ETV Bharat / sports

କୁଳଦୀପ ୱିକେଟ ନେବା ଖୁସିର କଥା: ଇରଫାନ - କୁଳଦୀପ ଯାଦବଙ୍କ ବୋଲିଂ ପ୍ରଦର୍ଶନ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜାରି ରହିଥିବା ପ୍ରଥମ ଦିନିକିଆ ଯୁବ ସ୍ପିନର କୁଳଦୀପ ଯାଦବ ଭଲ ପ୍ରଦର୍ଶନ କିରଛନ୍ତି । ଏହାକୁ ନେଇ ଖୁସି ଜାହିର କରିଛନ୍ତି ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ । ଅଧିକ ପଢ଼ନ୍ତୁ...

କୁଳଦୀପ ୱିକେଟ ନେବା ଖୁସିର କଥା: ଇରଫାନ
କୁଳଦୀପ ୱିକେଟ ନେବା ଖୁସିର କଥା: ଇରଫାନ
author img

By

Published : Jul 19, 2021, 7:17 AM IST

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜାରି ରହିଥିବା ପ୍ରଥମ ଦିନିକିଆ ଯୁବ ସ୍ପିନର କୁଳଦୀପ ଯାଦବ ଭଲ ପ୍ରଦର୍ଶନ କରିଛନ୍ତି । ଏହାକୁ ନେଇ ଖୁସି ଜାହିର କରିଛନ୍ତି ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ । କୁଳଦୀପ ଯାଦବ ୱିକେଟ ନେବା ଭାରତ ପାଇଁ ଶୁଭ ସଙ୍କେତ ବୋଲି ସେ କହିଛନ୍ତି ।

ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦିନିକିଆରେ କୁଳଦୀପ ଯାଦବ ୯ ଓଭର ବୋଲିଂ କରି ୨ ଟି ୱିକେଟ ନେଇଛନ୍ତି । ତାହା ପୁଣି ସେ ଗୋଟିଏ ଓଭରରେ ହିଁ ଦୁଇଟି ୱିକେଟ ନେବାକୁ ସକ୍ଷମ ହୋଇଥିଲେ । ୧୭ତମ ଓଭରେ କୁଳଦୀପ ଯାଦବ ମିନୋଦ ଭାନୁକା ଓ ଭାନୁକା ରାଜପକ୍ଷଙ୍କୁ ପାଭେଲିୟନକୁ ପଠାଇ ଦେଇଥିଲେ । ଏହାଛଡ଼ା ସେ ମ୍ୟାଚରେ ଶ୍ରୀଲଙ୍କାର ବ୍ୟାଟସମ୍ୟାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ ।

ଏହାକୁ ନେଇ ଇରଫାନ ପଠାନ ଟ୍ବିଟ୍ କରିଛନ୍ତି ଯେ, କୁଳଦୀପ ଯାଦବ ୱିକେଟ ନେଉଥିବା ଦେଖି ଖୁସି ଲାଗିଲା । ଗତ ଦୁଇ ବର୍ଷ ହେଲା କୁଳଦୀପ ଯାଦବଙ୍କ ପ୍ରଦର୍ଶନ ଏତେଟା ଭଲ ରହିନି । ଏଥିପାଇଁ ସେ ଜାତୀୟ ଦଳରେ ଖେଳିବାର ସୁଯୋଗ ପାଇଥିଲେ ସୁଦ୍ଧା ସେ ଲଗାତାର ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ଫଳରେ ସେ ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରି ଆସୁଛନ୍ତି ।

ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦିନିକିଆରେ ୟୁଜିବେନ୍ଦ୍ର ଚହଲ ଓ କୁଳଦୀପ ଯାଦବ ଦମଦାର ପ୍ରଦର୍ଶନ କରିଛନ୍ତି । ୨୦୧୯ ପରେ ପ୍ରଥମ ଥର ପାଇଁ ଉଭୟ ସ୍ପିନର ଦଳରେ ସ୍ଥାନ ପାଇଛନ୍ତି । ସେହିଭଳି ଶ୍ରୀଲଙ୍କା ବିପକ୍ଷରେ ଇଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବ ଦିନିକିଆ ଡେବ୍ୟୁ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.