ETV Bharat / sports

ହରଭଜନ ଓ ଶ୍ରୀନାଥଙ୍କୁ ମିଳିଲା MCC ଆଜୀବନ ସଦସ୍ୟତା - ଜଗଭଲ ଶ୍ରୀନାଥ

ମେରୀଲେବୋନ କ୍ରିକେଟ କ୍ଳବ(MCC)ର ଆଜୀବନ ସଦସ୍ୟ ହେଲେ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂହ ଓ ଜଗଭଲ ଶ୍ରୀନାଥ । ଅଧିକ ପଢନ୍ତୁ...

Harbhajan, Srinath get MCC's honorary life membership
ହରଭଜନ ଓ ଶ୍ରୀନାଥଙ୍କୁ ମିଳିଲା MCC ଆଜୀବନ ସଦସ୍ୟତା
author img

By

Published : Oct 19, 2021, 7:06 PM IST

ଲଣ୍ଡନ: ମେରୀଲେବୋନ କ୍ରିକେଟ କ୍ଳବ(MCC)ର ଆଜୀବନ ସଦସ୍ୟ ହେଲେ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂହ ଓ ଜଗଭଲ ଶ୍ରୀନାଥ । ମଙ୍ଗଳବାର MCC ପକ୍ଷରୁ ଦିଆଯାଇଥିବା ୧୮ଜଣ ଖେଳାଳିଙ୍କ ମଧ୍ୟରେ ହରଭଜନ ଓ ଶ୍ରୀନାଥଙ୍କ ନାମ ରହିଛି ।

ହରଭଜନ ଟେଷ୍ଟ କ୍ରିକେଟରେ ଭାରତର ତୃତୀୟ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଛନ୍ତି । ୧୦୩ଟି ଟେଷ୍ଟରୁ ୪୧୭ ୱିକେଟ ଭଜିଙ୍କ ନାମରେ ରହିଛି । ଅନ୍ୟପଟେ ଶ୍ରୀନାଥ ମଧ୍ୟ ଦେଶର ଅନ୍ୟତମ ମହାନତମ ଦିନିକିଆ ଖେଳାଳି ରହିଛନ୍ତି । ୩୧୫ ୱିକେଟ ହାସଲ କରିଥିବା କ୍ୟାରିୟର ଶେଷ କରିଥିବା ଶ୍ରୀନାଥ ଦିନିକିଆ କ୍ରିକେଟରେ ଭାରତର ଦ୍ବିତୀୟ ସର୍ବାଧିକ ୱିକେଟ ହାସଲକାରୀ ବୋଲର ରହିଥିଲେ ।

ଇଂଲଣ୍ଡ କ୍ରିକେଟର ଆଲିଷ୍ଟାର କୁକ୍‌, ମାର୍କସ ଟ୍ରସ୍‌କୋଥିକ ଓ ଇଆନ ବେଲ୍‌ଙ୍କୁ ମଧ୍ୟ କ୍ଳବ ଆଜୀବନ ସଦସ୍ୟତା ପ୍ରଦାନ କରିଛି ।

୪ଜଣ ଦକ୍ଷିଣ ଆଫ୍ରିକୀୟ ମହାନ କ୍ରିକେଟର ହାମିମ ଅମଲା, ହର୍ଷଲ ଗିବ୍ସ, ଜ୍ୟାକ୍‌ କାଲିସ୍‌ ଓ ମୋର୍ନେ ମୋର୍କେଲଙ୍କୁ ମଧ୍ୟ MCCର ଆଜୀବନ ସଦସ୍ୟତା ମିଳିଛି ।

ସଂପୂର୍ଣ୍ଣ ତାଲିକା: ହାସିଲ ଅମଲା(ଦକ୍ଷିଣ ଆଫ୍ରିକା), ଇଆନ ବେଲ୍‌(ଇଂଲଣ୍ଡ), ଇଆନ ବିଶପ(ୱେଷ୍ଟଇଣ୍ଡିଜ), ଆଲେକ୍ସ ବ୍ଲାକୱେଲ୍‌(ଅଷ୍ଟ୍ରେଲିଆ), ଶିବନାରିନ ଚନ୍ଦ୍ରପଲ(ୱେଷ୍ଟଇଣ୍ଡିଜ୍‌), ଆଲିଷ୍ଟାର କୁକ୍‌(ଇଂଲଣ୍ଡ), ଗ୍ରାଣ୍ଟ ଫ୍ଳାୱାର(ଜିମ୍ବାୱେ), ହର୍ଷଲ ଗିବ୍ସ(ଦକ୍ଷିଣ ଆଫ୍ରିକା), ରଙ୍ଗନା ହେରାଥ(ଶ୍ରୀଲଙ୍କା), ଜ୍ୟାକ୍‌ କାଲିସ(ଦକ୍ଷିଣ ଆଫ୍ରିକା), ଡାମିଏନ ମାର୍ଟିନ(ଅଷ୍ଟ୍ରେଲିଆ), ସାରା ମେକଗ୍ଳାସନ(ନ୍ୟୁଜିଲାଣ୍ଡ), ମୋର୍ନେ ମୋର୍କଲେ(ଦକ୍ଷିଣ ଆଫ୍ରିକା), ରାମନରେଶ ସରୱାନ(ୱେଷ୍ଟଇଣ୍ଡିଜ), ହରଭଜନ ସିଂହ(ଭାରତ), ଜଗଭଲ ଶ୍ରୀନାଥ(ଭାରତ), ସାରା ଟେଲର(ଇଂଲଣ୍ଡ), ମାର୍କସ ଟ୍ରେସକୋଥିକ୍‌(ଇଂଲଣ୍ଡ) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.