ETV Bharat / sports

HCA ବୋର୍ଡ ବିବାଦ: ବାଜି ପଲଟିଲା, ସଭାପତି ଆଶ୍ବସ୍ତ ସଦସ୍ୟ ଅଯୋଗ୍ୟ - temporarily disqualifies

ଲୋକପାଳ ବିଚାରପତି ଦୀପକ ବର୍ମାଙ୍କ ହସ୍ତକ୍ଷେପ ପରେ ସୁରକ୍ଷିତ ହୋଇଛି, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ସଭାପତି ମହମ୍ମଦ ଆଝାରୁଦ୍ଦିନଙ୍କ ସଭାପତି ପଦ । ଅଧିକ ପଢନ୍ତୁ...

Hyderabad CA Ombudsman 'temporarily disqualifies' 5 office bearers, Azhar to continue as president
HCA ବୋର୍ଡ ବିବାଦ: ବାଜି ପଲଟିଲା, ସଭାପତି ଆଶ୍ବସ୍ତ ସଦସ୍ୟ ଅଯୋଗ୍ୟ
author img

By

Published : Jul 4, 2021, 10:37 PM IST

ହାଇଦ୍ରାବାଦ: ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ସଭାପତି ମହମ୍ମଦ ଆଝାରୁଦ୍ଦିନଙ୍କୁ ବଡ ଆଶ୍ବସ୍ତି । ବୋର୍ଡର ସଭାପତି ପଦରେ କାର୍ଯ୍ୟ ଜାରି ରଖିବାକୁ ପୂର୍ବତନ ଭାରତୀୟ କ୍ୟାପଟେନ ଆଝାରୁଦ୍ଦିନଙ୍କୁ, ଲୋକପାଳ ବିଚାରପତି ଦୀପକ ବର୍ମାଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି ।

ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ଲୋକପାଳ ମଧ୍ୟ 16 ପୃଷ୍ଠାର ଏକ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି, ଯେଉଁଥିରେ ସାମୟିକ ଭାବେ HCA ଉପ-ସଭାପତି ଜନ୍‌ ମନୋଜ, ସମ୍ପାଦକ ବିଜୟାନନ୍ଦ, ଯୁଗ୍ମ-ସମ୍ପାଦକ ନରେଶ ଶର୍ମା ଓ କୋଷାଧ୍ୟକ୍ଷ ସୁରେନ୍ଦର ଅଗ୍ରୱାଲ, କାଉନସିଲର ପି ଅନୁରାଧାଙ୍କୁ ଆପେକ୍ସ କାଉନସିଲର ସଦସ୍ୟ ପଦରୁ ଅଯୋଗ୍ୟ ଘୋଷିତ କରାଯାଇଥିବା ଉଲ୍ଲେଖ କରିଛନ୍ତି ।

ଏଥିସହ ମହମ୍ମଦ ଆଝାରୁଦ୍ଦିନଙ୍କୁ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ସଭାପତି ଭାବେ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ବର୍ମା ।

ସଭାପତି ଆଝାରୁଦ୍ଦିନଙ୍କ ବିରାଧରେ ଆସିଥିବା ସମସ୍ତ ଅଭିଯୋଗର ନିଷ୍ପତ୍ତି ଲୋକପାଳ ନେବେ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

ସଭାପତି ଆଝାରୁଦ୍ଦିନଙ୍କ କାର୍ଯ୍ୟଶୈଳୀରେ ବୋର୍ଡର ଅନ୍ୟ ସଦସ୍ୟମାନେ ଅସହମତି ପ୍ରକାଶ କରିଥିଲେ । ଏହାକୁ ନେଇ ବିବାଦ ଦେଖାଦେବାପରେ ସଦସ୍ୟମାନେ ଏକ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଡାକି ସଭାପତିଙ୍କୁ ବହିଷ୍କାର ନେଇ ପ୍ରସ୍ତାବ ପାରିତ କରିଥିଲେ । ତେବେ ସଭାପତିଙ୍କ ବିନା ଅନୁମତିରେ କୌଣସି ସାଧାରଣ ପରିଷଦ ବୈଠକ ବୈଧ ନୁହେଁ ବୋଲି କହିଥିଲେ ଆଝାରୁଦ୍ଦିନ । ଲୋକପାଳ ମଧ୍ୟ ସମାନ ସ୍ପଷ୍ଟୀକରଣ ରଖିଛନ୍ତି । ଏପ୍ରିଲ 30, 2021 ପରେ କୌଣସି ବୈଠକରେ ତାଙ୍କୁ ଡକାଯାଇନାହିଁ ବୋଲି କହିଛନ୍ତି । ଫଳରେ ଏହି ସମୟ ପରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତି ବୈଧ ନୁହେଁ ବୋଲି ଲୋକପାଳ ବର୍ମା ନିଷ୍ପତ୍ତି ଶୁଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.