ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ COVID-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ହରଭଜନ ଟ୍ବିଟ୍ କରି ନିଜେ ସଂକ୍ରମିତ ହୋଇଥିବା ସ୍ପଷ୍ଟ କରିଛନ୍ତି । ଘରେ କ୍ବାରେଣ୍ଟିନରେ ରହିବା ସହ ଆବଶ୍ୟକୀୟ ସତର୍କତା ମୂଳକ ପଦକ୍ଷେପ ନେଇଥିବା ଭଜି କହିଛନ୍ତି । ଏଥିସହିତ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇନେବାକୁ ପରାମର୍ଶ ଦେଇଛନ୍ତି ।
-
I've tested positive for COVID with mild symptoms. I have quarantined myself at home and taking all the necessary precautions.
— Harbhajan Turbanator (@harbhajan_singh) January 21, 2022 " class="align-text-top noRightClick twitterSection" data="
I would request those who came in contact with me to get themselves tested at the earliest. Please be safe and take care 🙏🙏
">I've tested positive for COVID with mild symptoms. I have quarantined myself at home and taking all the necessary precautions.
— Harbhajan Turbanator (@harbhajan_singh) January 21, 2022
I would request those who came in contact with me to get themselves tested at the earliest. Please be safe and take care 🙏🙏I've tested positive for COVID with mild symptoms. I have quarantined myself at home and taking all the necessary precautions.
— Harbhajan Turbanator (@harbhajan_singh) January 21, 2022
I would request those who came in contact with me to get themselves tested at the earliest. Please be safe and take care 🙏🙏
ଗତବର୍ଷ ଡିସେମ୍ବରରେ ହରଭଜନ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ୪୧ ବର୍ଷୀୟ ହରଭଜନ ଭାରତ ପାଇଁ ୧୦୩ଟି ଟେଷ୍ଟ, ୧୨୩ଟି ODI ଓ ୨୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ସୀମିତ ଓଭର କ୍ରିକେଟରେ ତାଙ୍କ ନାମରେ ରହିଛି ୨୯୪ ୱିକେଟ୍ ।
ଏହାମଧ୍ୟ ପଢନ୍ତୁ: T20 World Cup schedule out: ଅକ୍ଟୋବର ୨୩ରେ ଭାରତ-ପାକ୍ ଫାଇଟ
ବର୍ଷ ୨୦୧୫ରେ ଶ୍ରୀଲଙ୍କା ବିପକ୍ଷରେ ଶେଷ ଟେଷ୍ଟ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ODI ମ୍ୟାଚ୍ ଖେଳିଥିଲେ । ୨୦୧୬ ଏସିଆ କପ୍ରେ UAE ବିପକ୍ଷ ଟି-୨୦ ମ୍ୟାଚ୍ ଭାରତ ପାଇଁ ହରଭଜନଙ୍କ ଶେଷ ମ୍ୟାଚ୍ ଥିଲା । ଏହାପରେ ତାଙ୍କୁ ଭାରତୀୟ ଟିମରେ ସ୍ଥାନ ମିଳିନଥିଲା ।
୧୦୩ଟି ଟେଷ୍ଟରୁ ୩୨.୪୬ ଆଭରେଜରେ ୪୧୭ ୱିକେଟ ସହ କ୍ରିକେଟକୁ ଅଲବିଦା କହିଥିଲେ ହରଭଜନ । ୨୦୦୭ ଟି-୨୦ ବିଶ୍ବକପ ଓ ୨୦୧୧ ବିଶ୍ବକପ ବିଜେତା ଟର୍ବୋନେଟର ପ୍ରଥମ ଭାରତୀୟ ଭାବେ ଟେଷ୍ଟ ହ୍ୟାଟ୍ରିକ ମଧ୍ୟ ହାସଲ କରିବାର ରେକର୍ଡ କରିଥିଲେ । ଜଳନ୍ଧର ଜନ୍ମିତ ଷ୍ଟାର ଭାରତୀୟ କ୍ରିକେଟର, ନିଜ କ୍ୟାରିୟରରେ ୩୬୭ଟି ଅନ୍ତର୍ଜାତୀୟ ମ୍ୟାଚ୍ରୁ ୭୧୧ ଅନ୍ତର୍ଜାତୀୟ ୱିକେଟ ଓ ୩, ୫୬୯ ଅନ୍ତର୍ଜାତୀୟ ରନ୍ ସଂଗ୍ରହ କରିଛନ୍ତି ।