ETV Bharat / sports

AUS Vs SA: ବର୍ଷା କମିବା ପରେ ଖେଳ ଆରମ୍ଭ, ପୁଣି ପାଗ ବାଧକ ସାଜିବା ସମ୍ଭାବନା - କ୍ରିକେଟ ବିଶ୍ବକପ ଦ୍ବିତୀୟ ସେମି ଫାଇନାଲ

ଆଇସିସି କ୍ରିକେଟ ବିଶ୍ବକପ ଦ୍ବିତୀୟ ସେମି ଫାଇନାଲ । ବର୍ଷା କମିବା ପରେ ପୁଣି ଆରମ୍ଭ ହେଲା ଖେଳ । ଅଧିକ ପଢନ୍ତୁ

AUS Vs SA
AUS Vs SA
author img

By ETV Bharat Odisha Team

Published : Nov 16, 2023, 4:02 PM IST

Updated : Nov 16, 2023, 4:15 PM IST

କୋଲକାତା: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ । ଆଜି (ଗୁରୁବାର) ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ସ୍ଥିତ ଇଡେନ ଗାର୍ଡେନରେ ଖେଳାଯାଉଛି ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସେମି ଫାଇନାଲ । ଅଷ୍ଟ୍ରେଲିଆ ଓ ସାଉଥ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ଉପରେ ଭାରି ପଡ଼ିଛି କଙ୍ଗାରୁ ଟିମ । ହେଲେ ଇତି ମଧ୍ୟରେ ଖେଳରେ ବର୍ଷା ସାଜିଥିଲା ବାଧକ । ହେଲେ ବର୍ଷା କମିବା ପରେ ପୁଣି ଖେଳ ଆରମ୍ଭ ହୋଇଥିଲେ ସୁଦ୍ଧା ପାଗ ପୁଣି ବାଧକ ସାଜିବ ବୋଲି ଆଶଙ୍କା କରାଯାଉଛି ।

ବର୍ଷା କମିବା ପରେ ୩.୫୫ ସୁଦ୍ଧା ପିଚ୍‌ରୁ କଭର୍‌ ହଟାଯାଇ ପୁଣି ଖେଳ ଆରମ୍ଭ ହୋଇଛି । ମାତ୍ର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗକୁ ପାଗ ପୁଣି ମ୍ୟାଚ୍‌ରେ ବାଧକ ସାଜିପାରେ । କିନ୍ତୁ ଏହି ମ୍ୟାଚ୍‌ ଦେଖିବା ଲାଗି ଇଡେନ ଗାର୍ଡେନରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଜମିଛି । ଗତକାଲି (ବୁଧବାର) ନ୍ୟୁଜିଲାଣ୍ଡକୁ ହରାଇ ଭାରତ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିସାରିଛି । ଏହି ମ୍ୟାଚ୍‌ ଶେଷ ହେବା ପରେ ଭାରତ ବିପକ୍ଷରେ ଫାଇନାଲ ଖେଳିବାକୁ ଥିବା ଦ୍ବିତୀୟ ଟିମ ସାମ୍ନାକୁ ଆସିବ । ତେବେ ୧୪ ଓଭର ଶେଷ ସୁଦ୍ଧା ବର୍ଷା ହେବା କାରଣରୁ ମ୍ୟାଚ୍‌ ଅଟକିଥିଲା ।

ଏହା ବି ପଢନ୍ତୁ- World Cup Semi Final 2 : ଟସ୍‌ ଜିତି ସାଉଥ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଅଷ୍ଟ୍ରେଲିଆ

ସୂଚନା ଥାଉ କି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ସାଉଥ ଆଫ୍ରିକାର ଏବେ ସୁଦ୍ଧା ବ୍ୟାଟିଂ ବିପର୍ଯ୍ୟସ୍ତ ଦେଖିବାକୁ ମିଳିଛି । ଦଳର ଟପ୍‌ ଅର୍ଡର ବ୍ୟାଟର୍ ଆଜି ଫେଲ୍‌ ମାରିଛନ୍ତି । ଏବେ ୧୮ ଓଭର ସୁଦ୍ଧା ସାଉଥ ଆଫ୍ରିକା ୪ଟି ୱିକେଟ ହରାଇ ମାତ୍ର ୫୫ ରନ୍‌ କରିଛି । ଓପନର କ୍ବିଣ୍ଟନ ଡିକକ୍‌ ଓ ଟେମ୍ବା ବଭୁମା ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନାହାନ୍ତି । ଉଭୟ ଯଥାକ୍ରମେ ୩ ଓ ଶୂନରେ ଆଉଟ୍‌ ହୋଇଥିବା ବେଳେ ଫ୍ୟାନ୍ସଙ୍କୁ ଝଟକା ଲାଗିଥିଲା । ଏହାପରେ ରସି ଡୁସେନ ଓ ଏଡେମ ମାକ୍ରମ ମଧ୍ୟ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି । ଏହି ୨ ବ୍ୟାଟର୍‌ ଯଥାକ୍ରମେ ୬ ଓ ୧୦ରେ ଆଉଟ୍‌ ହୋଇଛନ୍ତି ।

କଙ୍ଗାରୁ ଦଳ ଚମତ୍କାର ବୋଲିଂ ଓ ଫିଲ୍ଡିଂରେ ସାଉଥ ଆଫ୍ରିକାର ଟପ୍‌ ବ୍ୟାଟିଂ ଅର୍ଡର ମାଟି କାମୁଡିଛନ୍ତି । ଏବେ ଦଳକୁ ହେନରିଚ୍‌ କ୍ଲାସେନ ଓ ଡେଭିଡ ମିଲର ସମ୍ଭାଳିଛନ୍ତି । ୧୮ ଓଭର ସୁଦ୍ଧା ଅଷ୍ଟ୍ରେଲିଆ ଷ୍ଟାର୍‌ ବୋଲର ମିଚେଲ ଷ୍ଟାର୍କ ଓ ଜସ୍ ହାଜେଲଉଡ୍‌ଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 16, 2023, 4:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.