ETV Bharat / sports

'ଚାଲି ପାରୁଥିବା ଯାଏଁ ଆଇପିଏଲ୍‌ ଖେଳିବି'; ଏବିଡି ଓ ବିରାଟଙ୍କୁ ପ୍ରଂଶସାରେ ପୋତିଲେ ମ୍ୟାକ୍ସୱେଲ୍‌ - କୋହଲି ଓ ଏବିଡିଙ୍କୁ ନେଇ କଣ କହିଲେ ମ୍ୟାକ୍ସୱେଲ୍‌

ଆଇପିଏଲ୍‌କୁ ନେଇ ବଡ଼ କଥା କହିଲେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । କହିଲେ ଯେତେଦିନ ଯାଏଁ ଚାଲି ପାରିବି, ସେତେଦିନ ଯାଏଁ ଆଇପିଏଲ୍‌ ଖେଳିବି । ବିରାଟ କୋହଲି ଓ ଏବି ଡି'ଭିଲିୟର୍ସଙ୍କୁ ନେଇ ମଧ୍ୟ ଦେଲେ ବଡ଼ ବୟାନ । ଅଧିକ ପଢ଼ନ୍ତୁ

'ଚାଲି ପାରୁଥିବା ଯାଏଁ ଆଇପିଏଲ୍‌ ଖେଳିବି'
'ଚାଲି ପାରୁଥିବା ଯାଏଁ ଆଇପିଏଲ୍‌ ଖେଳିବି'
author img

By ETV Bharat Odisha Team

Published : Dec 6, 2023, 4:41 PM IST

ହାଇଦ୍ରାବାଦ: ବିଶ୍ବ କ୍ରିକେଟ୍‌ର ସବୁଠାରୁ ବଡ଼ ଘରୋଇ ଲିଗ୍‌ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‌ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ୍‌ । ଚଳିତ ମାସ (ଡିସେମ୍ବର) ତୃତୀୟ ସପ୍ତାହରେ ହୋଇପାରେ ଆଇପିଏଲ୍‌ ୨୦୨୪ ପାଇଁ ମିନି ଅକ୍ସନ । ଏହା ପୂର୍ବରୁ ଆଇପିଏଲ୍‌ ଟ୍ରେଡ୍‌ ୱିଣ୍ଡୋ ବନ୍ଦ ହୋଇଛି । ସମସ୍ତ ଫ୍ରାଞ୍ଚାଇଜ୍‌ ଅନେକ ଖେଳାଳିଙ୍କୁ ରିଲିଜ କରିଥିବାବେଳେ ଭରସାଯୋଗ୍ୟ ଖେଳାଳିଙ୍କୁ ରିଟେନ୍‌ ରଖିଛନ୍ତି । ଏହି କ୍ରମରେ ବିଶ୍ବକପ୍‌ରେ ଓ ଭାରତ ବିପକ୍ଷ ଟି୨୦ରେ ଜବରଦସ୍ତ ଫର୍ମ ଦେଖାଇଥିବା ଅଷ୍ଟ୍ରେଲୀୟ ଷ୍ଟାର ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କୁ ରିଟେନ୍‌ ରଖିଛି ଆର୍‌ସିବି । ଏହାରି ଭିତରେ ଆଇପିଏଲ୍‌କୁ ନେଇ ଏକ ବଡ଼ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଏହି ଧୂଆଁଧାର ଖେଳାଳି । ଭାରତୀୟ ଷ୍ଟାର ବିରାଟ କୋହଲି ଓ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଏବି ଡି'ଭିଲିୟର୍ସଙ୍କୁ ନେଇ ମଧ୍ୟ ବଡ଼ କଥା କହିଛନ୍ତି ମ୍ୟାକ୍ସୱେଲ୍‌ ।

ଅଷ୍ଟ୍ରେଲିଆକୁ ଦିନିକିଆ ବିଶ୍ବକପ ୨୦୨୩ରେ ଚମ୍ପିଆନ୍‌ କରାଇବାରେ ମ୍ୟାକ୍ସୱେଲ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ଏହାପରେ ଭାରତ ବିପକ୍ଷ ଟି୨୦ ସିରିଜରେ କେବଳ ଗୋଟିଏ ମ୍ୟାଚ୍‌ ଖେଳି ସେ ଧୂଆଁଧାର ଶତକ ହାସଲ କରିଥିଲେ । ତେବେ ସିରିଜ ଅଧାରୁ ସେ ସ୍ବଦେଶ ଫେରି ଯାଇଥିଲେ । ଗୋଟିଏ ସପ୍ତାହର ବିଶ୍ରାମ ପରେ ଏବେ ବିଗ୍‌ ବାସ୍ ଲିଗ୍‌ରେ ମେଲବର୍ଣ୍ଣ ଷ୍ଟାର୍ସ ଦଳର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି ମ୍ୟାକ୍ସୱେଲ । ଏଥିପାଇଁ ମେଲବର୍ଣ୍ଣ ଏୟାରପୋର୍ଟରେ ପହଞ୍ଚିବା ପରେ ସେ ବିଦେଶୀ ପତ୍ରକାରଙ୍କ ସହ ଆଇପିଏଲ୍‌ ଉପରେ ଚର୍ଚ୍ଚା କରିଥିଲେ । ଏଠାରେ ମ୍ୟାକ୍ସୱେଲ୍‌ କହିଛନ୍ତି, "ଆଇପିଏଲ୍‌ ବୋଧହୁଏ ମୋର ଶେଷ ଟୁର୍ଣ୍ଣାମେଣ୍ଟ ହେବ, ଯାହାକୁ ମୁଁ ଯେକୌଣସି ପରିସ୍ଥିତିରେ ମଧ୍ୟ ଖେଳିବି । କାରଣ ମୁଁ ସେତେବେଳ ପର୍ଯ୍ୟନ୍ତ ଆଇପିଏଲ୍‌ ଖେଳିବି, ଯେତେବେଳ ଯାଏଁ ମୁଁ ଚାଲି ପାରୁଥିବି । ମୋର ସମ୍ପୂର୍ଣ୍ଣ କ୍ୟାରିୟରରେ ଆଇପିଏଲ୍‌ ମୋ ପାଇଁ ବହୁତ ଲାଭଦାୟକ ରହିଛି । ଏହାଦ୍ବାରା ଯେଉଁମାନଙ୍କ ସହ ମୁଁ ମିଶିଛି, ଯେଉଁ କୋଚ୍‌ଙ୍କ ଠାରୁ ଯାହା ଶିଖିଛି, ଯେଉଁଭଳି ମହାନ ଖେଳାଳିଙ୍କ ସହ କାନ୍ଧରେ କାନ୍ଧ ମିଶାଇବା ସୁଯୋଗ ମିଳୁଛି, ସେସବୁ ମୋ କ୍ରିକେଟ କ୍ୟାରିୟର ପାଇଁ ବେଶ ଲାଭଦାୟକ ।"

ଏହା ମଧ୍ୟ ପଢ଼ନ୍ତୁ...ଜାଣନ୍ତୁ କେମିତି ରହିଛି ଆପଣଙ୍କ ପସନ୍ଦର IPL ଟିମ୍‌, ହାର୍ଦ୍ଦିକକୁ ଛାଡ଼ି ସବୁଠାରୁ ଧନୀ ଗୁଜରାଟ

ଆଇପିଏଲ୍‌ ୨୦୨୧ରୁ ଆର୍‌ସିବି (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)ର ଅଂଶ ରହିଥିବା ମ୍ୟାକ୍ସୱେଲ୍‌ ବିରାଟ କୋହଲି ଓ ଏବି ଡି'ଭିଲିୟର୍ସଙ୍କ ସହ ଡ୍ରେସିଂରୁମ୍‌ ସେୟାର କରିବାର ଅନୁଭବ ବିଷୟରେ ମଧ୍ୟ କହିଛନ୍ତି । ସେ କହିଛନ୍ତି, "ଆଇପିଏଲ୍‌ ପାଇଁ ଡିଭିଲିୟର୍ସ ଓ ବିରାଟ କୋହଲିଙ୍କ ସହ ୨ ମାସ ଏକାଠି ରହିବାକୁ ସୁଯୋଗ ମିଳୁଛି । ଅନ୍ୟମାନଙ୍କ ଖେଳ ଦେଖିବା ସମୟରେ ସେମାନଙ୍କ ସହ ଆଲୋଚନା କରିବାର ସୁଯୋଗ ମିଳୁଛି, ଏହା ସବୁଠାରୁ ବଡ଼ ଅନୁଭବ ଯାହା ସବୁ ଖେଳାଳି ଚାହାଁନ୍ତି । ତେଣୁ ଏଭଳି ସୁଯୋଗ କେହି ହାତଛଡ଼ା କରିବେନି ।" ଏହା ସହିତ ଅଧିକରୁ ଅଧିକ ଅଷ୍ଟ୍ରେଲୀୟ ଖେଳାଳି ଆଇପିଏଲ୍‌ ଖେଳନ୍ତୁ ବୋଲି ସେ ଆଶା କରିଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.