ଦୁବାଇ: ଆଇସିସି ମହିଳା ଦିନିକିଆ ମାନ୍ୟତାର ନମ୍ବର ୧ ବ୍ୟାଟର ସ୍ଥାନ ବଜାୟ ରଖିଲେ ଟିମ ଇଣ୍ଡିଆ କ୍ୟାପଟେନ ମିତାଲି ରାଜ୍ । ତେବେ ଦକ୍ଷିଣ ଆଫ୍ରିକା ଓପନର ଲିଜଲେ ଲି, ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ମ୍ୟାଚ୍ରେ ଅପରାଜିତ ୯୧ ରନର ଇଂନିସ ଖେଳିବା ପରେ ଯୁଗ୍ମ ଭାବେ ବ୍ୟାଟିଂ ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି ।
ଜୁନ ୨୦୧୮ରେ ପ୍ରଥମ ଥର ଶୀର୍ଷ ସ୍ଥାନ ହାସଲ କରିଥିଲେ ଲି । ପରେ ଚଳିତ ବର୍ଷ ମାର୍ଚ୍ଚରେ ଦ୍ବିତୀୟ ଥର ପାଇଁ ନମ୍ବର ୧ ହୋଇଥିଲେ । ତେବେ ସଦ୍ୟ ପ୍ରକାଶିତ ICC ମହିଳା ବ୍ୟାଟିଂ ମାନ୍ୟତାରେ ୭୬୨ ରେଟିଂ ପଏଣ୍ଟ ସହିତ ଭାରତୀୟ କ୍ୟାପଟେନ ମିତାଲି ରାଜ୍ଙ୍କ ସହ ଯୁଗ୍ମ ଭାବେ ନମ୍ବର ୧ ହୋଇଛନ୍ତି । ଅଷ୍ଟ୍ରେଲିଆର ଆଲେସା ହେଲି ୬ ପଏଣ୍ଟ ପଛରେ ଥାଇ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ।
ଦକ୍ଷିଣ ଆଫ୍ରିକା କ୍ୟାପଟେନ ଡେନ ଭାନ ନିଏକର୍କ ମଧ୍ୟ ମାନ୍ୟତାର ଉପରକୁ ଉଠିଛନ୍ତି । ବ୍ୟାଟିଂ ମାନ୍ୟତାର ୨୫ତମ ଓ ବୋଲିଂ ତାଲିକାର ୧୯ତମ ସ୍ଥାନରେ ରହିଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ରେ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ନିଏକର୍କ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ