ETV Bharat / sports

ଆଇସିସି ରାଙ୍କିଂ ତାଲିକା: ଦିନିକିଆରେ ଶୀର୍ଷ ସ୍ଥାନ ହରାଇଲେ ଗିଲ, ଟି-20 ଟପ୍‌ରେ SKY

author img

By ETV Bharat Odisha Team

Published : Dec 21, 2023, 12:19 PM IST

ICC Mens Cricket Rankings: ଦିନିକିଆ ମାନ୍ୟତାରେ ତଳକୁ ଖସିଲେ ଗିଲ । ଟପ 1ରେ ରହିଲେ ବାବର ଆଜମ । ସୂର୍ଯ୍ୟକୁମାର ଯାଦବ ଟି ଟ୍ବେଣ୍ଟିରେ ନମ୍ବର 1 । ଅଧିକ ପଢ଼ନ୍ତୁ

ଆଇସିସି ରାକିଂ ତାଲିକା
ICC Mens Cricket Rankings

ନୂଆଦିଲ୍ଲୀ: ଆଇସିସି ପକ୍ଷରୁ ନୂଆ ଟି ଟ୍ବେଣ୍ଟି କ୍ରିକେଟ, ଦିନିକିଆ ଓ ଟେଷ୍ଟ କ୍ରିକେଟ ମାନ୍ୟତା ତାଲିକା ପ୍ରକାଶ ପାଇଛି । ଟି-ଟ୍ବେଣ୍ଟି କ୍ରିକେଟ ମାନ୍ୟତାର ଶୀର୍ଷରେ ସ୍ଥାନ ବଜାୟ ରଖିଛନ୍ତି ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ । କିନ୍ତୁ ODIରେ ତଳକୁ ଖସି ଆସିଛନ୍ତି ଶୁବମନ ଗିଲ । ଗୋଟିଏ ସ୍ଥାନ ଉପରକୁ ଉଠି ପୁଣି ଦିନିକିଆରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି ପାକିସ୍ତାନ କ୍ରିକେଟର ବାବର ଆଜମ । ସେହିପରି ଟେଷ୍ଟ କ୍ରିକେଟରେ ଟପ୍‌ ଟେନ୍‌ରେ ରହିଛନ୍ତି ରୋହିତ ଶର୍ମା ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍‌: ଟସ୍‌ ଜିତି କଙ୍ଗାରୁ ଟିମର ବ୍ୟାଟିଂ ନିଷ୍ପତ୍ତି

ଟି-20 ମାନ୍ୟତା ତାଲିକା: ଟି-ଟ୍ବେଣ୍ଟି ମାନ୍ୟାତା ତାଲିକାରେ ଭାରତୀୟ ଟିମର 2 ଜଣ ଖେଳାଳି ଟପ୍‌ ଟେନ୍‌ରେ ରହିଛନ୍ତି । ସୂର୍ଯ୍ୟକୁମାର ଯାଦବ 887 ରନ କରି ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ ପାକିସ୍ତାନ କ୍ରିକେଟର ମହମ୍ମଦ ରିଆଜ ଓ ତୃତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଆଦିଲ ମାର୍କମ ରହିଛନ୍ତି । ରୁତୁରାଜ ଗାଏକଓ୍ବାଡ 674 ରନ୍‌ ସହ ସପ୍ତମ ସ୍ଥାନରେ ରହିଛନ୍ତି । ବୋଲିଂରେ ରବି ବିଷ୍ଣୋଇ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ଇଂଲଣ୍ଡର ଆଦିଲ ରସିଦ ଟି-ଟ୍ବେଣ୍ଟି ବୋଲିଂ ମାନ୍ୟତାର ଶିର୍ଷ ସ୍ଥାନରେ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରବି ବିଷ୍ଣୋଇ No.1 ଟି୨୦ ବୋଲର, ଆଇସିସି ରାଙ୍କିଂରେ ଟିମ୍‌ ଇଣ୍ଡିଆର ଦବଦବା

ଦିନିକିଆ ମାନ୍ୟତା ତାଲିକା: ଦିନିକିଆ ମାନ୍ୟତା ତାଲିକାରେ ଟପ୍‌ ଟେନ୍‌ରେ ରହିଛନ୍ତି ତିନି ଜଣ ଭାରତୀୟ କ୍ରିକେଟର । ବ୍ୟାଟିଂରେ ଶୀର୍ଷ ସ୍ଥାନ ହରାଇ ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି ଶୁବମନ ଗିଲ । ତାଙ୍କ ସ୍ଥାନରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ବାବର ଆଜମ । ଶୁବମନଙ୍କ ଦିନିକିଆ ମ୍ୟାଚ୍‌ରେ ରନ୍‌ 810 ରହିଥିବା ବେଳେ ବାବର ଆଜମଙ୍କ 824 ରହିଛି । 42 ଦିନ ଧରି ଏକ ନମ୍ବର ସ୍ଥାନରେ ରହିବା ପରେ ତଳକୁ ଖସି ଆସିଛନ୍ତି ଗିଲ୍‌ । ସେହିପରି ବିରାଟ କୋହଲି ତୃତୀୟ ଓ ରୋହିତ ଶର୍ମା ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଟେଷ୍ଟ କ୍ରିକେଟ ମାନ୍ୟତା ତାଲିକା: ଟେଷ୍ଟ କ୍ରିକେଟ ମାନ୍ୟତା ତାଲିକା ଶୀର୍ଷ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟର କେନ୍‌ ଓ୍ବିଲିୟମସନ । ଜଣେ ମାତ୍ର ଭାରତୀୟ କ୍ରିକେଟର ଭାବେ ରୋହିତ 10 ନମ୍ବର ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.