ETV Bharat / sports

କ୍ୟାନସରରେ ଆଖିବୁଜିଲେ ପୂର୍ବତନ ବାଂଲାଦେଶୀ କ୍ରିକେଟର - ମୋଶ୍ରାଫେ ହୋସେନ ଲୁବେଲଙ୍କ ମୃତ୍ୟୁ

ଅକାଳରେ ପୂର୍ବତନ ବାଂଲାଦେଶ କ୍ରିକେଟର ମୋଶ୍ରାଫେ ହୋସେନ ରୁବେଲଙ୍କ ମୃତ୍ୟୁ । ଏହାକୁ ନେଇ ବାଂଲାଦେଶ କ୍ରିକେଟ ବୋର୍ଡ ଦୁଃଖ ପ୍ରକାଶ କରିଛି । ଅଧିକ ପଢ଼ନ୍ତୁ

୪୦ ବର୍ଷରେ ଏହି ପୂର୍ବତନ ବାଂଲାଦେଶୀ କ୍ରିକେଟରଙ୍କ ମୃତ୍ୟୁ

author img

By

Published : Apr 20, 2022, 5:02 PM IST

ହାଇଦ୍ରାବାଦ: ଅକାଳରେ ପୂର୍ବତନ ବାଂଲାଦେଶ କ୍ରିକେଟର ମୋଶ୍ରାଫେ ହୋସେନ ରୁବେଲଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ବାଂଲାଦେଶ କ୍ରିକେଟ ବୋର୍ଡ ଦୁଃଖ ପ୍ରକାଶ କରିଛି । ମୋଶ୍ରାଫେ ହୋସେନ ମାତ୍ର ୫ଟି ଅନ୍ତର୍ଜାତୀୟ ଦନିକିଆ ଖେଳି ୪ଟି ୱିକେଟ ଅକ୍ତିଆର କରିଛନ୍ତି ।

ତେବେ ଘରୋଇ କ୍ରିକେଟରେ ତାଙ୍କର ଭଲ ରେକର୍ଡ ରହିଥିଲା । ଜାତୀୟସ୍ତରରେ ସେ ସମସ୍ତ ଫର୍ମାଟ୍‌ରେ ମୋଟ ୫୫୦ ୱିକେଟ ହାସଲ କରିଛନ୍ତି । ଦୀର୍ଘ ଦିନ ହେଲା ବ୍ରେନ କ୍ୟାନ୍ସରରେ ପୀଡ଼ିତ ଥିଲେ ମୋଶ୍ରାଫେ ହୋସେନ । ୨୦୧୯ରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ତେବେ ଏହା ପରେ ସ୍ବାସ୍ଥ୍ୟାବସ୍ଥା ବିଗିଡି ଥିଲା ଏବଂ ସେ କେମୋଥେରାପି ନେଇ ଆସୁଥିଲେ ।

ତେବେ ଗତ ଦୁଇ ସପ୍ତାହ ହେଲା ମୋଶ୍ରାଫେ ହୋସେନଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ୪୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ବାଂଲାଦେଶର ଫାଷ୍ଟ କ୍ଲାସ କ୍ରିକେଟରେ ଟପ୍‌ ୭ ଜଣ କ୍ରିକେଟରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମୋଶ୍ରାଫେ ହୋସେନ । ସେ ୩ ହଜାର ରନ୍‌ ସହ ୩ଶହରୁ ଅଧିକ ୱିକେଟ ନେଇଛନ୍ତି । ସେ ୨୦୦୧-୦୨ରୁ ନିଜ ଫାଷ୍ଟ କ୍ଲାସ୍ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.