ETV Bharat / sports

India Vs Pakistan, ସୁପର ସଣ୍ଡେରେ ସୁପର ଫାଇଟକୁ ଅପେକ୍ଷା - ଏସିଆ କପ

ଆଉ କିଛି ସମୟ ପରେ ଏସିଆ କପର(Asia Cup 2022 )ସୁପର ଫୋର ରାଉଣ୍ଡରେ ମୁହାଁମୁହିଁ ହେବେ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ ପାକିସ୍ତାନ (India Vs Pakistan) । ସୁପର ଫୋର ରାଉଣ୍ଡରେ ଉଭୟ ଦଳ ନିଜର ବିଜୟ ଅଭିଯାନ ପାଇଁ ଅପ୍ରାଣ ଉଦ୍ୟମ କରିବେ । ଅଧିକ ପଢନ୍ତୁ

India Vs Pakistan :ସୁପର ସଣ୍ଡେରେ ସୁପର ଫାଇଟକୁ ଅପେକ୍ଷା

author img

By

Published : Sep 4, 2022, 4:55 PM IST

ହାଇଦ୍ରାବାଦ: ଆଉ କିଛି ସମୟ ପରେ ଏସିଆ କପର (Asia Cup 2022) ସୁପର ଫୋର୍‌ ରାଉଣ୍ଡରେ ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ (India Vs Pakistan) । ସୁପର ଫର ରାଉଣ୍ଡରେ ଉଭୟ ଦଳ ନିଜର ବିଜୟ ଅଭିଯାନ ପାଇଁ ଅପ୍ରାଣ ଉଦ୍ୟମ କରିବେ । ସେପଟେ ବିଶ୍ବର କ୍ରିକେଟ ପ୍ରେମୀଙ୍କର ନଜର ରହିଛି ଆଜିର ସୁପର ସଣ୍ଡେରେ ସୁପର ଫୋର ମ୍ୟାଚ୍‌ ଉପରେ । ଗତ ଅଗଷ୍ଟ ୨୮ ତାରିଖରେ (ରବିବାର) ଉଭୟ ପାରମ୍ପରିକ ପ୍ରତିଦ୍ବନ୍ଦୀ ମୁହାଁମୁହିଁ ହୋଇଥିଲେ ତେବେ ଆଜି ସନ୍ଧ୍ୟାରେ ପୁଣି ଥରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ତେବେ ଦର୍ଶକ ଆଜିର ହାଇଭୋଲଟେଜ ମ୍ୟାଚ୍‌ ଅପେକ୍ଷାରେ ରହିଛନ୍ତି ।

ଲିଗ ମ୍ୟାଚ୍‌ରେ ହଂକଂ ଏବଂ ପାକିସ୍ତାନକୁ ହରାଇ ଭାରତ ସୁପର ଫୋର ଟେବୁଲ ପଏଣ୍ଟରେ ଶୀର୍ଷରେ ରହିଛି । ତେବେ ଆଜିର ମ୍ୟାଚ୍‌ରେ ପାକିସ୍ତାନକୁ ହରାଇବାର ରଣକୌଶଳ ପ୍ରସ୍ତୁତ କରି ପଡିଆକୁ ଓହ୍ଲାଇବ ରୋହିତ ବାହିନୀ । ତେବେ ଚୁଡାନ୍ତ ଏକାଦଶ ପାଇଁ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ । ଭରସାଯୋଗ୍ୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଏସିଆ କପରୁ ବାଦ ପଡି ଦଳକୁ ପ୍ରଥମ ଝଟକା ଦେଇଛନ୍ତି ।

ଜାଡେଜାଙ୍କ ସ୍ଥାନରେ ଏସିଆ କପ୍‌ ସ୍କ୍ବାଡରେ ସ୍ଥାନ ପାଇଛନ୍ତି ଅକ୍ଷର ପଟେଲ । ସେହିପରି ଦିନେଶ କାର୍ତ୍ତିକ ଏବଂ ଋଷଭ ପନ୍ତଙ୍କ ମଧ୍ୟରୁ କାହାକୁ ସ୍ଥାନ ଦିଆଯିବ ସେନେଇ ଦ୍ବନ୍ଦ୍ବରେ ଦଳ । ଭାରତ ଓ ପାକିସ୍ତାନର ପ୍ରଥମ ମ୍ୟାଚ୍‌ର ସ୍ଥିତିକୁ ଦେଖି ଚୁଡାନ୍ତ ନିଷ୍ପତି ହେବ । କାରଣ ପାକିସ୍ତାନର ବ୍ୟାଟିଂ ଅପେକ୍ଷା ବୋଲିଂ ଅଧିକ ଫର୍ମରେ ରହିଛି ।

ପ୍ରଥମ ଅର୍ଡର ବ୍ୟାଟିଂ ଉପରେ ଦଳ ଅଧିକ ଫୋକସ କରିବ । ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି ପ୍ରଥମ ଅର୍ଡର ବ୍ୟାଟିଂ ଲାଇନରେ ଫେଲ୍‌ ମାରିଲେ ମିଡିଲ ଅର୍ଡର ଉପରେ ଦଳ ଶେଷ ଭରସା କରିବ । ଗତ ମ୍ୟାଚରେ ଲୋକେଶ ରାହୁଲ ଶୂନ୍ୟରେ ଆଉଟ ହୋଇ ଶୀଘ୍ର ପାଭିଲିୟନ ଫେରିଥିଲେ । ରୋହିତ ଶର୍ମା ମଧ୍ୟ ସଫଳ ସ୍କୋର କରିପାରିନଥିଲେ । ବିରାଟ କୋହଲି ଭଲ ପାଳି ଆରମ୍ଭ କରିଥିଲେ ମଧ୍ୟ ୩୫ ରନ କରି ଆଉଟ୍‌ ହୋଇଯାଇଥିଲେ । ହେଲେ ହଂକଂ ବିପକ୍ଷ ମ୍ୟାଚ୍‌ରେ ୪୪ ବଲରୁ ୫୯ରନର ଇନିଂସ ଖେଳିଥିଲେ । ତେଣୁ ତାଙ୍କର ଯଦି ଏହି ଫର୍ମ ବଜାୟ ରୁହେ ତାହେଲେ ଦଳ ବଡ ସ୍କୋର କରିବ ବୋଲି ଆଶା କରାଯାଇପାରେ ।

ସେପଟେ ମିଡିଲ ଅର୍ଡର ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଜବରଦସ୍ତ ଫର୍ମରେ ଥିବା ସହିତ ସେ ଭଲ ଫିନିସର ଭାବରେ ବିବେଚିତ ହୋଇଛନ୍ତି । ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ଦୀପକ ହୁଡ୍ଡା ମଧ୍ୟକ୍ରମରେ ବ୍ୟାଟିଂ ଭାର ସମ୍ଭାଳି ଭରସାଯୋଗ୍ୟ ରହିଛନ୍ତି । ତେବେ ବୋଲିଂ ଭାରତ ପାଇଁ ସାମାନ୍ୟ ମୁଣ୍ଡ ବ୍ୟଥାର କାରଣ ସାଜିଛି ।

ସେପଟେ ଭୁବନେଶ୍ବର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହଙ୍କ ଉପରେ ୱିକେଟ ପାଇଁ ସମସ୍ତଙ୍କ ନଜର ରହିବ । ପାକିସ୍ତାନ ହଂକଂକୁ ୧୫୫ ରନରେ ପରାସ୍ତ କରିବା ପରେ ଦଳର ମନୋବଳ ଦୃଢ ଥିବା ନଜର ଆସିଛି । ପାକିସ୍ତାନର ବ୍ୟାଟିଂ ଫର୍ମ ମଜବୁତ ରହିବା ସହିତ ଏସିଆ କପ୍‌ରେ ପାକିସ୍ତାନର ବୋଲିଂ ଏପର୍ଯ୍ୟନ୍ତ ଚମତ୍କାର ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.