ETV Bharat / sports

ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ, ଡେବ୍ୟୁ କଲେ ୫ ଭାରତୀୟ କ୍ରିକେଟର

author img

By

Published : Jul 23, 2021, 3:53 PM IST

ଭାରତ ଇଂଲଣ୍ଡ ମଧ୍ୟ ଜାରି ରହିଥିବା ଦିନିକିଆ ସିରିଜର ଆଜି(ଶୁକ୍ରବାର) ହେଉଛି ଶେଷ ମ୍ୟାଚ । କଲମ୍ବୋରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ୧୯୮୦ ପରେ ପ୍ରଥମ ଥର ଭାରତ ପକ୍ଷରୁ ଦିନିକିଆ ମ୍ୟାଚରେ ୫ ଜଣ ଖେଳାଳି ଡେବ୍ୟୁ କରିଛନ୍ତି ।

ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ, ୫ ଭାରତୀୟ କ୍ରିକେଟର ଖେଳୁଛନ୍ତି ଡେବ୍ୟୁ ମ୍ୟାଚ

କଲମ୍ବୋ: ଭାରତ ଇଂଲଣ୍ଡ ମଧ୍ୟ ଜାରି ରହିଥିବା ଦିନିକିଆ ସିରିଜର ଆଜି(ଶୁକ୍ରବାର) ହେଉଛି ଶେଷ ମ୍ୟାଚ । କଲମ୍ବୋରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ । ଭାରତ ପକ୍ଷରୁ ଆଜିର ମ୍ୟାଚରେ ୫ ଜଣ ଖେଳାଳି ଡେବ୍ୟୁ କରିଛନ୍ତି ।

ଶ୍ରୀଲଙ୍କା ବିପକ୍ଷରେ ୱିକେଟ କିପର ବ୍ୟାଟସମ୍ୟାନ ସଞ୍ଜୁ ସାମସନ, ବ୍ୟାଟସମ୍ୟାନ ନୀତିଶ ରାଣା, ରାହୁଲ ଚହର, ଚେତନ ସାକାରିଆ ଓ ଅଲ ରାଉଣ୍ଡର କେ ଗୌତମ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଛନ୍ତି । ୧୯୮୦ ମସିହା ପରେ ପ୍ରଥମ ପାଇଁ କୌଣସି ଦିନିକିଆରେ ଭାରତ ପକ୍ଷରୁ ୫ ଜଣ କ୍ରିକେଟର ଡେବ୍ୟୁ କରିବାକୁ ଯାଉଛନ୍ତି । ସେହିଭଳି ତୃତୀୟ ଦିନିକିଆରେ ଚୂଡ଼ାନ୍ତ ଏକାଦଶରେ ଭୁବନେଶ୍ବର କୁମାର ନଥିବାରୁ ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ଉପ ଅଧିନାୟକ ଦାୟିତ୍ବରେ ରହିଛନ୍ତି ।

ତୃତୀୟ ଦିନିକିଆ ପାଇଁ ଭାରତ ପକ୍ଷରୁ ଭୁବନେଶ୍ବର କୁମାର, ଦୀପକ ଚହର, ୟୁଜିବେନ୍ଦ୍ର ଚହଲ, କୁଳଦୀପ ଯାଦବ ଓ କୃଣାଲ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ଦ୍ବିତୀୟ ଦିନିକିଆରେ ଭାରତ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କା ହାତରୁ ମ୍ୟାଚ ଛଡ଼ାଇ ନେଇଥିଲା । ଏଥିରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ଅଲରାଉଣ୍ଡର ଦୀପକ ଚହର । ଶ୍ରୀଲଙ୍କା ଏହି ସିରିଜରେ ପରାଜିତ ହୋଇ ସାରିଥିବା ବେଳେ କେବଳ ସମ୍ମାନ ବଞ୍ଚାଇବାକୁ ଦଳ ଏହି ମ୍ୟାଚ ବିଜୟ ହେବାକୁ ଚେଷ୍ଟା କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.