ETV Bharat / sports

ପୁରୁଣା ଦିନ କଥା ମନେ ପକାଇଲେ ହାର୍ଦ୍ଦିକ, ସେୟାର କଲେ ଭିଡିଓ - ହାର୍ଦ୍ଦିକ ପାଣ୍ଡ୍ୟା ଟ୍ବିଟ୍

"ଯଦି ମୁଁ ସଫଳତା ପାଇ ପାରିଲି, ତାହେଲେ ଯେ କେହି ସଫଳ ହୋଇ ପାରିବେ ।" ଏଭଳି କିଛି ବାର୍ତ୍ତା ଦେଇଛନ୍ତି ଭାରତୀୟ କ୍ରିକେଟ ଟିମର ଯୁବ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଅଧିକ ପଢନ୍ତୁ...

ପୁରୁଣା ଦିନ କଥା ମନେ ପକାଇଲେ ହାର୍ଦ୍ଦିକ, ସେୟାର କଲେ ଭିଡିଓ

author img

By

Published : Jul 1, 2021, 8:35 PM IST

ନୂଆଦିଲ୍ଲୀ: "ଯଦି ମୁଁ ସଫଳତା ପାଇ ପାରିଲି, ତାହେଲେ ଯେ କେହି ସଫଳ ହୋଇ ପାରିବେ ।" ଏଭଳି କିଛି ବାର୍ତ୍ତା ଦେଇଛନ୍ତି ଭାରତୀୟ କ୍ରିକେଟ ଟିମର ଯୁବ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏହାକୁ ନେଇ ସେ ନିଜର ଏକ 2011 ମସିହାର କ୍ରିକେଟ ଖେଳୁଥିବା ଭିଡିଓ ସେୟାର କରିଛନ୍ତି ହାର୍ଦ୍ଦିକ ।

  • From 2011 - Just a kid with a bat and dreams of making it big 😊 If I can do it, anyone can ❤️🙏🏾 pic.twitter.com/axJhOJqREf

    — hardik pandya (@hardikpandya7) July 1, 2021 " class="align-text-top noRightClick twitterSection" data=" ">

ଭିଡିଓ ସେୟାର କରି ହାର୍ଦ୍ଦିକ ପାଣ୍ଡ୍ୟା ଲେଖିଛନ୍ତି ଯେ, "2011 ମସିହାର ଏହି ଭିଡିଓ । ଯେତେବେଳେ ମୁଁ କେବଳ ଏକ ବାଳକ ଥିଲି ଓ ବ୍ୟାଟ ନେଇ ନୂଆ ସ୍ବପ୍ନ ଦେଖୁଥିଲି । ଯଦି ମୁଁ ସ୍ବପ୍ନ ସାକାର କରିପାରିଲି, ତାହେଲେ ଆପଣ ବି ନିଜ ସ୍ବପ୍ନ ସାକାର କରିପାରିବେ ।"

ଭିଡିଓରେ ହାର୍ଦ୍ଦିକ କମଳା ରଙ୍ଗ ଜର୍ସି ପିନ୍ଧି ଛକା ଚୌକା ବର୍ଷା କରୁଛନ୍ତି । ପ୍ରତ୍ୟେକ ଛକା ବା ଚୌକାରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକ ତାଳି ମାରି ହାର୍ଦ୍ଦିକଙ୍କ ମନୋବଳ ସୁଦୃଢ଼ କରୁଛନ୍ତି । ଭିଡିଓଟି ବହୁ ପୁରୁଣା ହୋଇଥିଲେ ସୁଦ୍ଧା ଲୋକେ ଏହାକୁ ଖୁବ ପସନ୍ଦ କରିଛନ୍ତି ।

2016 ମସିହାରେ ଜାନୁଆରୀ 16 ତାରିଖରେ ଭାରତୀୟ ଟି-20 ଦଳରେ ସାମିଲ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଏହାପରେ ସେହି ବର୍ଷ ଅକ୍ଟୋବର 16 ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚରେ ଡେବ୍ୟୁ କରିଥିଲେ ହାର୍ଦ୍ଦିକ । ବର୍ତ୍ତମାନ ସୁଦ୍ଧା ସେ ଭାରତ ପକ୍ଷରୁ 60ଟି ଦିନିକିଆ ମ୍ୟାଚ ଖେଳି ସାରିଥିବାବେଳେ 48ଟି ଟି-20 ମ୍ୟାଚ ଖେଳିଛନ୍ତି ।

ଏହାସହ ସେ 11ଟି ଟେଷ୍ଟ ମ୍ୟାଚ ମଧ୍ୟ ଖେଳିଛନ୍ତି । ଦିନିକିଆରେ ସେ ସର୍ବାଧିକ 92 ରନ କରିଛନ୍ତି । ସେହିଭଳି ଟି-20ରେ 42 ରନ ସର୍ବାଧିକ ସ୍କୋର କରିଛନ୍ତି । ଟେଷ୍ଟ ମ୍ୟାଚରେ ସେ ଏକ ଶତକ ହାସଲ କରିଛନ୍ତି । ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ଗସ୍ତରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.