ETV Bharat / sports

Player Of The Month: ପ୍ଲେୟର ଅଫ ଦି ମନଥ୍ ପାଇଁ ଭାରତରୁ ଦୁଇ କ୍ରିକେଟର

author img

By

Published : Feb 7, 2023, 8:14 PM IST

୨୦୨୩ ଜାନୁଆରୀ ମାସର ପ୍ଲେୟର ଅଫ ଦି ମନଥ୍ ପାଇଁ ଖେଳାଳିଙ୍କ ନାମ ସର୍ଟଲିଷ୍ଟ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ । ଅଧିକ ପଢନ୍ତୁ

Player Of The Month
Player Of The Month

ହାଇଦ୍ରାବାଦ : ୨୦୨୩ ଜାନୁଆରୀ ମାସର ପ୍ଲେୟର ଅଫ ଦି ମନଥ୍ ପାଇଁ ଖେଳାଳିଙ୍କ ନାମ ସର୍ଟଲିଷ୍ଟ କରିଛି ICC । ଏହି ପୁରସ୍କାର ପାଇଁ ତିନି ଜଣ କ୍ରିକେଟଙ୍କ ନାମ ନୋମିନେସନ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ । ସବୁଠୁ ବଡ କଥା ହେଲା ତିନି ଜଣ କ୍ରିକେଟରଙ୍କ ମଧ୍ୟରୁ ଏହି ତାଲିକାରେ ଭାରତର ଦୁଇ କ୍ରିକେଟର ରହିଛନ୍ତି । ଏଥିରେ ଟିମ ଇଣ୍ଡିଆର ଯୁବ ବିସ୍ଫୋରକ ବ୍ୟାଟର ଶୁବମନ ଗିଲ ଏବଂ ବୋଲର ମହମ୍ମଦ ସିରାଜଙ୍କ ନାମ ସାମିଲ ରହିଛି । ସେହିପରି ନ୍ୟୁଜିଲାଣ୍ଡର ଦମଦାର ବ୍ୟାଟର ଡେଭନ କନୱେଙ୍କ ନାମ ମଧ୍ୟ ଏହି ତାଲିକାରେ ସର୍ଟଲିଷ୍ଟ କରିଛି ICC ।

ଟିମ ଇଣ୍ଡିଆର ଯୁବ ବ୍ୟାଟର ଶୁବମନ ଗିଲ

୨୦୨୩ ବର୍ଷର ଜାନୁଆରୀ ମାସ ଶୁବମନ ଗିଲଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା । ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ଗିଲଙ୍କ ବ୍ୟାଟ ଗର୍ଜିବାରେ ଲାଗିଥିଲା । ଏହି ମ୍ୟାଚରେ ସେ ଏବର୍ଷର ପ୍ରଥମ ଶତକ ହାସଲ କରିଥିଲେ । ସିଂହଳୀ ଟିମ ବିପକ୍ଷରେ ଖେଳାଯାଇଥିବା ଏହି ଦିନିକିଆ ସିରିଜରେ ଗିଲ ପ୍ରଥମ ଦିନିକିଆରେ ଦମଦାର ୭୦ ରନର ଇନିଂସ ଖେଳିଥିଲେ । ଦ୍ବିତୀୟ ଦିନିକିଆରେ ୨୧ ରନ କରିଥିଲେ । ତୃତୀୟ ଦିନିକିଆରେ ନିଜ ବ୍ୟାଟିର ପରାକାଷ୍ଠା ଦେଖାଇ ହାସଲ କରିଥିଲେ ଶତକ । ସେ ୧୧୬ ରନର ଇନିଂସ ଖେଳିଥିଲେ । ତେବେ ଏତିକିରେ ଅଟକିନଥିଲା ହୋଇନଥିଲା ତାଙ୍କ ବ୍ୟାଟ । ଭାରତ ବନାମ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ସେ ଉଚ୍ଚକୋଟୀର ପ୍ରଦର୍ଶନ କରି ତାଙ୍କ ପ୍ରତିଭା ସମସ୍ତଙ୍କୁ ଦେଖାଇଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଗିଲ ଦ୍ବିଶତକ ହାସଲ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ସେ ଏହି ମ୍ୟାଚରେ ୧୪୯ ବଲରୁ ୨୦୮ ରନର ଅବିଶ୍ବସନୀୟ ଇନିଂସ ଖେଳିଥିଲେ । ତାଙ୍କର ଏହି ଉପଲବ୍ଧି ପରେ ସେ ଦ୍ବିଶତକ ହାସଲ କରିଥିବା ସର୍ବକନିଷ୍ଠ ଯୁବ କ୍ରିକେଟର ହୋଇପାରିଛନ୍ତି । ଦ୍ବିତୀୟ ଦିନିକିଆରେ ୪୦ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ତୃତୀୟ ଦିନିକିଆରେ ୧୧୨ ରନର ଶତକୀୟ ଇନିଂସ ଖେଳିଥିଲେ । ଏହାପରେ ସେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି୨୦ ସିରିଜରେ ୬୩ ବଲରେ ୧୨୬ ରନର ଇନିଂସ ଖେଳି ଅପରାଜିତ ରହିଥିଲେ ।

ଭାରତରର ଫାଷ୍ଟ ବୋଲର ମହମ୍ମଦ ସିରାଜ

ଜଶପ୍ରିତ ବୁମରାଙ୍କ ପରେ ମହମ୍ମଦ ସିରାଜ ଦିନିକିଆ ମ୍ୟାଚରେ ନିଜର ଦମଦାର ବୋଲିଂ ପ୍ରଦର୍ଶନ କରିଛନ୍ତି । ତାଙ୍କର ଉଚ୍ଚକୋଟୀର ପ୍ରଦର୍ଶନ କାରଣରୁ ତାଙ୍କୁ MRF ଟାୟର୍ସ ICC ମେନ୍ସ ପ୍ଲେୟର ମାନ୍ୟତାରେ ପୁରସ୍କୃତ କରାଯାଇଥିଲା । ସେ ICC ଦିନିକିଆ ମାନ୍ୟତାରେ ଶ୍ରେଷ୍ଠ ବୋଲର ହୋଇଥିଲେ । ସିରାଜ ଗୌହାଟୀରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚରେ ୭ ଓଭରରେ ୩୦ ରନ ବ୍ୟୟ କରି ୨ ଟି ୱିକେଟ ନେଇଥିଲେ । ଦ୍ବିତୀୟ ଦିନିକିଆରେ ୩୦ ରନ ବ୍ୟୟରେ ୩ ଟି ୱିକେଟ ନେଇଥିଲେ । ତୃତୀୟ ଦିନିକିଆ ତଥା ଅନ୍ତିମ ଦିନିକିଆରେ ୩୨ ରନ ବ୍ୟୟରେ ୪ ଟି ୱିକେଟ ନେଇଥିଲେ ।

ନ୍ୟୁଜିଲାଣ୍ଡର ବ୍ୟାଟର ଡେଭନ କନୱେ

ଚଳିତ ବର୍ଷ ଜାନୁଆରୀ ମାସରେ ସମସ୍ତ ଫର୍ମାଟରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ଡେଭନ କନୱେ । କରାଚୀରେ ପାକିସ୍ତାନ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ୯୨ ଏବଂ ୧୮ ରନ ସଂଗ୍ରହ କରିଥିଲେ । ସେହିପରି ୨୦୨୩ ବର୍ଷ ଆରମ୍ଭରୁ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ୧୨୨ ରନର ପାଳି ଖେଳିଥିଲେ । ଏହାପରେ କନୱେ ଭାରତ ବିପକ୍ଷରେ ଇନ୍ଦୋରରେ ତୃତୀୟ ଦିନିକିଆରେ ୧୦୦ ବଲରୁ ୧୩୮ ରନର ପାଳି ଖେଳିଥିଲେ । ଏହା ପରେ ରାଞ୍ଚିରେ ଭାରତ ବିପକ୍ଷରେ ଖେଳାଯାଇଥିଲା ପ୍ରଥମ ଟି୨୦ ମ୍ୟାଚରେ ୩୫ ବଲରୁ ୫୨ ରନ ସଂଗ୍ରହ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.