ମୁମ୍ବାଇ: ଚଳିତ ଆଇପିଏଲର ନବାଗତ ଗୁଜୁରାଟ ଟାଇଟନ୍ସ ଫୁଲ ଫର୍ମରେ ରହିଛି । ଦମଦାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲ ଟପରେ ରହିଛି ଦଳ । ହେଲେ ଅଧନାୟକ ପାଣ୍ଡ୍ୟାଙ୍କ ବ୍ୟବହାରକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଶଂସକ । ନିକଟରେ ହାଇଦ୍ରାବାଦ ଓ ଗୁଜୁରାଟ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥରେ ସେ ଖରାପ ଫିଲ୍ଡିଂ ପାଇଁ ମହମ୍ମଦ ସାମିଙ୍କ ଉପରେ ରାଗି ଯାଇଥିଲେ ଯାହାକୁ ଦେଖି ଲୋକେ ପାଣ୍ଡ୍ୟାଙ୍କ ଉପରେ ରାଗିଯାଇଛନ୍ତି ।
-
C.... @hardikpandya7 U R Only By Mistakely Making GT Captain,Not A Legend Player,Please Respect Senior AND Legend Player @MdShami11 pic.twitter.com/r2XGNFqIq8
— Vicky More(Srk Fan) (@srk_fan_vicky) April 11, 2022 " class="align-text-top noRightClick twitterSection" data="
">C.... @hardikpandya7 U R Only By Mistakely Making GT Captain,Not A Legend Player,Please Respect Senior AND Legend Player @MdShami11 pic.twitter.com/r2XGNFqIq8
— Vicky More(Srk Fan) (@srk_fan_vicky) April 11, 2022C.... @hardikpandya7 U R Only By Mistakely Making GT Captain,Not A Legend Player,Please Respect Senior AND Legend Player @MdShami11 pic.twitter.com/r2XGNFqIq8
— Vicky More(Srk Fan) (@srk_fan_vicky) April 11, 2022
ହାଇଦ୍ରାବାଦର ରାହୁଲ ତ୍ରିପାଠୀଙ୍କ ବ୍ୟାଟରୁ ହୋଇଥିବା ସଟ ସାମିଙ୍କ ପାଖକୁ ଯାଇଥିଲା । ମହମ୍ମଦ ସାମି କ୍ୟାଚ କରିବାକୁ ଚେଷ୍ଟା କରିନଥିଲେ । ଏହାକୁ ନେଇ ପାଣ୍ଡ୍ୟା ରାଗି ଏକଦମ ନିଆଁ ହୋଇଯାଇଥିଲେ । ସାମିଙ୍କ ଉପରେ ବର୍ଷିଥିଲେ । ସେ ଆଶା ରଖିଥିଲେ ସାମି ଆଗକୁ ଯାଇ କ୍ୟାଚ ଧରିବେ କିନ୍ତୁ ତାହା ହୋଇନଥିଲା । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଳରେ ପାଣ୍ଡ୍ୟାଙ୍କ ଉପରେ ଲୋକମାନେ ବର୍ଷିଛନ୍ତି ।
ଭିଡିଓଟିକୁ ସେୟାର କରି ଜଣେ ୟୁଜର୍ସ ଲେଖିଛନ୍ତି, ତୁମେ ଭୁଲ ବଶତଃ ଗୁଜୁରାଟ ଦଳର କ୍ୟାପଟେନ ହୋଇଯାଇଛି । ତୁମେ ଜଣ ଲେଜେଣ୍ଡ ଖେଳାଳି ନୁହଁ । ଦୟାକରି ସିନିୟର ଓ ଲେଜେଣ୍ଡ ଖେଳାଳିଙ୍କୁ ସମ୍ମାନ ଦିଅ ବୋଲି କହିଛନ୍ତି ୟୁଜର୍ସ । ପ୍ରକାଶ ଥାଉ ଉକ୍ତ ମ୍ୟାଚରେ ଗୁଜୁରାଟ ବିଜୟ ଧାରାରେ ବ୍ରେକ ଲଗାଇଥିଲା ହାଇଦ୍ରାବାଦ । 8 ୱିକେଟରେ ଦଳ ପରାସ୍ତ ହୋଇଥିଲା । ଏହା ଦଳର ପ୍ରଥମ ପରାଜୟ ଥିଲା ।