ETV Bharat / sports

Cricket World Cup 2023: ଆଜିଠୁ କ୍ରିକେଟ ମହାକୁମ୍ଭ, ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମୁକାବିଲା - ବିଶ୍ବକପ 2023 ପ୍ରଥମ ମ୍ୟାଚ ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ

ଆଉ କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହୋଇଯିବ ବ୍ୟାଟ ବଲର ଯୁଦ୍ଧ କ୍ରିକେଟ ବିଶ୍ବକପ 2023 । ଡିଫେଣ୍ଡିଂ ଚାମ୍ପିଆନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଉଦଘାଟନୀ ମୁକାବିଲା । ଅଧିକ ପଢନ୍ତୁ

Cricket World Cup 2023
Cricket World Cup 2023
author img

By ETV Bharat Odisha Team

Published : Oct 5, 2023, 10:15 AM IST

ଅହମ୍ମଦାବାଦ: ଅନ୍ତ ଦେବାକୁ ଯାଉଛି ଦୀର୍ଘ ଦିନର ଅପେକ୍ଷା । ସମୟ ଯେତିକି ପାଖଉଛି ଉତ୍ସାହ ଉତ୍କଣ୍ଠା ସେତିକି ବଢୁଛି । ପିଚ୍‌ ରେଡି ଟିମ ତୟାର । ଆଉ କିଛି ଘଣ୍ଟାର ଅପେକ୍ଷା । ଟିଭି ପରଦା ଆଗରେ ଲାଗିବ କ୍ରିକେଟପ୍ରେମୀଙ୍କ ଭିଡ଼ । ଚିୟରଅଫରେ କମ୍ପିବ ଷ୍ଟାଡିୟମ । ପ୍ରସ୍ତୁତି ଶେଷ ହୋଇଛି ଅପେକ୍ଷା କେବଳ ସେହି ବହୁ ପ୍ରତୀକ୍ଷିତ ମୂହୁର୍ତ୍ତକୁ । ଆଜିଠୁ ଆରମ୍ଭ ହେବାକୁ ଯାଉଛି ଆଇସିସି କ୍ରିକେଟ ବିଶ୍ବକପର 13ତମ ସଂସ୍କରଣ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବାଜି ଉଠିବ ବିଶ୍ବକପ 2023 ବିଗୁଲ । ବ୍ୟାଟ ବଲର ଯୁଦ୍ଧରେ ଗୋଟିଏ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବେ ଦଳ । ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ୍‌ ଖେଳାଯିବ । ଅରରାହ୍ନ 2ଟାରୁ ମ୍ୟାଚ୍‌ ଆରମ୍ଭ ହେବ । ଦୁଇ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଅଂଶଗ୍ରହଣ କରିଛନ୍ତି 10ଦଳ: ଚଳିତ ବିଶ୍ବକପ 2023ରେ ମୋଟ 10 ଦଳ ଅଂଶଗ୍ରହଣ କରିଛନ୍ତି । ଆୟୋଜକ ଭାରତ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ନେଦରଲାଣ୍ଡସ, ବାଂଲାଦେଶ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ । 10 ଭେନ୍ୟୁରେ 10 ଦଳ ମଧ୍ୟରେ ମୋଟ 48ଟି ମ୍ୟାଚ ଖେଳାଯିବ । ଆଜିଠୁ ବିଶ୍ବକପ ଆରମ୍ଭ ହୋଇ ନଭେମ୍ବର 19 ତାରିଖ ଯାଏଁ ଚାଲିବ । ପ୍ରଥମ ଓ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ ଯଥାକ୍ରମେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ ଓ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ । 19 ତାରିଖରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ ଖେଳାଯିବ ।

ଅକ୍ଟୋବର 8ରୁ ଅଭିଯାନ ଆରମ୍ଭ କରିବ ଭାରତ: ଦୁଇ ଥର ବିଶ୍ବ ବିଜୟୀ ଭାରତ ଅକ୍ଟୋବର 8 ତାରିଖରୁ ତାର ଅଭିଯାନ ଆରମ୍ଭ କରିବ । 5 ଥର ଚମ୍ପିଆନ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଆଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ । ଏହାପରେ ଅକ୍ଟୋବର 14 ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଖେଳିବ ଭାରତ । 1983ରେ କପିଳ ଦେବଙ୍କ ନେତୃତ୍ବରେ ବିଶ୍ବକପ ଚମ୍ପିଆନ ହୋଇଥିଲା ଭାରତ । ଏହାପରେ 2011ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ବିଶ୍ବ ବିଜୟୀ ହୋଇଥିବା ଭାରତ ଏଥର ତୃତୀୟ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ।

ଏହା ବି ପଢନ୍ତୁ...Cricket World Cup 2023: ବିଶ୍ବକପ୍‌ ପାଇଁ ପ୍ରସ୍ତୁତ ଅନେକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ନରେନ୍ଦ୍ର ମୋଦି ଷ୍ଟାଡିୟମ

ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ: ରାଉଣ୍ଡ ରବିନ ଓ ନକ୍‌ଆଉଟ୍‌ ଭିତ୍ତିରେ ଖେଳାଯିବାକୁ ଥିବା ବିଶ୍ବକପ୍‌ର 13ତମ ସଂସ୍କରଣରେ ଗତ ସଂସ୍କରଣର ଚମ୍ପିଆନ ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ପ୍ରଥମ ମ୍ୟାଚ୍‌ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅପରାହ୍ନ 2ଟାରୁ ଆରମ୍ଭ ହେବ ମ୍ୟାଚ୍‌ । ଜୋସ ବଟଲରଙ୍କ ନେତୃତ୍ବରେ ଇଂଲଣ୍ଡ ଓ କେନ୍‌ ୱଲିୟମସନଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡ ଦଳ ମୈଦାନକୁ ଓହ୍ଲାଇବେ । ଇଂଲଣ୍ଡ ଖେଳାଳି ବେନ୍‌ ଷ୍ଟୋକ୍‌ସ ଏହି ମ୍ୟାଚ ଖେଳିବା ନେଇ ଆଶଙ୍କା ଉପୁଜିଛି । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ଦୁଇଦଳ । ଟସ୍‌ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବ । ପୂର୍ବରୁ ଦୁଇ ଦଳ ମଧ୍ୟରେ ଏକାଧିକ ମ୍ୟାଚ୍‌ ଖେଳାଯାଇଛି । ଭାରତୀୟ ଜଳବାୟୁ ଓ ଗ୍ରାଉଣ୍ଡରେ ମ୍ୟାଚ୍‌ ଫଳାଫଳକୁ ନେଇ ଅନୁମାନ କରିବାର କଷ୍ଟକର । 1996 ବିଶ୍ବକପରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିଥିଲେ । ନାଥାନ ଆସଲେଙ୍କ ଶତକ ବଳରେ ନ୍ୟୁଜିଲାଣ୍ଡ ଉକ୍ତ ମ୍ୟାଚକୁ 11ରନରେ ଜିତିଥିଲା । ପୂର୍ବରୁ ଦୁଇ ଦଳ ବିଶ୍ବକପରେ 10ଥର ପରସ୍ପରକୁ ଭେଟିଛନ୍ତି । ନ୍ୟୁଜାଲାଣ୍ଡ 5ଟି ମ୍ୟାଚ ଜିତିଥିବା ବେଳେ ଇଂଲଣ଼୍ଡ 4ଟି ମ୍ୟାଚ ଜିତିଛି ।

ଷ୍ଟୋକ୍ସ ଖେଳିବା ନେଇ ଆଶଙ୍କା: ଇଂଲଣ୍ଡ ଷ୍ଟାର ଅଲରାଉଣ୍ଡର ଆଜି ମ୍ୟାଚ ଖେଳିବା ନେଇ ଆଶଙ୍କା ଉପୁଜିଛି । ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚରେ ସେ ଆହତ ହୋଇଥିଲେ । ଆଘାତ କାରଣକୁ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ତାଙ୍କ ସ୍ଥାନରେ ହ୍ୟାରୀ ବ୍ରୁକଙ୍କୁ ସୁଯୋଗ ମିଳିବାର ସମ୍ଭାବନା ରହିଛି ।

ଖେଳିବେନି ୱିଲିମୟସନ: ବିଶ୍ବକପ ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସମ ଖେଳି ନପାରନ୍ତି । ଗତ ଆଇପିଏଲରେ ସେ ଆହତ ହୋଇଥିଲେ । ଏବେ ସେ ଫିଟ ହୋଇଛନ୍ତି । କିନ୍ତୁ ଆଜି ସେ ଖେଳି ନପାରନ୍ତି । ଆଜିର ମ୍ୟାଚରୁ ତାଙ୍କୁ ବିଶ୍ରାମ ଦେଇ ପରବର୍ତ୍ତୀ ମ୍ୟାଚ ପାଇଁ ପ୍ରସ୍ତୁତ ରହିବାକୁ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି । ୱିଲିୟମସନଙ୍କ ସ୍ଥାନରେ ଲାଥମ ଦଳର ନେତୃତ୍ବ ନେବେ ।

ଇଂଲଣ୍ଡ ସମ୍ଭାବ୍ୟ ଦଳ: ଜନି ବେୟାରଷ୍ଟୋ, ଦାୱିଦ ମଲାନ, ଜୋ ରୁଟ, ବେନ ଷ୍ଟୋକ/ହ୍ୟାରୀ ବ୍ରୁକ, ଜୋସ ବଟଲର (ଅଧିନାୟକ), ଲାଏନ ଲିଭିଙ୍ଗଷ୍ଟୋନ, ସାମ କରନ, କ୍ରିସ ୱକ୍ସ, ମାର୍କ ଉଡ, ଆଦିଲ ରସିଦ, ରିସ ଟପଲି ।

ନ୍ୟୁଜିଲାଣ୍ଡ ସମ୍ଭାବ୍ୟ ଦଳ: ୱିଲ୍‌ ୟଙ୍ଗ, ଡେଭନ କନୱେ, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ଟମ ଲାଥମ (ଅଧିନାୟକ), ଜେମ୍ସ ନୀଶମ, ମିଚେଲ ସାଣ୍ଟନର, ଆଇସ ସୋଦ୍ଧି, ମାଟ ହେନରୀ, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.