ETV Bharat / sports

ଅଲମ୍ପିକ ୨୦୨୮ ରେ କ୍ରିକେଟ ହୋଇପାରେ ସାମିଲ, ବର୍ଷାହେବ ଚୌକା-ଛକା - ବିଶ୍ବ କ୍ରୀଡା ମହାକୁମ୍ଭ

ବିଶ୍ବ କ୍ରୀଡା ମହାକୁମ୍ଭ ଅଲମ୍ପିକ ଖେଳରେ ଦେଖିବାକୁ ମିଳିବ ଚୌକା-ଛକା । ଅଧିକ ପଢନ୍ତୁ...

ICC confirms its intention to push cricket's inclusion in Olympics, Los Angeles 2028
ଅଲମ୍ପିକ ୨୦୨୮ରେ କ୍ରିକେଟ ହୋଇପାରେ ସାମିଲ, ବର୍ଷାହେବ ଚୌକା, ଛକା
author img

By

Published : Aug 10, 2021, 9:56 PM IST

Updated : Aug 10, 2021, 10:08 PM IST

ଦୁବାଇ: ଅଲମ୍ପିକରେ ସାମିଲ ହେବ କ୍ରିକେଟ । ଏଣିକି ବିଶ୍ବ କ୍ରୀଡା ମହାକୁମ୍ଭରେ ଦେଖିବାକୁ ମିଳିବ ଚୌକା, ଓ ଛକା । ଯଦି ସବୁକିଛି ଯୋଜନା ମୁତାବକ ହୁଏ, ତେବେ ୨୦୧୮ ଲସ୍‌ ଆଞ୍ଜଲେସ ଅଲମ୍ପିକରେ ସମସ୍ତ ଖେଳ ପରି କ୍ରିକେଟ ମଧ୍ୟ ଖେଳାଯିବ । ଏନେଇ ମଙ୍ଗଳବାର କ୍ରିକେଟର ସର୍ବୋଚ୍ଚ ପରିଚାଳନା ପରିଷଦ(ICC) ସ୍ପଷ୍ଟ କରିଛି । ୨୦୨୮ ସଂସ୍କରଣର ଗ୍ରୀଷ୍ମକାଳୀନ ଅଲମ୍ପିକ୍‌ରେ କ୍ରିକେଟକୁ ସାମିଲ କରିବାକୁ ସମସ୍ତ ପ୍ରୟାସ କରିବା ନେଇ ସ୍ପଷ୍ଟ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ।

ବହୁଦେଶୀୟ ମେଗା ଇଭେଣ୍ଟ ଅଲମ୍ପିକ୍‌ରେ କ୍ରିକେଟ ସାମିଲ ନେଇ ବେଶ କିଛି ସମୟ ଧରି ଇଚ୍ଛା ପ୍ରକାଶ କରିଆସୁଛି ICC । ଏହି ଇଚ୍ଛା ସହିତ ସ୍ବର ମିଳାଇଛି ବିଶ୍ବର ସବୁଠୁ ବିତ୍ତଶାଳୀ କ୍ରିକେଟ ବୋର୍ଡ BCCI । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସମ୍ପାଦକ ଜୟ ଶାହା ନିକଟରେ ଅଲମ୍ପିକ୍‌ ଖେଳରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନେଇ ଗ୍ରୀନ ସିଗନାଲ ଦେଇଛନ୍ତି ।

ବୋର୍ଡର ସ୍ବାଧୀନତା ଓ ଭାରତୀୟ ଅଲମ୍ପିକ ଆସୋସିଏସନ(IOA)ର ହସ୍ତକ୍ଷେପ ଆଶଙ୍କା କରି ପୂର୍ବରୁ ବିସିସିଆଇ, ଅଲମ୍ପିକ ଖେଳରେ କ୍ରିକେଟ ସାମିଲ ନେଇ ଇଚ୍ଛା ପ୍ରକାଶ କରୁନଥିଲା । ମାତ୍ର ବୋର୍ଡ ସମ୍ପାଦକ ଶାହା, ବୋର୍ଡର ଇଚ୍ଛା ସ୍ପଷ୍ଟ କରିଛନ୍ତି ଓ ଭାରତର ଅଂଶଗ୍ରହଣ ନେଇ ଆଶ୍ବାସନା ଦେଇଛନ୍ତି । ଏହାପରେ ICCକୁ ସୁରକ୍ଷିତ ନିଜ ଦିଶାରେ ବଢିବାରେ ସହାୟକ ହୋଇଛି ।

ଆଇସିସି ଏକ ଅଲମ୍ପିକ ୱାର୍କିଂ ଗ୍ରୁପ ଗଠନ କରିଛି । ଏହି ଗ୍ରୁପ ୨୦୨୮ ସଂସ୍କରଣର ଅଲମ୍ପିକ୍‌ରେ କ୍ରିକେଟ ସାମିଲ ଦିଗରେ କାର୍ଯ୍ୟ କରିବେ । ବିଶ୍ବରେ ଏକ ବିଲିୟନରୁ ଅଧିକ କ୍ରିକେଟ ଫ୍ୟାନ୍ସ ରହିଛନ୍ତି । ସେମାନଙ୍କ ମଧ୍ୟ ୯୦ ପ୍ରତିଶତ ଅଲମ୍ପିକ୍‌ରେ କ୍ରିକେଟକୁ ଦେଖିବାକୁ ଚାହୁଁଥିବା କହିଛନ୍ତି ICC ଚେୟାରମ୍ୟାନ ଗ୍ରେଗ ବାର୍ସଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 10, 2021, 10:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.