ETV Bharat / sports

ବିଶ୍ବକପ୍‌ ୨୦୨୩: ଫାଇନାଲ୍‌ ମ୍ୟାଚ୍‌ ଅଫିସିଆଲ୍ସ ଘୋଷଣା କଲା ଆଇସିସି, ନିରାଶ ଭାରତୀୟ ପ୍ରଶଂସକ - କାହାକୁ ମିଳିଲା ଅନ୍‌ଫିଲ୍ଡ ଦାୟିତ୍ବ

ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ ମ୍ୟାଚ୍‌ ପାଇଁ ଶୁକ୍ରବାର ଅମ୍ପାୟାର୍ସ ଓ ମ୍ୟାଚ୍‌ ଅଫିସିଆଲ୍ସଙ୍କ ନାମ ଘୋଷଣା କରିଛି ଆଇସିସି । ହେଲେ ଆଇସିସିର ଏହି ଘୋଷଣାରେ ନିରାଶ ହୋଇଛନ୍ତି ଭାରତୀୟ ପ୍ରଶଂସକ । ୨୦୧୯ ବିଶ୍ବକପ୍‌ ସେମିରେ ଭାରତ ମ୍ୟାଚ୍‌ରେ ଅମ୍ପାୟାରିଂ କରିଥିବା ଦୁଇ ଅମ୍ପାୟାର ଏଥର ପୁଣି ଭାରତର ମ୍ୟାଚ୍‌ ପରିଚାଳନା କରିବେ । ଅଧିକ ପଢ଼ନ୍ତୁ

ଫାଇନାଲ୍‌ ମ୍ୟାଚ୍‌ ଅଫିସିଆଲ୍ସ ଘୋଷଣା କଲା ଆଇସିସି

author img

By ETV Bharat Odisha Team

Published : Nov 17, 2023, 10:59 PM IST

ଅହମ୍ମଦାବାଦ: ରବିବାର ଖେଳାଯିବ ବିଶ୍ବକପ୍‌ ୨୦୨୩ର ସବୁଠାରୁ ବଡ଼ ମୁକାବିଲା । ଫାଇନାଲ୍‌ ଫାଇଟ୍‌ରେ ଟାଇଟଲ୍‌ ପାଇଁ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଅଷ୍ଟ୍ରେଲିଆ । ଏହି ବିଗ୍‌ ଫାଇଟ୍‌ ପାଇଁ ପ୍ରସ୍ତୁତ ହୋଇସାରିଛି ମଞ୍ଚ, ପ୍ରସ୍ତୁତ ହୋଇ ସାରିଛନ୍ତୁ ଦୁଇ ଫାଇନାଲିଷ୍ଟ । ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦୁଇ ଦଳ ଟ୍ରଫି ପାଇଁ ଫାଇନାଲ୍‌ ଟକ୍କରରେ ମୁହାଁମୁହିଁ ହେବାକୁ ଥିବାବେଳେ ଏହାପୂର୍ବରୁ ଆଜି ଫାଇନାଲ ମ୍ୟାଚ୍‌ ପାଇଁ ଅମ୍ପାୟାର ଓ ମ୍ୟାଚ୍‌ ଅଫିସିଆଲ୍ସଙ୍କ ନାମ ଘୋଷଣା କରିଛି ଆଇସିସି । ଏହି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ରେ ଅନ୍‌ଫିଲ୍ଡ ଅମ୍ପାୟାର ରହିବେ ଇଂଲଣ୍ଡର ରିଚାର୍ଡ ଇଲିଙ୍ଗୱର୍ଥ ଓ ରିଚାର୍ଡ ରିଚାର୍ଡ କେଟଲବୋରୋ ।

ତେବେ ଏହି ଦୁଇ ଅମ୍ପାୟାରଙ୍କ ନାଁ ଶୁଣି ଭାରତୀୟ ପ୍ରଶଂସକ ବେଶ ନିରାଶ ହୋଇଛନ୍ତି । କାରଣ ୨୦୧୯ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ରିଚାର୍ଡ ଇଲିଙ୍ଗୱର୍ଥ ଓ ରିଚାର୍ଡ କେଟଲବୋରୋ ଅମ୍ପାୟାରିଂ କରୁଥିଲେ । ଏହି ମ୍ୟାଚ୍‌ରେ ଭାରତ ୧୮ ରନ୍‌ରେ ହାରି ବିଶ୍ବକପ୍‌ରୁ ବିଦା ହୋଇଥିଲା । ମହେନ୍ଦ୍ର ସିଂହ ଧୋନୀଙ୍କ ରନ୍‌ ଆଉଟ୍‌ ହେବା ବେଳେ କେଟଲବୋରୋଙ୍କ ଏକ୍ସପ୍ରେସନ ଚାରିଆଡ଼େ ଭାଇରାଲ ହୋଇଥିଲା । ଧୋନୀ ରନ୍‌ ଆଉଟ ହେବାବେଳେ ସେ ଲେଗ୍‌ ଅମ୍ପାୟାର ଭୂମିକାରେ ଥିଲେ । ସେହିଭଳି ରିର୍ଚାଡ ଇଲିଙ୍ଗୱର୍ଥ ଏହି ସମୟରେ ମେନ୍‌ ଅମ୍ପାୟାର ରହିଥିଲେ । ଏବେ ଏହି ଦୁଇ ଅମ୍ପାୟାର ପୁଣିଥରେ ଭାରତ ମ୍ୟାଚ୍‌କୁ ପରିଚାଳନା କରିବାକୁ ଯାଉଛନ୍ତି । ଯେଉଁଥିପାଇଁ ଭାରତୀୟ ପ୍ରଶଂସକ ନିରାଶ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଫାଇନାଲ୍‌ରେ ଦେଖିବାକୁ ମିଳିବ ଧୋନୀ-କପିଲ ଦେବଙ୍କ ଝଲକ, ଜାଣନ୍ତୁ ଆଉ କାହାକୁ ନିମନ୍ତ୍ରଣ କରିଛି ଆଇସିସି

ସେହିପରି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଫାଇନାଲ୍‌ ଏନକାଉଣ୍ଟରରେ ୱେଷ୍ଟଇଣ୍ଡିଜ୍‌ର ଜୋଏଲ ୱିଲ୍‌ସନ ତୃତୀୟ ଅମ୍ପାୟାର ଓ ନ୍ୟୁଜିଲାଣ୍ଡର କ୍ରିସ୍‌ ଗାଫ୍ନି ଚତୁର୍ଥ ଅମ୍ପାୟାର ଦାୟିତ୍ବରେ ରହିବେ । ଜିମ୍ବାୱେର ଆଣ୍ଡି ପାଇକ୍ରଫ୍ଟ ଫାଇନାଲ ମ୍ୟାଚ୍‌ ରେଫରୀ ଭୂମିକାରେ ରହିବେ । ଏହା ପୂର୍ବରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲରେ ରିଚାର୍ଡ ଇଲିଙ୍ଗୱର୍ଥ ଓ ରୋଡ ଟକ୍କର୍‌ ଅନ୍‌ଫିଲ୍ଡ ଅମ୍ପାୟାର ରହିଥିଲେ । ରିଚାର୍ଡ କେଟଲବୋରୋ ଏବଂ ଭାରତୀୟ ଅମ୍ପାୟାର ନୀତିନ ମେନନଙ୍କ ସହ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲରେ ଅମ୍ପାୟାରିଂ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.