ETV Bharat / sports

IPL 2022: CSK ବିପକ୍ଷରେ ଟସ୍‌ ଜିତିଲା ଗୁଜୁରାଟ, ହାର୍ଦ୍ଦିକ ଆହତ - ଆଇପିଏଲ ଖବର ଲାଇଭ

IPL ୨୦୨୨ ଟୁର୍ଣ୍ଣାମେଣ୍ଟରେ ଆଜି ଖେଳାଯାଉ ୨୯ତମ ମ୍ୟାଚ୍‌ । ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଗୁଜରାଟ । ଅଧିକ ପଢ଼ନ୍ତୁ

IPL 2022: ଟସ୍‌ ଜିତିଲା GT, ପ୍ରଥମେ ବ୍ୟାଟିଂ କରିବ CSK

author img

By

Published : Apr 17, 2022, 7:20 PM IST

Updated : Apr 17, 2022, 7:34 PM IST

ମୁମ୍ବାଇ: ଚଳିତ IPL ୨୦୨୨ ଟୁର୍ଣ୍ଣାମେଣ୍ଟର ୨୯ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍‌ସକୁ ଟକ୍କର ଦେଉଛି ଚେନ୍ନାଇ ସୁପର କିଙ୍ଗ୍‌ସ । ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଗୁଜରାଟ । ଆଜିର ମ୍ୟାଚ୍‌ ପାଇଁ ଗୁଜରାଟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଆହତ ଜନିତ ସମସ୍ୟା ଯୋଗୁଁ ଗୁଜୁରାଟ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦେଇଥିବାବେଳେ ରସିଦ ଖାନଙ୍କୁ ନେତୃତ୍ବ ଭାର ପ୍ରଦାନ କରିଛି । ସେହିଭଳି ମାଥ୍ୟୁ ୱେଡ୍‌ଙ୍କ ସ୍ଥାନରେ ଦଳରେ ରିଦ୍ଧିମାନ ଶାହାଙ୍କୁ ସାମିଲ କରାଯାଇଛି । ଚେନ୍ନାଇ ଦଳ ପୂର୍ବ ମ୍ୟାଚର ଅପରିବର୍ତ୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇଛି ।

ବର୍ତ୍ତମାନ ସୁଦ୍ଧା ଗୁଜରାଟ ଟାଇଟନ୍ସ ୫ଟି ମ୍ୟାଚ୍‌ ମଧ୍ୟରୁ ୪ଟି ମ୍ୟାଚ୍‌ରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ସେପଟେ ୫ଟି ମ୍ୟାଚ୍‌ରୁ ଗୋଟିଏ ମ୍ୟାଚ୍‌ରେ ବିଜୟ ହାସଲ କରି ଚେନ୍ନାଇ ନବମ ସ୍ଥାନରେ ରହିଛି । ଉଭୟ ଆଜିର ମ୍ୟାଚ୍‌ରେ ବିଜୟ ହାସଲ କରି ବିଜୟଧାରା ବଜାୟ ରଖିବାକୁ ଚେଷ୍ଟା କରିବେ ।

ଚୂଡ଼ାନ୍ତ ଏକାଦଶ

ଚେନ୍ନାଇ ସୁପର କିଙ୍ଗ୍‌ସ: ରବିନ୍ ଉଥାପ୍ପା, ଋତୁରାଜ ଗାୟକୱାଡ, ମୋଇନ୍ ଅଲି, ଆମ୍ବାତି ରାୟଡୁ, ଶିବମ୍ ଦୁବେ, ରବିନ୍ଦ୍ର ଜାଡେଜା (ଅଧିନାୟକ), ଏମ୍ଏସ୍ ଧୋନି, ଡ୍ବେନ୍‌ ବ୍ରାଭୋ, କ୍ରିସ୍ ଜୋର୍ଡାନ, ମହିଶ ଥିକଶାନା, ମୁକେଶ ଚୌଧୁରୀ

ଗୁଜରାଟ ଟାଇଟନ୍ସ: ରିଦ୍ଧିମାନ ଶାହା, ଶୁଭମନ ଗିଲ, ବିଜୟ ଶଙ୍କର, ଡେଭିଡ ମିଲର, ଅଭିନବ ମନୋହର, ରାହୁଲ ତେୱତିଆ, ରାସିଦ ଖାନ (ଅଧିନାୟକ), ଅଲଜାରି ଜୋସେଫ, ଲକି ଫର୍ଗୁସନ, ୟଶ୍‌ ଦୟାଲ, ମହମ୍ମଦ ଶାମି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 17, 2022, 7:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.