ETV Bharat / sports

ପ୍ରଥମ ଥର ପାଇଁ ନ୍ୟୁଟ୍ରାଲ ଗ୍ରାଉଣ୍ଡରେ ଟେଷ୍ଟ ମ୍ୟାଚ ଖେଳିବ ଟିମ ଇଣ୍ଡିଆ - ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ

ପ୍ରଥମ ଥର ପାଇଁ ଏକ ନ୍ୟୁଟ୍ରାଲ ଗ୍ରାଉଣ୍ଡରେ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଖେଳିବ ଭାରତୀୟ ଦଳ । ଆଇସିସି ପକ୍ଷରୁ ଟେଷ୍ଟ ସ୍ବୀକୃତିପ୍ରାପ୍ତ 12ଟି ଜାତୀୟ ଦଳ ନ୍ୟୁଟ୍ରାଲ ଗ୍ରାଉଣ୍ଡରେ କୌଣସି ଟେଷ୍ଟ ମ୍ୟାଚ ଖେଳି ନାହାନ୍ତି । ଅଧିକ ପଢ଼ନ୍ତୁ...

ପ୍ରଥମ ଥର ପାଇଁ ନ୍ୟୁଟ୍ରାଲ ଗ୍ରାଉଣ୍ଡରେ ଟେଷ୍ଟ ମ୍ୟାଚ ଖେଳିବ ଟିମ ଇଣ୍ଡିଆ

author img

By

Published : May 17, 2021, 7:00 PM IST

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ । ଜୁନ 18 ତାରିଖରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଜୁନ 2 ତାରିକ ଇଂଲଣ୍ଡ ଗସ୍ତ କରିବ ଭାରତୀୟ ଦଳ । ତେବେ ପ୍ରଥମ ଥର ପାଇଁ ଏକ ନ୍ୟୁଟ୍ରାଲ ଗ୍ରାଉଣ୍ଡରେ (ନିରପେକ୍ଷ ପଡ଼ିଆ) ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଖେଳିବ ଭାରତୀୟ ଦଳ । ଆଇସିସି ପକ୍ଷରୁ ଟେଷ୍ଟ ସ୍ବୀକୃତିପ୍ରାପ୍ତ 12ଟି ଜାତୀୟ ଦଳ ନ୍ୟୁଟ୍ରାଲ ଗ୍ରାଉଣ୍ଡରେ କୌଣସି ଟେଷ୍ଟ ମ୍ୟାଚ ଖେଳି ନାହାନ୍ତି । ଏହି ତାଲିକାରେ ଭାରତ ଛଡ଼ା ବାଂଲାଦେଶ ମଧ୍ୟ ସାମିଲ ରହିଛି ।

ପାକିସ୍ତାନରେ ସୁରକ୍ଷା ଦୃଷ୍ଟିରୁ ଦୀର୍ଘ ଦିନ ଧରି ୟୁଏଇରେ ମ୍ୟାଚ ଖେଳାଯାଉଛି । ଅଧିକାଂଶ ବିଦେଶୀ ଦଳ ୟୁଏଇ ଗସ୍ତ କରି ନ୍ୟୁଟ୍ରାଲ ଗ୍ରାଉଣ୍ଡରେ ମ୍ୟାଚ ଖେଳି ସାରିଛନ୍ତି । କେବଳ ୟୁଏଇ ନୁହେଁ ପାକିସ୍ତାନର କେତେକ ଘରୋଇ ସିରିଜ ଶ୍ରୀଲଙ୍କାରେ ମଧ୍ୟ ଆୟୋଜନ କରିଛି । ଭାରତ ଓ ପାକିସ୍ତାନ ମଧ୍ୟରେ 2007 ପରେ କୌଣସି ଟେଷ୍ଟ ମ୍ୟାଚ ଖେଳା ଯାଇନାହିଁ ।

1999ରେ ଏସିଆନ ଟେଷ୍ଟ ଚମ୍ପିଆନସିପରେ ଭାରତ ପାଖରେ ନ୍ୟୁଟ୍ରାଲ ଗ୍ରାଉଣ୍ଡରେ ଟେଷ୍ଟ ମ୍ୟାଚ ଖେଳିବା ସୁଯୋଗ ଥିଲା । କିନ୍ତୁ ଭାରତ ଫାଇନାଲ ମ୍ୟାଚ ପାଇଁ ଯୋଗ୍ୟତା ହାସଲ କରି ପାରିନଥିଲା । 109 ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ନ୍ୟୁଟ୍ରାଲ ଗ୍ରାଉଣ୍ଡ ଟେଷ୍ଟ ମ୍ୟାଚ ଖେଳା ଯାଇଥିଲା । 1912 ମସିହା ମେ 27 ଓ 28 ତାରିଖ ଏହି ମ୍ୟାଚ ଖେଳାଯାଇଥିଲା । ଏହି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ମାତ୍ର ଦୁଇଦିନରେ ବିଜୟୀ ହୋଇଥିଲା ।

2018ରୁ 2018 ମସିହା ମଧ୍ୟରେ ନ୍ୟୁଜିଲାଣ୍ଡ 6ଟି ନ୍ୟୁଟ୍ରାଲ ଗ୍ରାଉଣ୍ଡରେ ମ୍ୟାଚ ଖେଳିଛି । ସେଥିମଧ୍ୟରୁ 3ଟିରେ ଦଳ ବିଜୟୀ ହୋଇଥିବା ବେଳେ ଦୁଇଟିରେ ପରାଜିତ ହୋଇଛି । ଗୋଟିଏ ମ୍ୟାଚ ଅମିମାଂସିତ ରହିଥିଲା । ଗତ 20 ବର୍ଷ ମଧ୍ୟରେ ପାକିସ୍ତାନ 39ଟି ମ୍ୟାଚ ନ୍ୟୁଟ୍ରାଲ ଗ୍ରାଉଣ୍ଡ ଖେଳିଛି । ସେଥିମଧ୍ୟରୁ 19ଟିରେ ବିଜୟୀ ହୋଇଥିବା ବେଳେ 12ଟି ପରାଜିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.