ETV Bharat / sports

ବିଶ୍ବକପରେ ବାବରଙ୍କ ବ୍ୟାଟିଂ ଦେଖିବାକୁ ମୁଁ ଉତ୍ସାହୀ: ଗୌତମ ଗମ୍ଭୀର

author img

By ETV Bharat Odisha Team

Published : Sep 24, 2023, 11:53 AM IST

ପାକିସ୍ତାନ ଟିମର ଅଧିନାୟକଙ୍କୁ ବିଶ୍ବକପରେ ଦେଖିବାକୁ ଅଧିକ ଉତ୍ସାହୀ ଅଛନ୍ତି ଗୌତମ ଗମ୍ଭୀର । ଅଧିକ ପଢ଼ନ୍ତୁ

pakistan captain babar azam
pakistan captain babar azam

ହାଇଦ୍ରାବାଦ: ପାକିସ୍ତାନ ଟିମର ଅଧିନାୟକଙ୍କୁ ପ୍ରଶଂସା କଲେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଦିନିକିଆ ବିଶ୍ବକପରେ ପାକିସ୍ତାନର ଅଧିନାୟକ ବାବର ଆଜମ ଭଲ ପ୍ରଦର୍ଶନ କରିପାରନ୍ତି । ତାଙ୍କ ବ୍ୟାଟରୁ ଭଲ ସ୍କୋର ହୋଇପାରେ । ଏସିଆ କପରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ପ୍ରଶଂସା ଯୋଗ୍ୟ ରହିଥିଲା । ତେଣୁ ବିଶ୍ବକପରେ ମଧ୍ୟ ତାଙ୍କର ପ୍ରଦର୍ଶନ ଉଚ୍ଚକୋଟିର ରହିବ ବୋଲି ଆଶା କରିଛନ୍ତି ଗୌତମ ଗମ୍ଭୀର ।

ଏହା ମଧ୍ୟ ପଢନ୍ତୁ-କ୍ରିକେଟର ସବୁ ଫର୍ମାଟରେ ବାବର ଆଜମ ବିଶ୍ବର ଜଣେ ଶ୍ରେଷ୍ଠ ବ୍ୟାଟର: ବିରାଟ କୋହଲି

ବାବର ଜଣେ ଭିନ୍ନ ସ୍ତରର ବ୍ୟାଟ୍ସ ମ୍ୟାନ: ଏକ ସ୍ପୋର୍ଟ୍ସ ଚ୍ୟାନେଲର ସାକ୍ଷାତକାରରେ ଗମ୍ଭୀରଙ୍କୁ ପଚରାଯାଇଥିଲା ଯେ, ସେ କେଉଁ ବ୍ୟାଟ୍ସମ୍ୟାନଙ୍କୁ ବିଶ୍ୱକପରେ ଦେଖିବାକୁ ଅଧିକ ଉତ୍ସାହିତ ଅଛନ୍ତି । ଏହାର ଉତ୍ତରରେ ସେ କହି ଥିଲେ, "ବାବର ଆଜମ ବିଶ୍ୱକପରେ ଉଚ୍ଚକୋଟିର ପ୍ରଦର୍ଶନ କରିପାରନ୍ତି । ରୋହିତ ଶର୍ମା, ବିରାଟ କୋହଲି, କେନ୍ ୱିଲିୟମସନ ଏବଂ ଜୋ' ରୁଟ୍ ଭଲ ବ୍ୟାଟିଂ କରନ୍ତି । କିନ୍ତୁ ବାବର ଆଜମଙ୍କ ବ୍ୟାଟିଂ କରିବାର ଦକ୍ଷତା ଏକ ଭିନ୍ନ ସ୍ତରର । ନେପାଳ ବିପକ୍ଷରେ ସେ ଲଢ଼ୁଆ ବ୍ୟାଟିଂ କିର 151 ରନ ସଂଗ୍ରହ କରି ବାବର ଚମତ୍କାର ଇନିଂସ ଖେଳିଥିଲେ । ପାକିସ୍ତାନ ପାଖରେ ଜଣେ ଏପରି ଖେଳାଳି ରହିଛନ୍ତି ଯିଏକି କୌଣସି ବି ସମୟରେ ଦମଦାର ପ୍ରଦର୍ଶନ କରିପାରନ୍ତି ବୋଲି କହିଛନ୍ତି ଗମ୍ଭୀର । ଏହା ପୂର୍ବରୁ ଭାରତୀୟ କ୍ରିକେଟର ବିରାଟ କୋହଲି ବାବର ଆଜମଙ୍କୁ ପ୍ରଶଂସା କରିଥିଲେ । କ୍ରିକେଟର ସମସ୍ତ ଫର୍ମାଟରେ ସେ ବିଶ୍ବର ଜଣେ ଭଲ ବ୍ୟାଟ୍ସମ୍ୟାନ ବୋଲି କହିଥିଲେ ବିରାଟ କୋହଲି । ଏକ ସ୍ପୋର୍ଟ୍ସ ଚ୍ୟାନେଲରେ ଏହି ପ୍ରତିକ୍ରିୟା ଦେଇଥିଲେ ।"

ଏହା ମଧ୍ୟ ପଢନ୍ତୁ-Asia Cup 2023 Ind vs Pak: ମ୍ୟାଚ ପୂର୍ବରୁ କୋହଲିଙ୍କୁ ନେଇ ଏମିତି କହିଲେ ପାକିସ୍ତାନ ଅଧିନାୟକ

ଆଇସିସିର ଦିନିକିଆ ବ୍ୟାଟିଂ ମାନ୍ୟତାର ପ୍ରଥମ ସ୍ଥାନରେ ରହିଛନ୍ତି ବାବର ଆଜମ । ବାବର ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା 15ଟି ଇନିଂସ ଖେଳି 745 ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ 2ଟି ଶତକ ଏବଂ 6 ଅର୍ଦ୍ଧ ଶତକ ସାମିଲ ରହିଛି । ସେ ଆଇସିସିର ଟି-20 ମାନ୍ୟତାର ତୃତୀୟ ସ୍ଥାନରେ ଥିବାବେଳେ ଟେଷ୍ଟ ମାନ୍ୟତାରେ ସେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍‌ ୱିଲିୟମସନଙ୍କ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ଅକ୍ଟୋବର 6ରେ ନେଦରଲ୍ୟାଣ୍ଡ ବିପକ୍ଷ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ । ଏହା ପୂର୍ବରୁ ପାକିସ୍ତାନ୍‌ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.