ETV Bharat / sports

ଆସୁଛି ଟର୍ବୋନେଟର ହରଭଜନଙ୍କ ଅଭିନୀତ ଫିଲ୍ମ 'ଫ୍ରେଣ୍ଡସିପ୍‌' - ଅଭିନେତା ହରଭଜନ ସିଂହ

ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ହରଭଜନ ସିଂହ । ଅଧିକ ପଢନ୍ତୁ...

Harbhajan Singh to star in 'Friendship', film announced on his birthday
ଆସୁଛି ଟର୍ବୋନେଟର ହରଭଜନଙ୍କ ଅଭିନୀତ ଫିଲ୍ମ 'ଫ୍ରେଣ୍ଡସିପ୍‌'
author img

By

Published : Jul 3, 2021, 10:40 PM IST

ମୁମ୍ବାଇ: ଭାରତରେ ବଲିଉଡ ଓ କ୍ରିକେଟର ସମ୍ପର୍କ ବେଶ ଘନିଷ୍ଠ । କ୍ରିକେଟ ଦୁନିଆର ଅନେକ ତାରକା ବଲିଉଡ ହିରୋଇନଙ୍କ ପ୍ରେମରେ କ୍ଳିନବୋଲ୍ଡ ହୋଇଛନ୍ତି ତ କେତେବେଳେ, ଅନେକ ଫିଲ୍ମ ତାରକା କ୍ରିକେଟରଙ୍କୁ ନୀଜର ଜୀବନ ସାଥୀ ବନାଇଛନ୍ତି ।

ଏହିକ୍ରମରେ ନାମ ଆସିଛି ଟର୍ବୋନେଟର ହରଭଜନ ସିଂହଙ୍କର । ତେବେ ଅଭିନେତ୍ରୀ ଗୀତାଙ୍କୁ ଜୀବନସାଥୀ ବନାଇଥିବା ଭଜି ନିଜେ କରିବାକୁ ଯାଉଛନ୍ତି ବଡ ପରଦାରେ ଡେବ୍ୟୁ ।

ଜୁଲାଇ 3(ଶନିବାର) 41ତମ ଜନ୍ମଦିନ ପାଳିଛନ୍ତି, ଟର୍ବୋନେଟର ହରଭଜନ ସିଂହ । ତେବେ ଖୁବଶୀଘ୍ର ବଡ ପରଦାରେ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ଭଜି । କ୍ରିକେଟ ମଇଦାନ ପରେ 'ଫ୍ରେଣ୍ଡସିପ୍‌' ନାମକ ଫିଲ୍ମ ଜରିଆରେ ସିଲଭର ସ୍କ୍ରିନରେ ଖୁବଶୀଘ୍ର ଦମ ଦେଖାଇବାକୁ ଯାଉଛନ୍ତି ହରଭଜନ ।

ଫିଲ୍ମର ନିର୍ମାତା ଏନେଇ ଖୁଲାସା କରିବା ପରେ କ୍ରିକେଟପ୍ରେମୀ ଓ ଫିଲ୍ମଦର୍ଶକଙ୍କ ମଧ୍ୟରେ ଏହି ଫିଲ୍ମକୁ ନେଇ ଉତ୍ସାହ ଦେଖାଦେଇଛି ।

ଫ୍ରେଣ୍ଡସିପ ଫିଲ୍ମରେ ପୂର୍ବରୁ ଅତିଥି ଅଭିନେତା ଭାବେ ନଜର ଆସିଥାନ୍ତେ ଭଜି, ମାତ୍ର ଏବେ ଏକ ପ୍ରମୁଖ ଭୁମିକାରେ ତାଙ୍କୁ ଦେଖିବାକୁ ମିଳିବ ।

ଫିଲ୍ମରେ ଭଜି ଜଣେ ମେକାନିକାଲ ଇଞ୍ଜିନିୟରିଂ ଛାତ୍ର ଚରିତ୍ରରେ ଅଭିନୟ କରିଛନ୍ତି । ଇଞ୍ଜିନିୟରିଂ ପ୍ରଥମ ବର୍ଷର ବନ୍ଧୁଙ୍କ ସହ ମିଶି ସିନିୟରଙ୍କ ରାଗିଂରୁ ଚତୁରତାର ସହ ବର୍ତ୍ତିଯାଉଛନ୍ତି ଭଜି ।

'ଫ୍ରେଣ୍ଡସିପ୍‌' ଫିଲ୍ମର ନିର୍ଦ୍ଦେଶକ ରହିଛନ୍ତି ଜନ ପଲ ରାଜ ଓ ସାମ ସୂର୍ଯ୍ୟ । ପ୍ରଯୋଜକ ରହିଛନ୍ତି କିରଣ ରେଡ୍ଡି ଓ ସହ-ପ୍ରଯୋଜକ ରହିଛନ୍ତି ରାମ ମାଧୁକରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.