ETV Bharat / sports

Cricket World Cup 2023: ଟିମ୍‌ ଇଣ୍ଡିଆ ଜର୍ସିରେ ଡେବ୍ୟୁ କଲେ Jarvo 69 ! ବ୍ୟାନ୍‌ କରିଦେଲା ଆଇସିସି

ବିଶ୍ବକପ୍‌ ୨୦୨୩ରେ ଭାରତ ଆଜି ଏହାର ପ୍ରଥମ ମୁକାବିଲା ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଥିବାବେଳେ ମ୍ୟାଚ୍‌ରେ ଏକ ମଜାଦାର ଘଟଣା ଘଟିଥିଲା । ଭାରତୀୟ ଜର୍ସି ପିନ୍ଧି ହଠାତ ପଡ଼ିଆ ଭିତରକୁ ପଶି ଆସି ଫିଲ୍ଡଂ ପୋଜିସନ୍ ଚେଞ୍ଜ୍‌ କରିଥିଲେ ଇଂଲଣ୍ଡର ପ୍ରାଙ୍କଷ୍ଟାର ତଥା ୟୁଟ୍ୟୁବର 'ଜାର୍ଭୋ ୬୯' । ଏହାପରେ ତାଙ୍କୁ ସିକ୍ୟୁରିଟି ଉଠାଇ ନେଇଥିବା ସହ ଅନ୍ୟ ବିଶ୍ବକପ୍‌ ମ୍ୟାଚ୍‌ ଦେଖିବାରୁ ଜାର୍ଭୋଙ୍କୁ ବ୍ୟାନ କରିଛି ଆଇସିସି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 8, 2023, 9:08 PM IST

ଟିମ୍‌ ଇଣ୍ଡିଆ ଜର୍ସିରେ ଡେବ୍ୟୁ କଲେ Jarvo 69 !

ନୂଆଦିଲ୍ଲୀ: ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଚଳିତ ବିଶ୍ବକପ୍‌ ୨୦୨୩ର ପ୍ରଥମ ମ୍ୟାଚ ଖେଳୁଛି ଭାରତ । ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଘାଇଲା ହୋଇ କେବଳ ୧୯୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା କଙ୍ଗାରୁ ଦଳ । ଏହାପରେ ଭାରତକୁ ବିଜୟରୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବାକୁ କେବଳ ୨୦୦ ରନ୍‌ର ଆବଶ୍ୟକତା ରହିଛି । ତେବେ ଏହି ମ୍ୟାଚ୍‌ ଚାଲିଥିବାବେଳେ ଟିମ ଇଣ୍ଡିଆର ଜଣେ ନୂଆ ସଦସ୍ୟଙ୍କୁ ଦେଖିବାକୁ ମିଳିଛି । ଇଂଲଣ୍ଡର ପ୍ରାଙ୍କଷ୍ଟାର ତଥା ୟୁଟ୍ୟୁବର ଜାର୍ଭୋ ମ୍ୟାଚ୍‌ ଚାଲିଥିବାବେଳେ ଭାରତୀୟ ଜର୍ସି ପିନ୍ଧି ହଠାତ ପଡ଼ିଆ ଭିତରକୁ ପଶିଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ଅନ୍ୟ କୌଣସି ବିଶ୍ବକପ୍‌ ମ୍ୟାଚ୍‌ ଦେଖିବାରୁ ଆଇସିସି ଜାର୍ଭୋଙ୍କୁ ବ୍ୟାନ୍‌ କରିଛି ।

ଡାନିଏଲ ଜାର୍ଭିସ ଆକା ବା ଜାର୍ଭୋ ପୂର୍ବରୁ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ବ୍ୟାଘାତ ସୃଷ୍ଟି ପାଇଁ ଆଗରୁ ବେଶ ଚର୍ଚ୍ଚିତ । ସେ ଆଜି ମଧ୍ୟ ୬୯ ନମ୍ବର ଜର୍ସି ପିନ୍ଧି ହଠାତ ମୈଦାନକୁ ଓହ୍ଲାଇଥିଲେ । ଭାରତର ବିଶ୍ବକପ୍‌ ଜର୍ସି ପିନ୍ଧି ସେ ପଡ଼ିଆ ଭିତରକୁ ପଶି ଆସିଥିଲେ । ଲୋକପ୍ରିୟ ତଥା ବିବାଦୀୟ ପ୍ରାଙ୍କଷ୍ଟର 'ଜାର୍ଭୋ ୬୯' ସୁରକ୍ଷା ଉଲ୍ଲଘଂନ କରି ପଡ଼ିଆ ଭିତରକୁ ପଶିବା ପରେ ଫିଲ୍ଡିଂ ପୋଜିସନ୍ ଚେଞ୍ଜ୍‌ କରୁଥିବା ଦେଖିବାକୁ ମିଳିଥିଲା । ପଡ଼ିଆରେ ବ୍ୟସ୍ତ ଥିବା ଭାରତୀୟ ଖେଳାଳିଙ୍କ ସହ ଯୋଗଦେଇଥିଲେ ଷ୍ଟାର ୟୁଟ୍ୟୁବର ଜାର୍ଭୋ ।

ତେବେ ଜାର୍ଭୋଙ୍କ ଏହି କାରନାମା ଦେଖି ବିରକ୍ତ ହୋଇଯାଇଥିଲେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ୱିକେଟ୍‌ କିପର କେଏଲ୍‌ ରାହୁଲ । ଜାର୍ଭୋଙ୍କ ପାଖକୁ ଯାଇ କୋହଲି ତାଙ୍କୁ ବିରକ୍ତ ହୋଇ କିଛି କହୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହାପରେ ଗ୍ରାଉଣ୍ଡ ଷ୍ଟାଫ୍‌ ଏବଂ ସିକ୍ୟୁରିଟି ଜର୍ଭୋଙ୍କୁ ପଡ଼ିଆ ବାହାରକୁ ଠେଲି ଠେଲି ନେଇଯାଇଥିଲେ । ଏହି ମଜାଦାର ଘଟଣାର କିଛି ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆରମ୍ଭରୁ ଭାରତୀୟ ବୋଲରଙ୍କ ଜୋରଦାର ଆକ୍ରମଣ, ୧୯୯ରେ ଅଷ୍ଟ୍ରେଲିଆ ଅଲଆଉଟ୍‌

ତେବେ ଜାର୍ଭୋଙ୍କ ଏହି କାରନାମା ପ୍ରଥମ ଥର ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ସେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବ୍ୟାଘାତ ସୃଷ୍ଟି କରିଛନ୍ତି । ୨୦୨୧ ଭାରତ-ଇଂଲଣ୍ଡ ମଧ୍ୟରେ ଏକ ଟେଷ୍ଟ ମ୍ୟାଚ୍‌ରେ ଠିକ୍ ଏଭଳି କାମ କରିଥିଲେ ଜାର୍ଭୋ । ଏହି ମ୍ୟାଚ୍‌ ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଥିଲା । ଏଥିରେ ହଠାତ ଗ୍ରାଉଣ୍ଡ ଭିତରକୁ ପଶି ଆସିଥିଲେ ଜାର୍ଭୋ । ତେବେ ସିକ୍ୟୁରିଟି ଷ୍ଟାଫ ତାଙ୍କୁ ଉଠାଇ ପଡ଼ିଆ ବାହାରକୁ ନେଇଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.