ETV Bharat / sports

Vijay Hazare Trophy: ଇହିହାସ ରଚିଲା ହିମାଚଳ ପ୍ରଦେଶ - ହିମାଚଳ ପ୍ରଦେଶ ବନାମ ତାମିଲନାଡୁ

ଇତିହାସ ରଚିଲା ହିମାଚଳ ପ୍ରଦେଶ । ଫାଇନାଲରେ ତାମିଲନାଡୁକୁ ହରାଇ ଚଳିତ ବର୍ଷର ବିଜୟ ହଜାରେ ଟ୍ରଫି ଟାଇଟେଲ ହାତେଇଲା ହିମାଚଳ ପ୍ରଦେଶ । ଅଧିକ ପଢନ୍ତୁ

Himachal Pradesh beat Tamil Nadu to clinch Vijay Hazare Trophy
Vijay Hazare Vijay Hazare Trophy: ଇହିହାସ ରଚିଲା ହିମାଚଳ ପ୍ରଦେଶTrophy: ଇହିହାସ ରଚିଲା ହିମାଚଳ ପ୍ରଦେଶ
author img

By

Published : Dec 26, 2021, 6:30 PM IST

Updated : Dec 26, 2021, 8:44 PM IST

ଜୟପୁର(ରାଜସ୍ଥାନ): ଇତିହାସ ରଚିଲା ହିମାଚଳ ପ୍ରଦେଶ । ଫାଇନାଲରେ ତାମିଲନାଡୁକୁ ହରାଇ ଚଳିତ ବର୍ଷର ବିଜୟ ହଜାରେ ଟ୍ରଫି(Vijay Hazare Trophy) ଟାଇଟେଲ ହାତେଇଲା ହିମାଚଳ ପ୍ରଦେଶ । ଏହା ହିମାଚଳର ପ୍ରଥମ ଘରୋଇ ଟୁର୍ନାମେଣ୍ଟ ଟାଇଟେଲ୍‌ ।

ସ୍ଥାନୀୟ ସୱାଇ ମାନସିଂ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ହିମାଚଳ ପ୍ରଦେଶ କ୍ୟାପଟେନ ରିଶି ଧାୱନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । କ୍ୟାପଟେନଙ୍କ ଏହି ନିଷ୍ପତ୍ତିକୁ ସଠିନ ପ୍ରମାଣିତ କରିଥିଲେ ହିମାଚଳ ବୋଲର ବିନୟ ଗେଲାତିଆ । ମ୍ୟାଚ୍‌ର ପଞ୍ଚମ ବଲ୍‌ରେ ତାମିଲନାଡୁ ଓପନର ବାବା ଅପରାଜିତଙ୍କୁ ମାତ୍ର ୨ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ପାଭିଲିଅନ ପଠାଇ ଦେଇଥିଲେ ।

ଏହାପରେ କ୍ୟାପଟେନ ରିଶି ମଧ୍ୟ ବୋଲିଂ କରିବାକୁ ଆସି ଅନ୍ୟତମ ଓପନର ନାରାୟଣ ଜଗଦୀଶାନଙ୍କୁ ଶିକାର କରିଥିଲେ । ତାମିଲନାଡୁ ପକ୍ଷରୁ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିବା ରବିଶ୍ରୀନିବାସନ ସାଇ କିଶୋରଙ୍କୁ ପଙ୍କଜ ଜୟସ୍ବାଲ ଆଉଟ୍‌ କରିଥିଲେ । ପରେ ରିଶି ମୁରୁଗାଁ ଅଶ୍ବିନଙ୍କୁ ଶୀଘ୍ର ଆଉଟ୍‌ କରି ପାଭିଲିୟନ ଫେରାଇ ଦେଇଥିଲେ । ଫଳରେ ୧୪.୩ ଓଭରରେ ୪୦ ରନ୍‌ର ୪ଟି ୱିକେଟ ହରାଇ ସଂଘର୍ଷ କରିଥିଲା ତାମିଲନାଡୁ ।

ମାତ୍ର ତାମିଲନାଡୁକୁ ସାହା ହୋଇଥିଲେ ଟିମର ଅଭିଜ୍ଞ ଖେଳାଳି ଦିନେଶ କାର୍ତ୍ତିକ । ବାବା ଇନ୍ଦ୍ରଜିତଙ୍କ ସହ ମିଶି ଦମଦାର ଭାଗିଦାରୀ କରିଥିଲେ । କାର୍ତ୍ତିକ ଜବରଦସ୍ତ ଶତକୀୟ ଇଂନିସ ଓ ଇନ୍ଦ୍ରଜିତ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଉଭୟଙ୍କ ମଧ୍ୟରେ ପଞ୍ଚମ ୱିକେଟ ଯୋଡିରେ ୨୦୨ ରନ୍‌ର ଭାଗିଦାରୀ ହୋଇଥିଲା । ମ୍ୟାଚ୍‌ର ଶେଷ ଭାଗରେ ଶାହାରୁଖ ଖାନ ୨୧ ବଲ୍‌ରୁ ଧୁଆଁଧାର ୪୨ ରନ୍‌ର ଦ୍ରୁତ ଇଂନିସ ଖେଳିଥିଲେ । ଫଳରେ ତାମିଲନାଡୁ ୩୧୪ ରନ୍‌ର ଲଡୁଆ ସ୍କୋର କରିଥିଲା ।

ଜବାବରେ ହିମାଚଳ ପ୍ରଦେଶ ପକ୍ଷରୁ ୧୩୧ ବଲ୍‌ରୁ ଅପରାଜିତ ୧୩୬ ରନ୍‌ର ମାରାଥନ ଇଂନିସ ଖେଳିଥିଲେ ଶୁଭମ ଆରୋରା । ଶେଷ ୧୫ ବଲ୍‌ରୁ ହିମାଚଳ ବିଜୟ ପାଇଁ ୧୫ ରନ୍‌ ଆବଶ୍ୟକ କରୁଥିବାବେଳେ ଖରାପ ପାଗ ମ୍ୟାଚ୍‌ରେ ବାଧାସୃଷ୍ଟି କରିଥିଲା । ପଳରେ ଭି ଜୟଦେବନ ନିୟମ ଅନୁଯାୟୀ ମ୍ୟାଚ୍‌ର ଫଳାଫଳ ନିର୍ଣ୍ଣୟ ହୋଇଥିଲା ଓ ୧୧ରନ୍‌ ଆଗରେ ତିଲା ହିମାଚଳ ପ୍ରଦେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 26, 2021, 8:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.