ଲଣ୍ଡନ: ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ଡ୍ର'ରେ ଶେଷ ହୋଇଛି । ମ୍ୟାଚ୍ର ଶେଷ ଦିନରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ନ୍ୟୁଜିଲାଣ୍ଡ ବୋଲରଙ୍କ ଅଲଆଉଟ୍ କରିବାର ସମସ୍ତ ପ୍ରୟାସ ବିଫଳ ହୋଇଛି । ଫଳରେ ନିରାଶ ହୋଇଛି ନ୍ୟୁଜିଲାଣ୍ଡ । ଇଂଲଣ୍ଡ ସାମ୍ନାରେ 75 ଓଭରରେ 273 ରନର ବିଜୟ ଲକ୍ଷ୍ୟ ରଖିଥିଲା କେନ ୱିଲିୟମସନଙ୍କ ଟିମ ।
ତେବେ ବୋଲରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଶେଷ ଦିନରେ ଇଂଲଣ୍ଡର ସମସ୍ତ ୱିକେଟ ଦଖଲ କରିପାରନଥିଲା ଟିମ । ଇଂଲଣ୍ଡ ପକ୍ଷରୁ ସଙ୍କଟମୋଚକ ସାଜିଥିଲେ ଡୋମିନିକ ସିବଲେ । ଏକାକୀ 207 ବଲ୍ର ସାମ୍ନା କରିବା ସହ ନ୍ୟୁଜିଲାଣ୍ଡର ବିଜୟକୁ ରୋକିଥିଲେ । ଚା' ବିରତି ସୁଦ୍ଧା 56 ରନରେ ଦୁଇଟି ୱିକେଟ ହରାଇ ସଂଘର୍ଷ କରୁଥିଲା ଘରୋଇ ଟିମ । ତେବେ ପରେ ସିବଲେ ପ୍ରାୟ 5ଘଣ୍ଟାରୁ ଅଧିକ ସମୟ ଓ ଓଲି ପୋପ 66 ମିନିଟ ଧରି ବ୍ୟାଟିଂ କରିବା ସହ ପରାଜୟ ଏଡାଇଥିଲେ ।
କ୍ୟାପଟେନ ଜୋ ରୁଟ୍ ମଧ୍ୟ 40 ରନର୍ ଇଂନିସ ଖେଳିବା ସହ 109 ମିନିଟ ବ୍ୟାଟିଂ କରିଥିଲେ । ପୂର୍ବରୁ ଟେଷ୍ଟ ଡେବ୍ୟୁ ମ୍ୟାଚରେ ଦମଦାର ଦ୍ବିଶତକ ହାସଲ କରିଥିବା ଡେଭନ କନୱେ ମ୍ୟାଚ ଅଫ ଦ ମ୍ୟାଚ୍ ଘୋଷିତ ହୋଇଥିଲେ ।
ସଂକ୍ଷିପ୍ତ ସ୍କୋର: 378 ଅଲଆଉଟ ଓ 169/6 ଘୋଷଣା(ଟମ ଲାଥନ 36,ରସ ଟେଲର 33, ଓଲି ରବିନସନ 3/26); ଇଂଲଣ୍ଡ 275 ଅଲଆଉଟ (ଡୋମିନିକ ସିବଲେ 60,ଜୋ ରୁଟ 40, ରରି ବର୍ଣ୍ଣସ 25, ନେଲ ୱାଗନର 2/27) ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ