ETV Bharat / sports

ପୁତ୍ର ସନ୍ତାନର ପିତାହେଲେ କ୍ରିକେଟର ହରଭଜନ - ପିତା ହେଲେ ହରଭଜନ

ଭାରତୀୟ କ୍ରିକେଟର ହରଭଜନ ସିଂହଙ୍କ ଘରକୁ ଆସିଲେ ନୂଆ ଅତିଥି । ଅଧିକ ପଢନ୍ତୁ...

Harbhajan Singh and Geeta Basra blessed with baby boy
ପୁତ୍ର ସନ୍ତାନର ପିତାହେଲେ କ୍ରିକେଟର ହରଭଜନ
author img

By

Published : Jul 10, 2021, 6:36 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ହରଭଜନ ସିଂହଙ୍କ ଘରକୁ ଆସିଲେ ନୂଆ ଅତିଥି । ପୁତ୍ର ସନ୍ତାନର ପିତା ହୋଇଛନ୍ତି ଟରବୋନେଟର ହରଭଜନ । ଫଳରେ ପତ୍ନୀ ଗୀତା ବସ୍ରା ଓ ହରଭଜନ ଦ୍ବିତୀୟ ସନ୍ତାନର ମାତାପିତା ହୋଇଛନ୍ତି । ଶନିବାର ଏନେଇ ଭେଟେରାନ ସ୍ପିନର ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ଉଭୟ ଗୀତା ଓ ପୁଅ ସୁସ୍ଥ ଥିବା ମଧ୍ୟ ଭଜି ଜଣାଇଛନ୍ତି ।

ଅକ୍ଟୋବର 29 , 2015ରେ ଅଭିନେତ୍ରୀ ଗୀତା ବସ୍ରାଙ୍କୁ ପଞ୍ଜାବର ଜଳନ୍ଧରରେ ବିବାହ କରିଥିଲେ ହରଭଜନ । ଉଭୟ ପତିପତ୍ନୀଙ୍କର ପୂର୍ବରୁ ଗୋଟେ ଝିଅ ମଧ୍ୟ ରହିଛି । ଯାହାର ନାମ ହିନାୟା । ଜୁଲାଇ 2016ରେ ପ୍ରଥମ କନ୍ୟା ସନ୍ତାନର ପିତାମାତା ହୋଇଥିଲେ ଏହି ସେଲିବ୍ରେଟି ଯୋଡି ।

  • Blessed with a Baby boy 💙💙💙💙💙💙💙💙💙💙💙💙 shukar aa Tera maalka 🙏🙏 pic.twitter.com/dqXOUmuRID

    — Harbhajan Turbanator (@harbhajan_singh) July 10, 2021 " class="align-text-top noRightClick twitterSection" data=" ">

ଗତବର୍ଷ ଆଇପିଏଲ ନିଲାମ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ହରଭଜନଙ୍କୁ ରିଲିଜ କରିବା ପରେ ଦୁଇଥରର IPL ଚମ୍ପିଆନ କୋଲକାତା ନାଇଟ ରାଇଡର୍ସ କ୍ୟାମ୍ପର ସେ ସଦସ୍ୟ ଅଛନ୍ତି । ବର୍ଷ 2016ରେ ସେ ଶେଷଥର ପାଇଁ ଟିମ ଇଣ୍ଡିଆ ପକ୍ଷରୁ ଖେଳିଥିଲେ । 2007 ଟି-20 ବିଶ୍ବକପ ଓ 2011 ଦିନିକିଆ ବିଶ୍ବକପ ବିଜୟୀ ଭାରତୀୟ ଟିମର ସଦସ୍ୟ ରହିଛନ୍ତି ଭେଟେରାନ ସ୍ପିନର ।

IPL 2021ର ଅବଶିଷ୍ଟ ମ୍ୟାଚରେ ଅଂଶଗ୍ରହଣ କବିବାକୁ ହରଭଜନ KKR ଟିମ ସହ ଚଳିତ ବର୍ଷ ଶେଷ ଭାଗରେ ୟୁଏଇ ଯାତ୍ରା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.