ETV Bharat / sports

ଓଡ଼ିଶା ପାଇଁ କ୍ରିକେଟ ଖେଳିବେ ପୂର୍ବତନ ହଂକଂ ଅଧିନାୟକ - ଓଡ଼ଶା କ୍ରିକେଟରେ ହଙ୍ଗକଙ୍ଗ ଖେଳାଳି

୨୦୨୧-୨୨ ସିଜିନରେ ଓଡ଼ଶା ପାଇଁ କ୍ରିକେଟ ଖେଳିବାକୁ ଆଶାବାଦୀ ହଂକଂର ପୂର୍ବତନ ଅଧିନାୟକ । ସେ ହେଉଛନ୍ତ ଓଡ଼ିଆ ଖେଳାଳି ଅଂଶୁମାନ ରଥ । ଅନ୍ତର୍ଜାତୀୟ ସ୍ତରରେ ହଂକଂ ପକ୍ଷରୁ ସେ ୧୮ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଅଧିକ ପଢ଼ନ୍ତୁ...

ଓଡ଼ିଶା ପାଇଁ କ୍ରିକେଟ ଖେଳିବେ ହଙ୍ଗକଙ୍ଗ ଅଧିନାୟକ

author img

By

Published : Sep 1, 2021, 10:15 PM IST

Updated : Sep 1, 2021, 10:30 PM IST

ନୂଆଦିଲ୍ଲୀ: ୨୦୨୧-୨୨ ସିଜିନରେ ଓଡ଼ଶା ପାଇଁ କ୍ରିକେଟ ଖେଳିବେ ହଂକଂର ପୂର୍ବତନ ଅଧିନାୟକ । ସେ ହେଉଛନ୍ତ ଓଡ଼ିଆ ଖେଳାଳି ଅଂଶୁମାନ ରଥ । ଅନ୍ତର୍ଜାତୀୟ ସ୍ତରରେ ହଂକଂ ପକ୍ଷରୁ ସେ ୧୮ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଓଡ଼ିଶା ବଂଶୋଦ୍ଭୋବ ଏହି ଏହି ଖେଳାଳି ଭାରତ ଫେରିବା ପରେ ଏକ ବର୍ଷର ଅବଧି ଶେଷ କରିଛନ୍ତି । ଭାରତରେ କ୍ରିକେଟ ଖେଳିବାକୁ ହେଲେ ତାଙ୍କୁ ଭାରତ ଫେରି ଏକ ବର୍ଷ ଅବଧି ପୂରଣ କରିବା ବାକି ରହିଥିଲା ।

ଏହି ଅବଧି ଶେଷ ହେବାପରେ ବର୍ତ୍ତମାନ ଓଡ଼ିଶାରେ କ୍ରିକେଟ ଖେଳିବାକୁ ଆଗ୍ରହୀ ଓ ଉତ୍ସାହୀ ରହିଛନ୍ତି ଅଂଶୁମାନ ରଥ । ଏହାକୁ ନେଇ ସେ କହିଛନ୍ତି ଯେ, "ମୁଁ ଭୁବନେଶ୍ବରରେ ଜନ୍ମ ଗ୍ରହଣ କରିଥିଲି । ଏଥିପାଇଁ ପ୍ରାଞ୍ଜଳ ଭାବରେ ଓଡ଼ିଆ କହିପାରେ । ଓଡ଼ିଶା ପାଇଁ ଖେଳିବା ନିଷ୍ପତ୍ତି କିଛି ଭୁଲ ନୁହେଁ । ମୁଁ କେବଳ ମୋର କମଫର୍ଟ ଜୋନରୁ ବାହାରି କ୍ରିକେଟ ଖେଳିବାକୁ ଚାହୁଛି । ଏଥିପାଇଁ ଭାରତ ଫେରି ଆସିଛି ।"

ବର୍ତ୍ତମାନ ଅଂଶମାନ ରଥ ଭୁବନେଶ୍ବରର ଆନ୍ତଃ ଜିଲ୍ଲା କ୍ରିକେଟ ମ୍ୟାଚ ଖେଳୁଛନ୍ତି । ଓଡ଼ିଶାରୁ ରଣଜୀ ମ୍ୟାଚ ଖେଳିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଏହାସହ ଅଂଶୁମାନ ରଥ ଆଇପିଏଲ ଖେଳିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି ।

ଏସିଆ କପ ୨୦୧୮ରେ ଭାଗ ନେଇଥିଲା ହଂକଂ ଦଳ । ଏହି ଦଳର ଅଧିନାୟକ ଥିଲେ ଅଂଶୁମାନ ରଥ । ଭାରତ ବିପକ୍ଷରେ ଏକ ମ୍ୟାଚରେ ସେ ଦମଦାର ଅର୍ଦ୍ଧ ଶତକ ହାସଲ କରି ୭୩ ରନ କରିଥିଲେ । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ ୨୮୬ ରନ ଟାର୍ଗେଟ ଦେଇଥିଲା ।

ଜବାବରେ ହଂକଂ ଦଳ ୮ ୱିକେଟ ହରାଇ ୨୫୯ ରନ କରିଥିଲା । ଏହି ମ୍ୟାଚରେ ଅଂଶୁମାନଙ୍କ ବଡ଼ ଭୁମିକା ରହିଥିଲା । ବର୍ତ୍ତମାନ ସୁଦ୍ଧା ସେ ଦିନିକିଆ କ୍ୟାରିଅରରେ ୮୨୮ ରନ୍ କରିଛନ୍ତି । ଯେଉଁଥିରେ ୭ଟି ଅର୍ଦ୍ଧ ଶତକ ସାମିଲ ରହିଛି । ଏହାସହ ସେ ୧୪ଟି ୱିକେଟ ମଧ୍ୟ ନେଇଛନ୍ତି । ୨୦୧୮ ପରେ ହିଁ ସେ ଆଉ ହଂକଂ ପାଇଁ ଖେଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 1, 2021, 10:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.