ETV Bharat / sports

ICC ODI Ranking: କ୍ୟାରିଅରର ଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ଶୁଭମନ

author img

By

Published : Apr 6, 2023, 9:43 AM IST

ଭାରତୀୟ ଯୁବ ବ୍ୟାଟର ଶୁଭମନଙ୍କ ସଫଳତା । ଆଇସିସି ପୁରୁଷ ଦିନିକିଆ ମାନ୍ୟତା ତାଲିକାରେ ଚତୁର୍ଥ ସ୍ଥାନକୁ ଉଠିଲେ ଗିଲ । ଅଧିକ ପଢନ୍ତୁ

shubman gill climbs career best fourth spot
ICC ODI Ranking

ନୂଆଦିଲ୍ଲୀ: ଭାରତୀୟ ଯୁବ ବ୍ୟାଟର ଶୁଭମନ ଗିଲଙ୍କ ସଫଳତା । ସଦ୍ୟ ପ୍ରକାଶିତ ଆଇସିସି ପୁରୁଷ ଦିନିକିଆ ମାନ୍ୟତାରେ ଶୁଭମନ ଗିଲଙ୍କ ଉନ୍ନତୀ ହୋଇଛି । କ୍ୟାରିଅରର ଶ୍ରେଷ୍ଠ ଚତୁର୍ଥ ସ୍ଥାନକୁ ଉଠିଛନ୍ତି ଗିଲ । ଅନ୍ୟ ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ବିରାଟ କୋହଲି ଷଷ୍ଠକୁ ଉଠିଥିବାବେଳେ ରୋହିତ ଶର୍ମା ଅଷ୍ଟମ ସ୍ଥାନ ଓ ବଜାୟ ରଖିଛନ୍ତି । ପାକିସ୍ତାନର ବାବର ଆଜମ ଶୀର୍ଷ ସ୍ଥାନରେ ରହିଛନ୍ତି ।

ଚଳିତ ବର୍ଷ 9ଟି ଦିନିକିଆରେ ଶୁଭମନ ଗିଲ 624 ରନ କରିଛନ୍ତି । ଆଭରେଜ 78 ରହିଛି । ଚଳିତ ବର୍ଷ ସେ 3ଟି ଶତ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ 208 ତାଙ୍କର ଶ୍ରେଷ୍ଠ ସ୍କୋର । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ଶୁଭମନଙ୍କ ପ୍ରଦର୍ଶନ ଏତେ ଭଲ ନଥିଲା । 3ଟି ମ୍ୟାଚରେ ସେ ଯଥାକ୍ରମେ 20, ଶୂନ ଏବଂ 37 ରନ କରିଥିଲେ ।

ଚଳିତ ବର୍ଷ ଦିନିକିଆରେ ସେ ଦ୍ରୁତତମ ସ୍କୋରର ହୋଇଥିଲେ । ସେହିପରି ବିରାଟ କୋହଲି 9ଟି ଦିନିକିଆରେ 427 ରନ କରିଛନ୍ତି । ସେଥିରେ 2ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଛି । 166 ତାଙ୍କର ଶ୍ରେଷ୍ଠ ସ୍କୋର ଥିବାବେଳେ ସେ ଦିନିକିଆରେ ଚତୁର୍ଥ ଦ୍ରୁତ ସ୍କୋରର । ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ସେ ଯଥାକ୍ରମେ 4, 31 ଓ 54 ରନ କରିଥିଲେ ।

ଏହା ବି ପଢନ୍ତୁ..TATA IPL 2023 PBKS vs RR: ପଞ୍ଜାବର ବିଜୟ ଧାରା ଜାରି, 5 ରନରେ ହାରିଲା ରାଜସ୍ଥାନ

ଏହା ବି ପଢନ୍ତୁ...IPL 2023: ରାଜସ୍ଥାନ ବିପକ୍ଷରେ ପଞ୍ଜାବର ରୋମାଞ୍ଚକର ବିଜୟ, ଦେଖନ୍ତୁ ମ୍ୟାଚ ବେଳର କିିଛି ଫଟୋ

ବୋଲିଂ ମାନ୍ୟତା ତାଲିକାରେ ଏକମାତ୍ର ଭାରତୀୟ ଭାବେ ମହମ୍ମଦ ସିରାଜ ଶ୍ରେଷ୍ଠ 10ରେ ସ୍ଥାନରେ ରହିଛନ୍ତି । ସେ ତୃତୀୟ ସ୍ଥାନରେ ରହିଛନ୍ତି । ଜୋସ ହାଜେଲଉଡ ଓ ଟ୍ରେଣ୍ଟ ବୋଲ୍ଡ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

ଟି-ଟ୍ବେଣ୍ଟି ବ୍ୟାଟିଂ ମାନ୍ୟତାରେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନ ସ୍ଥିର ରହିଛି । ସେ ଶୀର୍ଷ ସ୍ଥାନରେ ରହିଛନ୍ତି । ବୋଲିଂ ତାଲିକାର ଶୀର୍ଷ 10ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦକ୍ଷିଣ ଆଫ୍ରିକାର ଏଡେନ ମାର୍କରମ 13ତମ ସ୍ଥାନ ଉପରକୁ ଉଠିଛନ୍ତି । ତାଲିକାର 41 ତମ ସ୍ଥାନରେ ରହିଛନ୍ତି । ସେହିପରି ଅଲରାଉଣ୍ଡର ତାଲିକାରେ ବାଲାଂଦେଶର ସାକିବ ଅଲ ହାସନ, ଆଫଗାନିସ୍ଥାର ମହମ୍ମଦ ନବି ଓ ରାସିତ ଖାନ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

ପ୍ରକାଶଥାଉ କି, ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ଟକ୍କରରେ ଶୁଭମନ ଗିଲ ଶତକ ହାସଲ କରିଥିଲେ । ଚଳିତ ବର୍ଷ ଜାନୁଆରୀର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ଶୁଭମନ ଗିଲ । ଆଇସିସି ମାସିକ ପୁରସ୍କାର ହାସଲ କରିଥିଲେ ଶୁଭମନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.