲ ଫର୍ମରେ ରହିଛନ୍ତି । ତାଙ୍କର ଦମଦାର ପ୍ରଦର୍ଶନ ଜାରି ରହିଛି । ଏଜବେଷ୍ଟନରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଋଷଭ ପନ୍ତଙ୍କର ପ୍ରଦର୍ଶନ ଚମତ୍କାର ରହିଥିଲା । ୮୯ ବଲରେ ଶତକ ହାସଲ କରି ସେ ବହୁ ପ୍ରଶଂସାର ପାତ୍ର ହୋଇଥିଲେ । ଏଜବେଷ୍ଟନରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଋଷଭ ପନ୍ତ ଶତକ ହାସଲ କରିବା ସହିତ ଅର୍ଦ୍ଧଶତକ ହାସଲ କରିଥିଲେ ।

ଏହା ସହିତ ଗତକାଲି (ଶନିବାର) ଖେଳଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ ମ୍ୟାଚରେ ପନ୍ତ ତ୧୫ ବଲରେ ୨୬ ରନ ସଂଗ୍ରହ କରି ଆଉଟ ହୋଇଥିଲେ । ନିକଟରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ମ୍ୟାଚରେ ପନ୍ତ ଅଧିନାୟକ ଦାୟିତ୍ବରେ ରହିଥିଲେ । ହେଲେ ସେହି ମ୍ୟାଚରେ ପନ୍ତଙ୍କ ପ୍ରଦର୍ଶନ ଭଲ ରହି ନଥିଲା । ଏହା ସହିତ ୨୦୨୨ ଇଣ୍ଡିଆନ ପ୍ରିମିୟର ଲିଗ(IPL) ରେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ତରଫରୁ ତାଙ୍କର ପ୍ରଦର୍ଶନ ଭଲ ରହି ନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.