ETV Bharat / sports

Ind vs SA T-20 match: ଆଜି ପ୍ରଥମ ଟି-ଟ୍ବେଣ୍ଟି, ବିଜୟ ଲକ୍ଷ୍ୟରେ ଭାରତ

ଘରୋଇ ଭାରତ ଓ ଦଣିକ୍ଷ ଭାରତ ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ବେଣ୍ଟି ସିରିଜ । ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଆଜି ପ୍ରଥମ ମ୍ୟାଚ ଖେଳାଯିବ । ଏନେଇ ଯୁବ ଭାରତୀୟ ଖେଳାଳି ଜୋରଦାର ପ୍ରସ୍ତୁତି କରିଛନ୍ତି । ଅଧିକ ପଢନ୍ତୁ

ଆଜି ପ୍ରଥମ ଟି-ଟ୍ବେଣ୍ଟି, ବିଜୟ ଲକ୍ଷ୍ୟରେ ଭାରତ

author img

By

Published : Jun 9, 2022, 8:36 AM IST

ନୂଆଦିଲ୍ଲୀ: ଘରୋଇ ଭାରତ ଓ ଦଣିକ୍ଷ ଭାରତ ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ବେଣ୍ଟି ସିରିଜ । ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଆଜି ପ୍ରଥମ ମ୍ୟାଚ ଖେଳାଯିବ । ଏ ନେଇ ଯୁବ ଭାରତୀୟ ଖେଳାଳି ଜୋରଦାର ପ୍ରସ୍ତୁତି କରିଛନ୍ତି । ସେପଟେ ଦକ୍ଷିଣ ଆଫ୍ରିକା ମଧ୍ୟ ତାର ଦଳକୁ ନେଇ ମଇଦାନକୁ ଓହ୍ଲାଇବ । ଭାରତ ମାଟିରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ତେମ୍ବା ବାଭୁମ୍ବାଙ୍କ ଟିମ । ସନ୍ଧ୍ୟା 7ଟାରେ ଖେଳାଯିବ ମ୍ୟାଚ ।

ଏହା ବି ପଢନ୍ତୁ...Ind vs SA T20 Series: ଆହତ ହୋଇ ସିରିଜ୍‌ରୁ ବାଦ୍‌ ପଡ଼ିଲେ ରାହୁଲ ଓ କୁଲଦୀପ

ଘରୋଇ କ୍ରମରେ ଭାରତ କ୍ରମାନ୍ବୟରେ 12ଟି ଟି-ଟ୍ବେଣ୍ଟି ଜିତି ସାରିଛି । ଆଜିର ମ୍ୟାଚକୁ ଜିତି ବିଜୟ ସହ ରେକର୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ଦଳ । ଦୁଇ ଦଳ ମଧ୍ୟରେ ଶେଷ 10 ସରିଜ ମଧ୍ୟରୁ ଭାରତ 9ଟି ବିଜୟ ହାସଲ କରିଛି ତେଣୁ ଭାରତର ପଲ୍ଲା ଭାରି ରହିଛି । ଭାରତରେ ଖେଳିଥିବା 2ଟି ଟି-ଟ୍ବେଣ୍ଟି ସିରିଜ ମଧ୍ୟରୁ ଦକ୍ଷିଣ ଆଫ୍ରିକା ଗୋଟିଏ ସରିଜ ଜିତିଛି ଓ ଅନ୍ୟ ସିରିଜଟି ଡ୍ର ରଖିବାରେ ସଫଳ ହୋଇଥିଲା ।

ଆହତ ସମସ୍ୟା ନେଇ କେଏଲ ରାହୁଲ ଓ କୁଲଦୀପ ଯାଦବ ସିରିଜରୁ ବାଦ ପଡିଛନ୍ତି । ଦଳର ମଙ୍ଗ ଧରିଛନ୍ତି ଋଷବ ପନ୍ତ । ଆହତ ଦଳ ପାଇଁ ବାଧା ସୃଷ୍ଟି କରିପାରେ । ଆଜିର ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ନିକଟରେ ଶେଷ ହୋଇଥିବା ଆଇପିଏଲ ଫୁଲ ଫର୍ମରେ ଥିଲେ ଏହି ଦୁଇ ଖେଳାଳି । ପାଣ୍ଡ୍ୟାଙ୍କ ନେତୃତ୍ବରେ ଆଇପିଏଲ ଟାଇଟଲ ମଧ୍ୟ ହାତେଇଛି ଗୁଜୁରାଟ ଟାଇଟନ୍ସ । ସେପଟେ 3 ବର୍ଷ ପରେ ଦଳକୁ ଫେରିଥିବା କାର୍ତ୍ତିକ ଆଜି ନିହାତି କିଛି କମାଲ କରିବେ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।

ଅରୁଣ ଡେଟଲୀ ଗ୍ରାଉଣ୍ଡର ପିଚ ବ୍ୟାଟିଂ ପାଇଁ ଅନୁକୂଳ ଅଛି । ସାମାନ୍ୟ ମନ୍ଥର ରହିବ ପିଚ । ଅତିରିକ୍ତ ବାଉନ୍ସର ସମ୍ଭାବନା ନାହିଁ । ଟସ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇପାରେ । ତେଣୁ ବ୍ୟାଟରମାନଙ୍କୁ ପ୍ରାରମ୍ଭରୁ ସତର୍କତାର ସହ ଖେଳିବାକୁ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.