ETV Bharat / sports

ଅଗରକର ହେବେ BCCI ମୁଖ୍ୟ ଚୟନକର୍ତ୍ତା ! ଦିଲ୍ଲୀ କ୍ୟାପିଟାଲ୍ସରୁ ଦେଲେ ଇସ୍ତଫା - ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର

ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦବୀ ଦୌଡ଼ରେ ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକରଙ୍କ ନାଁ ସାମିଲ । ଚର୍ଚ୍ଚା ଭିତରେ ଆଇପିଏଲ୍‌ର ଦିଲ୍ଲୀ କ୍ୟାପିଟାଲ୍ସ ସହକାରୀ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଲେ ଅଗରକର । ଅଧିକ ପଢ଼ନ୍ତୁ

ଦିଲ୍ଲୀ କ୍ୟାପିଟାଲ୍ସରୁ ଇସ୍ତଫା ଦେଲେ ଅଜିତ ଅଗରକର

author img

By

Published : Jun 30, 2023, 3:37 PM IST

ନୂଆଦିଲ୍ଲୀ: ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦବୀ ନେଇ ଲାଗି ରହିଛି ସସ୍‌ପେନ୍ସ । ମୁଖ୍ୟ ଚୟନକର୍ତ୍ତାଙ୍କ ପାଇଁ ବାର୍ଷିକ ଅନୁଦାନ ମାତ୍ର ୧ କୋଟି ଟଙ୍କା ରହିଥିବାରୁ ପୂର୍ବତନ ବରିଷ୍ଠ ଖେଳାଳି ଏହି ପଦରୁ ମୁଁହ ଫେରାଉଥିବା କୁହାଯାଉଛି । ନିକଟରେ ପୂର୍ବତନ ଭାରତୀୟ ବ୍ୟାଟର ବିରେନ୍ଦ୍ର ସେହୱାଗ୍‌ଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା, ହେଲେ ପରବର୍ତ୍ତୀ ସମୟରେ ସେ ନିଜେ ଏହି ପଦ ପାଇଁ ଆଶାୟୀ ନଥିବା ସ୍ପଷ୍ଟ କରିଥିଲେ । ଏବେ ଏହି ରେସ୍‌ରେ ଆଗରେ ରହିଥିବା ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ଗୁରୁବାର ଆଇପିଏଲ୍‌ର ଦିଲ୍ଲୀ କ୍ୟାପିଟାଲ୍ସ ସହକାରୀ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି । ଏପଟେ ଅଗରକର ଇସ୍ତଫା ଦେବା ପରେ ବିବିସିଆଇ ମୁଖ୍ୟ ଚୟନକର୍ତ୍ତା ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ବିସିସିଆଇ ମଧ୍ୟ ଏହି ପଦବୀ ପାଇଁ ଧାର୍ଯ୍ୟ ବାର୍ଷିକ ଦରମା ରାଶିକୁ ବୃଦ୍ଧି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ପୂର୍ବରୁ ଏହି ପଦବୀ ପାଇଁ ବାର୍ଷିକ 1 କୋଟି ଥିଲା ।

ତେବେ ଅଗରକରଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ନାମ ଚର୍ଚ୍ଚାକୁ ଆସିବାରୁ ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଓ ଅନ୍ୟ ସଦସ୍ୟଙ୍କୁ ଦିଆଯାଉଥିବା ଅନୁଦାନରେ ବୃଦ୍ଧି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏବେ ମୁଖ୍ୟ ଚୟନକର୍ତ୍ତାଙ୍କୁ ବାର୍ଷିକ ୧ କୋଟି ଟଙ୍କା ଓ ଅନ୍ୟ ସଦସ୍ୟଙ୍କୁ ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ତେବେ ଅଜିତ ଅଗରକର ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ସହକାରୀ ପ୍ରଶିକ୍ଷକ ଏବଂ ଜଣେ ଭାଷ୍ୟକାର ଭାବେ ବିସିସିଆଇ ବାର୍ଷିକ ଅନୁଦାନଠାରୁ ଢେର୍‌ ଅଧିକ ରୋଜଗାର କରୁଛନ୍ତି । ଏହା ସହିତ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍‌ ସେନ୍‌ ୱାଟସନ୍‌ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସରେ ଆଉ କାମ କରିବେ ନାହିଁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ICC World Cup 2023: ICC ଜାରି କଲା କ୍ରୀଡ଼ାସୂଚୀ, ପାକିସ୍ତାନ ଅଂଶଗ୍ରହଣ ନେଇ ସନ୍ଦେହ

ପୂର୍ବରୁ ମଧ୍ୟ ୨୦୨୧ରେ ଅଜିତ ଅଗରକର ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ସାକ୍ଷାତକାର ଦେଇଥିଲେ । ସେହିପରି ଅଗରକର ପୂର୍ବରୁ କନିଷ୍ଠ ଚୟନ ସମିତିରେ ୪ ବର୍ଷ କାର୍ଯ୍ୟ କରି ସାରିଛନ୍ତି । ସେ ଭାରତ ପାଇଁ ୧୯୧ ଦିନିକିଆ ମ୍ୟାଚ୍‌, ୨୬ ଟେଷ୍ଟ ମ୍ୟାଚ୍‌ ଓ ୪ ଟି୨୦ ମ୍ୟାଚ୍‌ ଖେଳିଛନ୍ତି । ଏଭଳି ଅଭିଜ୍ଞତା ଥିବା ସତ୍ତ୍ବେ ସେତେବେଳେ ସାକ୍ଷାତକାର ସମୟରେ ମୁମ୍ବାଇ କ୍ରିକେଟ ସଙ୍ଘ ସହିତ ତାଙ୍କର ସମ୍ପର୍କ ଭଲ ନଥିବାରୁ ବିସିସିଆଇ ସାକ୍ଷାତକାରରେ ତାଙ୍କୁ ଗୁରୁତ୍ବ ଦିଆଯାଇନଥିବା ଚର୍ଚ୍ଚା ହୋଇଥିଲା । ଅନ୍ୟପଟେ ଦିଲ୍ଲୀପ ଭେଙ୍ଗସରକାର ଓ ରବି ଶାସ୍ତ୍ରୀଙ୍କ ନାଁ ମଧ୍ୟ ମୁଖ୍ୟ ଚୟନକର୍ତ୍ତା ପାଇଁ ଚର୍ଚ୍ଚା ହେଉଛି । ଉଭୟଙ୍କ ପାଖରେ ଆବଶ୍ୟକ ଅଭିଜ୍ଞତା ରହିଥିଲେ ମଧ୍ୟ ସେମାନେ ଏହି ପଦବୀ ପାଇଁ ଆବେଦନ କରିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ଭେଙ୍ଗସରକାର ମଧ୍ୟ ୨୦୦୫ରୁ ୨୦୦୮ ପର୍ଯ୍ୟନ୍ତ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଭାବେ କାର୍ଯ୍ୟ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.