ETV Bharat / sports

SKYଙ୍କୁ ପାକିସ୍ତାନର ପୂର୍ବତନ ଅଧିନାୟକଙ୍କ ପ୍ରଶଂସା, କହିଲେ ପାକିସ୍ତାନରେ ଜନ୍ମ ହୋଇଥିଲେ...

author img

By

Published : Jan 10, 2023, 9:51 AM IST

ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ୍ ସୂର୍ଯ୍ୟକୁମାର ଯାଦବଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ

ସୂର୍ଯ୍ୟକୁମାର ଯାଦବ ଓ ଅକ୍ଷର ପଟେଲ
ସୂର୍ଯ୍ୟକୁମାର ଯାଦବ ଓ ଅକ୍ଷର ପଟେଲ

ହାଇଦ୍ରାବାଦ: ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ୍ SKYଙ୍କ ଭୂୟସୀ ପ୍ରଶଂସା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ପାକିସ୍ତାନରେ ଜନ୍ମ ହୋଇଥିଲେ ସେ ଆଜି ଏତେ ଉପରକୁ ଉଠି ପାରିନଥାନ୍ତେ । ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ନିଜ ବ୍ୟାଟିଂର ଧାର ଦେଖାଇଛନ୍ତି ସୂର୍ଯ୍ୟକୁମାର ଯାଦବ । ଭାରତୀୟ କ୍ରିକେଟର ଭାବରେ ୨୦୨୩ ବର୍ଷର ପ୍ରଥମ ଶତକ ହାସଲ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି SKY । ଏହି ତୃତୀୟ ଟି୨୦ ମ୍ୟାଚରେ ମାତ୍ର ୪୫ ବଲରେ ଦ୍ରୁତ ଶତକ ହାସଲ କରିଥିଲେ । ସେ ୫୧ ବଲରୁ ୭ ଟି ଚୌକା ଏବଂ ୯ ଟି ଛକା ସହିତ ୧୧୨ ରନ କରି ଅପରାଜିତ ରହିଥିଲେ । SKYଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ଦେଖିବା ପରେ ସେ ବିଶ୍ବ କ୍ରୀଡାମହଲରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ସୂର୍ଯ୍ୟକୁମାର ଯାଦବଙ୍କ ଏଭଳି ଚମତ୍କାର ପ୍ରଦର୍ଶନ ଦେଖିବା ପରେ ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ୍ ତାଙ୍କ ବ୍ୟାଟିଂ ପ୍ରଦର୍ଶନୀକୁ ବେଶ୍ ପ୍ରଶଂସା କରିଛନ୍ତି । ସଲମାନ ବଟ୍ ଏହା ମଧ୍ୟ କହିଛନ୍ତି, "ଯଦି ଏହି ଷ୍ଟାର ବ୍ୟାଟର ପାକିସ୍ତାନରେ ଜନ୍ମ ହୋଇଥାନ୍ତେ ତାହାଲେ ସେ ଏତେ କମ ବୟସରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ସୁଯୋଗ ପାଇ ନଥାନ୍ତେ । ପାକିସ୍ତାନରେ ଜନ୍ମ ହୋଇଥିଲେ ସେ ତାଙ୍କ ପ୍ରତିଭାର ସଠିକ ପ୍ରୟୋଗ କରି ପାରିନଥାନ୍ତେ । କାରଣ ପାକିସ୍ତାନରେ କମ ବୟସର ଖେଳାଳିଙ୍କୁ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ସୁଯୋଗ ବହୁତ କମ ଦିଆଯାଇଥାଏ ।"

ସଲମାନ ବଟ୍ ନିଜ ୟୁଟ୍ୟୁବ ଚ୍ୟାନେଲ କହିଛନ୍ତି "ସୂର୍ଯ୍ୟୁକୁମାର ଯାଦବ ୩୦ ବର୍ଷ ବୟସରେ ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରି ନିଜ ପ୍ରତିଭା ମାଧ୍ୟମରେ ସମସ୍ତଙ୍କୁ ବେଶ୍ ପ୍ରଭାବିତ କରିପାରିଛନ୍ତି । ସେ ବହୁତ ଭାଗ୍ୟବାନ କି ସିଏ ଭାରତରେ ଜନ୍ମ ହୋଇଛନ୍ତି । ଯଦି ସେ ପାକିସ୍ତାନ ତରଫରୁ ଖେଳିଥାଆନ୍ତେ ତାହେଲେ ତାଙ୍କୁ ଏତେ ଜଲ୍ଦି ଆଗକୁ ବଢିବାରେ ସୁଯୋଗ ମିଳି ପାରିନଥାନ୍ତା ।" ସୂର୍ଯ୍ୟକୁମାର ଯାଦବ ୩୦ ବର୍ଷ ବୟସରେ ୨୦୨୧ ମସିହାରେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ତାଙ୍କୁ ଟିମ ଇଣ୍ଡିଆରେ ସ୍ଥାନ ମିଳିଥିଲା । ବର୍ଷ ୨୦୨୨ରେ SKY ଟି୨୦ ଫର୍ମାଟରେ ସବୁଠୁ ଅଧିକ ରନ ସଂଗ୍ରହକାରୀ ଭାରତୀୟ ବ୍ୟାଟର ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.