ବ୍ରିସ୍ବେନ୍: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି(ବୁଧବାର)ଠାରୁ ଆରମ୍ଭ ହୋଇଛି କ୍ରିକେଟ ଐତିହାସିକ ଲଢ଼େଇ ଆସେସ୍ ସିରିଜ । ପ୍ରଥମ ଦିନର ଶେଷ ସେସନ ବର୍ଷାରେ ଧୋଇ ହୋଇଛି । ତେବେ ଏହାପୂର୍ବରୁ ଅଷ୍ଟ୍ରେଲିଆ ବୋଲର୍ମାନେ ଦମଦାର୍ ପ୍ରଦର୍ଶନ କରି ଇଂଲଣ୍ଡ ଦଳକୁ ୧୪୭ ରନ୍ରେ ଅଲ୍ଆଉଟ୍ କରିଛନ୍ତି । ଆସେସ୍ ଟେଷ୍ଟ ସିରିଜ୍ରେ ଫାଷ୍ଟ ବୋଲର୍ ପ୍ୟାଟ୍ କମିନ୍ସ ୧୯୮୨ ମସିହା ପରେ ପ୍ରଥମ ଥର ପାଇଁ ପ୍ରଥମ ଅଧିନାୟକ ଭାବରେ ୫ଟି ୱିକେଟ ହାସଲ କରିବାର ରେକର୍ଡ ହାସଲ କରିଛନ୍ତି ।
-
Pat Cummins becomes the first captain to take a five-wicket haul in an #Ashes Test since Bob Willis in 1982 🔥 pic.twitter.com/pF0F1PYnGj
— ICC (@ICC) December 8, 2021 " class="align-text-top noRightClick twitterSection" data="
">Pat Cummins becomes the first captain to take a five-wicket haul in an #Ashes Test since Bob Willis in 1982 🔥 pic.twitter.com/pF0F1PYnGj
— ICC (@ICC) December 8, 2021Pat Cummins becomes the first captain to take a five-wicket haul in an #Ashes Test since Bob Willis in 1982 🔥 pic.twitter.com/pF0F1PYnGj
— ICC (@ICC) December 8, 2021
ଏହାପୂର୍ବରୁ ୧୯୮୨ରେ ଇଂଲଣ୍ଡର ଅଧିନାୟକ ଫାଷ୍ଟ ବୋଲର ବବ୍ ୱିଲିସ୍ ଆସେସ୍ ସିରିଜ୍ରେ ୫ଟି ୱିକେଟ ହାସଲ କରିଥିଲେ । ପ୍ୟାଟ୍ କମିନ୍ସଙ୍କ ଛଡ଼ା ମିଚେଲ ଷ୍ଟାର୍କ ଓ ଜୋଶ ହେଜେଲଉଡ୍ ଦୁଇଟି ଲେଖାଏଁ ୱିକେଟ ନେଇଥିବାବେଳେ କ୍ୟାମେରନ୍ ଗ୍ରୀନ ଗୋଟିଏ ୱିକେଟ ନେଇ ଇଂଲଣ୍ଡର ବ୍ୟାଟିଂ ଅର୍ଡରକୁ ଧ୍ବସ୍ତ କରି ଦେଇଥିଲେ ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ତେବେ ଇଂଲଣ୍ଡର ଟପ୍ ଅର୍ଡର ବ୍ୟାଟଙ୍କ ମଧ୍ୟରେ କେବଳ ହସିବ ହମିଦ ହିଁ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ କରି ପାରିଥିଲେ । ଇଂଲଣ୍ଡ ପକ୍ଷରୁ ଜୋଶ୍ ବଟଲର୍ ସର୍ବାଧିକ ୩୯ ରନ୍ କରିଥିଲେ । ତାଙ୍କ ପଛକୁ ଓଲି ପୋପ୍ ୩୫, ହସିବ ହମିଦ ୨୫ ଓ କ୍ରୀଶ ୱକ୍ସ୍ ୨୧ ରନ୍ କରିଥିଲେ । ଆଉ କୌଣସି ବ୍ୟାଟର ଆଖି ଦୃଶିଆ ପ୍ରଦର୍ଶନ କରି ପାରିନଥିଲେ ।
ତୃତୀୟ ସେସନ ପୂର୍ବରୁ ଇଂଲଣ୍ଡର ସମସ୍ତ ବ୍ୟାଟର ପାଭେଲିୟନ ଫେରି ସାରିଥିଲେ । ପ୍ରଥମ ସେସନରେ ଇଂଲଣ୍ଡ ୨୯ ରନ୍ ସ୍କୋର୍ରେ ୪ ୱିକେଟ ହରାଇଥିଲା । ତେବେ ତୃତୀୟ ସେସନ ବର୍ଷା ଯୋଗୁଁ ଆରମ୍ଭ ହୋଇ ପାରିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ