ETV Bharat / sports

ପୂର୍ବତନ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କ୍ରୀଶ କେର୍ନସଙ୍କୁ ପାରାଲିସିସ - କ୍ରୀଶ କେର୍ନସ ହାର୍ଟ ସର୍ଜରୀ

ଅସ୍ତ୍ରୋପଚାର ପରେ ପାରାଲିସିସରେ ପୂର୍ବତନ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କ୍ରୀଶ କେର୍ନସ । ହୃଦଘାତ ଶିକାର ପରେ ଅଷ୍ଟ୍ରେଲିଆରେ ତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ଅଧିକ ପଢ଼ନ୍ତୁ...

ପୂର୍ବତନ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କ୍ରୀଶ କେର୍ନସଙ୍କୁ ପାରାଲିସିସ

author img

By

Published : Aug 27, 2021, 3:57 PM IST

ମେଲବର୍ଣ୍ଣ: ଅସ୍ତ୍ରୋପଚାର ପରେ ପକ୍ଷଘାତରେ ଅଛନ୍ତି ପୂର୍ବତନ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କ୍ରୀଶ କେର୍ନସ । ହୃଦଘାତ ଶିକାର ହେବା ପରେ ଅଷ୍ଟ୍ରେଲିଆରେ ତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା । ତେବେ ଏହାପରେ ତାଙ୍କ ମେରୁଦଣ୍ଡ ଅକାମୀ ହୋଇଯାଇଥିବା ନେଇ ଅଷ୍ଟ୍ରେଲିଆରେ ରିପୋର୍ଟ ପ୍ରକାଶ ପାଇଛି । ସିଡନୀରେ କ୍ରୀଶ କେର୍ନସଙ୍କ ଅସ୍ତ୍ରୋପଚାର ହୋଇଥିଲା । ଏହାପରେ ସେ ସୁସ୍ଥ ହେବେ ବୋଲି ଆଶା କରାଯାଉଥିଲା । ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ି ଯାଇଥିବା ସୂଚନା ମିଳିଛି ।

୫୧ ବର୍ଷୀୟ କ୍ରୀଶ କେର୍ନସ ଅଷ୍ଟ୍ରେଲିଆ ରାଜଧାନୀ କାନବେରାରେ ବାସ କରନ୍ତି । ସିଡନୀର ଅସ୍ତ୍ରୋପଚାର ପରେ ସେ କାନବେରା ଫେରି ଆସିଥିଲେ । ଏହାର କିଛି ଦିନ ପରେ ସେ ଅସହଜ ମନେ କରିଥିଲେ । ପ୍ରାଥମିକ ଅବସ୍ଥାରେ ତାଙ୍କ ଗୋଡ଼ ଧିରେ ଧିରେ ଅଚଳ ହେଉଥିବା ସେ ମନେ କରିଥିଲେ । ଏହାକୁ ନେଇ କେର୍ନସଙ୍କ ଓକିଲ ଆରୋନ ଲୟେଡ ସୂଚନା ଦେଇଛନ୍ତି ।

ହୃଦରୋଗର ସମସ୍ୟା ଦେଖା ଦେବାରୁ କ୍ରୀଶ କେର୍ନସଙ୍କ ଯୁଦ୍ଧ କାଳୀନ ଭିତ୍ତିରେ ଅସ୍ତ୍ରୋପଚାର କରାଯାଇଥିଲା । କାରଣ ସେହି ସମୟରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅତି ଗୁରୁତର ହୋଇ ପଡ଼ିଥିଲା । ତେବେ ଏହାପରେ ତାଙ୍କୁ ସମ୍ପୁର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ ବୋଲି କହିଥିଲେ ଡାକ୍ତର । ସିଡନୀର ସେଣ୍ଟ ଭିସେଣ୍ଟ ହସ୍ପିଟାଲରେ ତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା ।

ନ୍ୟୁଜିଲାଣ୍ଡ ପକ୍ଷରୁ କ୍ରୀଶ କେର୍ନସ ୬୨ଟି ଟେଷ୍ଟ ମ୍ୟାଚ ସହ ୨୧୫ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ଟେଷ୍ଟ ମ୍ୟାଚରେ ୫ଟି ଶତକ ହାସଲ କରିଥିବା ବେଳେ ଦିନିକିଆରେ ୪ଟି ଶତକ ହାସଲ କରିଛନ୍ତି । ସେ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.