ETV Bharat / sports

କ୍ରିକେଟ କିମ୍ବଦନ୍ତୀ କପିଳ ଦେବଙ୍କୁ ଅପହରଣ ! ଜାଣନ୍ତୁ କାରଣ

ପୂର୍ବତନ ଭାରତୀୟ କ୍ରିକେଟର କପିଳ ଦେବଙ୍କୁ ଅପରହରଣ କରି ନିଆଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 26, 2023, 7:02 AM IST

କ୍ରିକେଟ କିମ୍ବଦନ୍ତୀ କପିଳ ଦେବଙ୍କୁ ଅପହରଣ
Kapil Dev kidnapped

ହାଇଦ୍ରାବାଦ: ପଛପଟୁ ହାତ ବନ୍ଧା ହୋଇଛି । ମୁହଁରେ ମଧ୍ୟ କପଡା ଭିଡା ହୋଇଛି । ଦୁଇ ଜଣ ଅଜଣା ଲୋକ ତାଙ୍କୁ ଜୋର ଜବରଦସ୍ତ କୌଣସି ଏକ ସ୍ଥାନକୁ ନେଇ ଯାଉଛନ୍ତି । ଭାରତୀୟ କ୍ରିକେଟ କିମ୍ବଦନ୍ତୀ ତଥା ପୂର୍ବତନ ଅଧିନାୟକ କପିଳ ଦେବଙ୍କୁ ଅପରହରଣ କରାଯାଇଛି । କପିଳ ଦେବଙ୍କୁ ଅପହରଣର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଛି । ଏହି ଭିଡିଓ ଦେଖିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି କିଏ ଓ କାହିଁକି କପିଳ ଦେବଙ୍କୁ ଅପହରଣ କରିଛି । ତେବେ ଏହି ଭିଡିଓରେ ସତ୍ୟାସତ୍ୟ ଅଛି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ଜାଣିବାକୁ ସମ୍ପୂର୍ଣ୍ଣ ଖବର ପଢ଼ନ୍ତୁ ।

ଭାରତୀୟ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କିପଳ ଦେବଙ୍କ ଅପହରଣର ଏକ ଭିଡିଓ ତାଙ୍କ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି । ଯେଉଁଥିରେ ଦୁଇ ଜଣ ଅଜଣା ବ୍ୟକ୍ତି କପିଳ ଦେବଙ୍କ ହାତ ବାନ୍ଧି ତାଙ୍କୁ ଜୋରଜବରଦସ୍ତ ଏକ ଅନ୍ଧାର ଘର ଭିତରକୁ ନେଉଛନ୍ତି । ଭିଡିଓଟି ସେୟାର କରି ଗୌତମ ଗମ୍ଭୀର ଲେଖିଛନ୍ତି, 'ଏହି ଭିଡିଓ ଆଉ କାହାକୁ ମିଳିଛି କି । ଆଶା କରୁଛି ଏହି ଭିଡିଓଟି ସତ ନୁହେଁ କପିଳ ପାଜୀ ସୁରକ୍ଷିତ ଥିବେ ।'

ଏହା ବି ପଢନ୍ତୁ...Asian Games: ସ୍ବର୍ଣ୍ଣ ଜିତିଲା ଭାରତୀୟ ମହିଳା କ୍ରିକେଟ ଟିମ, ମୋଦିଙ୍କ ଭୂୟସୀ ପ୍ରଶଂସା

ତେବେ ଏହି ଭିଡିଓ କେଉଁଠୁ ଆସିଲା ସତରେ କଣ କପିଳ ଦେବଙ୍କୁ କେହି ଅପହରଣ କରିଛି ସେ ନେଇ କୌଣସି ସୂଚନା ମିଳିନାହିଁ । ଏହି ଭିଡିଓ ଦେଖି କିଛି ସୋସିଆଲ ମିଡିଆ ୟୁଜର୍ସ ଭିନ୍ନଭିନ୍ନ ମତ ରଖିଛନ୍ତି । ଜଣେ ୟୁଜର୍ସ କହିଛନ୍ତି ଏହି ବିଜ୍ଞାପନ ପାଇଁ ସୁଟିଂ ହୋଇଥିବା ଏକ ଭିଡିଓ ହୋଇପାରେ । ଆଉ ଜଣେ ୟୁଜର୍ସ ଲେଖିଛନ୍ତି ଦେଶଭକ୍ତିର ନାରା ଦେଉଛି ପୂର୍ବତନ କ୍ରିକେଟରଙ୍କ ସହ ଏପରି ବିଜ୍ଞାପନ କରୁଛ । ସେହିପରି ଆଉ ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି ଏହା ଏକ ବିଜ୍ଞାପନ ପରି ଲାଗୁଛି ଆଶା କରୁଛି ତାହା ହିଁ ହୋଇଥିବ ।

ଏହା ବି ପଢନ୍ତୁ...Asian Games: ଭାରତୀୟ ମହିଳା କ୍ରିକେଟ ଟିମକୁ ସ୍ୱର୍ଣ୍ଣ, ଛୁଟିଲା ଶୁଭେଚ୍ଛା

ଭିଡିଓ ପଛର କାରଣ ଏବେ ସୁଦ୍ଧା ଜଣାପଡି ନାହିଁ । ଭିଡିଓରେ ଅପହରଣ କରାଯାଉଥିବା ବ୍ୟକ୍ତି ଜଣକ କପିଳ ଦେବ । ଏହା ପଛରେ ଏକ ବିଜ୍ଞାପନ ପାଇଁ ସୁଟିଂ କରାଯାଉଥିବା ଅନୁମାନ କରାଯାଉଛି । କିପଳ ଦେବଙ୍କ ମ୍ୟାନେଜର ରାଜେଶ ପୁରୀ କହିଛନ୍ତି ଏହି ଭିଡିଓ ଏକ ବିଜ୍ଞାପନର ଅଂଶ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.