ETV Bharat / sports

ଇଂଲଣ୍ଡ ବିପକ୍ଷ ମ୍ୟାଚରେ କୋହଲି ଛୁଟି ନିଅନ୍ତୁ କହିଲେ ପିଟରସନ୍

ଗୁରୁବାର ଇଂଲଣ୍ଡ ବିପକ୍ଷରେ ବିରାଟ କୋହଲି ସେମିଫାଇନାଲ ନ ଖେଳନ୍ତୁ ବୋଲି କହିଲେ ଇଂଲିସ୍ ଟିମର ପୂର୍ବତନ କ୍ରିକେଟର କେଭିନ୍ ପିଟରସନ । ଅଧିକ ପଢନ୍ତୁ

author img

By

Published : Nov 8, 2022, 11:03 PM IST

ଇଂଲଣ୍ଡ ବିପକ୍ଷ ମ୍ୟାଚରେ କୋହଲି ଛୁଟି ନିଅନ୍ତୁ ବୋଲି କହିଲେ ଇଂଲିସ୍ ଟିମର ପୂର୍ବତନ କ୍ରିକେଟର

ହାଇଦ୍ରାବାଦ: ଗୁରୁବାର ଇଂଲଣ୍ଡ ବିପକ୍ଷରେ ବିରାଟ କୋହଲି ସେମିଫାଇନାଲ ନ ଖେଳନ୍ତୁ ବୋଲି କହିଲେ ଇଂଲିସ୍ ଟିମର ପୂର୍ବତନ କ୍ରିକେଟର କେଭିନ୍ ପିଟରସନ । ନିଜର ପୁରୁଣା ଫର୍ମକୁ ଫେରିଛନ୍ତି କିଙ୍ଗ କୋହଲି । ଚଳିତ ବିଶ୍ବକପରେ ବିରାଟ କୋହଲି ଚମତ୍କାର ଫର୍ମରେ ନଜର ଆସିଛନ୍ତି । ଏନେଇ ସେମିଫାଇନାଲ ପୂର୍ବରୁ ଇଂଲିସ୍ କ୍ରିକେଟ ଟିମ୍ ଶିବିରରେ ବିରାଟଙ୍କ ପ୍ରଦର୍ଶନକୁ ନେଇ ଚିନ୍ତା ପ୍ରକାଶ ପାଇଛି । ନଭେମ୍ବର ୧୦ ତାରିଖ ଆଡିଲେଡରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିବ ।

ଚଳିତ ଟୁର୍ଣ୍ଣାମେଣ୍ଟରେ ବିରାଟ କୋହଲିଙ୍କ ଆକର୍ଷଣୀୟ ଇନିଂସ କେବଳ ଭାରତ ନୁହେଁ ଏହା ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ବିରାଟ କୋହଲିଙ୍କ ଅବିଶ୍ବସନୀୟ ପାଳି ଯୋଗୁଁ ସୁପର ୧୨ ପର୍ଯ୍ୟାରେ ପାକିସ୍ତାନ ହାତରୁ ମ୍ୟାଚ ଛଡାଇ ଆଣିଥିଲା ଭାରତ । ତେଣୁ ଜୋସ୍ ବଟଲର ଦଳ ବିରାଟଙ୍କ ପାଇଁ କିଭଳି ରଣନୀତି ପ୍ରସ୍ତୁତ କରିବ ତାହା ଇଂଲଣ୍ଡ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏନେଇ ନିଜ ଦଳକୁ ସମର୍ଥନ ଦେବାକୁ ଯାଇ ପୂର୍ବତନ କ୍ରିକେଟର କେଭିନ୍ ପିଟରସନ୍ ବିରାଟ କୋହଲିଙ୍କୁ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ନ ଖେଳିବାକୁ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି, "ବିରାଟ କୋହଲି ଏବେ ଚମତ୍କାର ଫର୍ମ ଦେଇ ଗତି କରୁଛନ୍ତି । ଦୀର୍ଘ ଦିନରେ ନିରବତା ପରେ ସେ ତଙ୍କର ପୁରୁଣା ଫର୍ମକୁ ଫେରି ଆସିବା ଜଣେ ବନ୍ଧୁ ହିସାବରେ ମୁଁ ବହୁତ ଖୁସି । ଯେତେବେଳେ କୋହଲି ଖରାପ ଫର୍ମ ଦେଇ ଗତି କରୁଥିଲେ ସେତେବେଳେ ମୁଁ ତାଙ୍କୁ ବହୁତ ସମର୍ଥନ କରିଥିଲି । ଏବେ କ୍ରିକେଟର ରାଜା ନିଜ ଫର୍ମକୁ ଫେରିଆସିଛନ୍ତି । ଏବେ ତାଙ୍କୁ ଅନୁରୋଧ କରୁଛି ଯେ ସେ ଗୁରୁବାର ସେମିଫାଇନାଲ ମ୍ୟାଚରେ ଦଳ ତରଫରୁ ନ ଖେଳି ଛୁଟି ନିଅନ୍ତୁ ।" ଷ୍ଟାର ବ୍ୟାଟର୍‌ ବିରାଟ କୋହଲି ବିଶ୍ବକପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୫୩ ବଲରୁ ୮୨ ରନର ଲଢୁଆ ଇନିଂସ ଖେଳିଥିଲେ । ସେହିପରି ନେଦରଲାଣ୍ଡ ବିପକ୍ଷରେ ୪୪ ବଲରୁ ୬୨ ରନର ଧୂଆଁଧାର ଇନିଂସ ଖେଳିଥିଲେ । ସେହିଭଳି ବାଂଲାଦେଶ ବିପକ୍ଷରେ ୪୪ ବଲରୁ ୬୪ ରନ ସଂଗ୍ରହ କରିଥିଲେ କୋହଲି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.