ETV Bharat / sports

ମୋ ପାଇଁ ହତ୍ୟା ଠାରୁ ବଡ ଅପରାଧ ମ୍ୟାଚ ଫିକ୍ସିଙ୍ଗ: ଧୋନି - ଧୋନି

‘ମୁଁ ଫିକ୍ସିଙ୍ଗରେ କେବେ ମଧ୍ୟ ସାମିଲ ହୋଇ ପାରିବିନି, କାରଣ ଆଜି ମୁଁ ଯେଉଁ ସ୍ଥାନରେ ପହଁଞ୍ଚିଛି, ମତେ ଯାହା ବି ମିଳିଛି, ତାହା କେବେଳ କ୍ରିକେଟ ପାଇଁ । ବ୍ୟକ୍ତିଗତ ଭାବେ ଯଦି ସବୁଠାରୁ ବଡ ଅପରାଧ ମୁଁ କରିବି ତାହା ହତ୍ୟା ନୁହେଁ ବାସ୍ତବରେ ମ୍ୟାଚ ଫିକ୍ସିଙ୍ଗ ହେବ।’

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Mar 22, 2019, 11:54 AM IST

ନୂଆଦିଲ୍ଲୀ: ଆଇପିଏଲର ଦ୍ବାଦଶ ସଂସ୍କରଣ 23 ମାର୍ଚ୍ଚରୁ ଆରମ୍ଭ ହେବ । ଏହା ପୂର୍ବରୁ ଅନେକ କଥା ଉପରୁ ପରଦା ହଟାଇଛନ୍ତି ସିଏସ୍‌କେର କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂହ ଧୋନି । ଦୁଇଥର ବିଶ୍ବବିଜେତା ହୋଇଥିବା ଟିମର କ୍ୟାପ୍ଟେନ ଧୋନି ହଟଷ୍ଟାରରେ ରିଲିଜ ହୋଇଥିବା ଡକ୍ୟୁଡ୍ରାମା ‘ରୋର ଅଫ ଦ ଲାୟନ’ ରେ ପ୍ରଥମ ଥର ପାଇଁ ସ୍ପଟ ଫିକ୍ସଙ୍ଗ ଉପରେ ମୁହଁ ଖୋଲିଛନ୍ତି ।

‘ଆମେ କ’ଣ ଭୁଲ କରିଥିଲୁ’ ଶୀର୍ଷକ ଥିବା ପ୍ରଥମ ଏପିସୋଡରେ ଧୋନି କହିଛନ୍ତି, ‘2013 ମୋ କ୍ରିକେଟ କ୍ୟାରିୟରର ସବୁଠାରୁ ଖରାପ ସମୟ ଥିଲା । ଏହା ପୂର୍ବରୁ 2007ରେ ଆମେ ଆଇସିସି ବିଶ୍ବକପ୍ ହାରିବା ପରେ ଏମିତି ଖରାପ ସମୟ ମୁଁ ଦେଖିଥିଲି କିନ୍ତୁ ଏହା 2013 ଠାରୁ ଖୁବ ଅଲଗା ଥିଲା । 2007ରେ ଆମେ ଭଲ ଖେଳି ନଥିଲୁ । ଲୋକେ ସ୍ପଟ ଫିକ୍ସିଙ୍ଗ ଓ ମ୍ୟାଚ ଫିକ୍ସିଙ୍ଗ ବିଷୟରେ କଥା ହେଉଥିଲେ । ସେତେବେଳେ ଦେଶରେ ସବୁଠାରୁ ଅଧିକ ଏହି ବିଷୟରେ ଚର୍ଚ୍ଚା ହେଉଥିଲା ।

ଚେନ୍ନାଇ ସୁପର କିଙ୍ଗସ୍‌ର ବ୍ୟାନ ନେଇ ଧୋନି କହିଥିଲେ, ‘ଏହି ଘଟଣା ପରେ ଆମେ ଜାଣିଥିଲୁ ଯେ ଆମକୁ ଶକ୍ତ ଦଣ୍ଡ ମିଳିବ. କିନ୍ତୁ ଏହା କେତେ ଲମ୍ବା ହେବ ତାହା ଜାଣି ନଥିଲୁ । ଶେଷରେ ଜଣାପଡିଲା ଯେ ସିଏସ୍‌କେ ଉପରେ ଦୁଇବର୍ଷପାଇଁ ପ୍ରତିବନ୍ଧ ଲଗାଯାଇଛି । ଏମିତିରେ ମନରେ ଅନେକ ଥର ପ୍ରଶ୍ନ ଆସିଛି ଯେ ଏଥିରେ ଟିମର କଣ ଭୁଲ ଥିଲା । ହଁ ମାନୁଛୁ ଯେ ଭୁଲ ହୋଇଥିଲା କିନ୍ତୁ ଏଥିରେ କ’ଣ ଟିମ ସଦସ୍ୟ ସାମିଲ ଥିଲେ । ଆମର ଏମିତି କ’ଣ ଭୁଲ ଥିଲା ଯେ ଆମକୁ ଏହି ସବୁ କଥା ସହିବାକୁ ପଡିଲା।’

ଧୋନି ଆଗକୁ କହିଲେ, ‘ସ୍ପଟ ଫିକ୍ସିଙ୍ଗ କେହି ବି କରି ପାରେ । ଏହା ଅମ୍ପାୟାର ମଧ୍ୟ କରି ପାରନ୍ତି, ବ୍ୟାଟ୍ସମ୍ୟାନ କରି ପାରନ୍ତି, ବୋଲର ବି କରି ପାରନ୍ତି । କିନ୍ତୁ କୌଣସି ମ୍ୟାଚ ଫିକ୍ସ କରିବା ପାଇଁ ଟିମର ଖେଳାଳିଙ୍କ ମେଜୋରିଟି ଦରକାର।’

ଧୋନି ଫିକ୍ସିଙ୍ଗରେ ନିଜ ନା ଆସିବା ନେଇ ମଧ୍ୟ ‘ରୋର ଅଫ ଲାୟନରେ’ କହିଛନ୍ତି । କିଛି ବୁକିସ ଧୋନିଙ୍କ ନା ବି ନେଇ ଥିଲେ । ଏନେଇ ଧୋନି କହିଥିଲେ ‘ମୋ ନାଁ ମଧ୍ୟ ଉଠିଥିଲା ଆଉ ମିଡିଆରେ ବି ଏମିତି ଦେଖାଇଲେ ଯେ ମୁଁ ବ୍ୟକ୍ତିଗତ ଭାବେ ଏଥିରେ ସାମିଲ ଅଛି।’

ଫିକ୍ସିଙ୍ଗରେ ନିଜ ନାଁ ଆସିବା ନେଇ ମାହି କହିଛନ୍ତି, ‘ମୁଁ ଫିକ୍ସିଙ୍ଗରେ କେବେ ମଧ୍ୟ ସାମିଲ ହୋଇ ପାରିବିନି, କାରଣ ଆଜି ମୁଁ ଯେଉଁ ସ୍ଥାନରେ ପହଁଞ୍ଚିଛି, ମତେ ଯାହା ବି ମିଳିଛି, ତାହା କେବେଳ କ୍ରିକେଟ ପାଇଁ । ବ୍ୟକ୍ତିଗତ ଭାବେ ଯଦି ସବୁଠାରୁ ବଡ ଅପରାଧ ମୁଁ କରିବି ତାହା ହତ୍ୟା ନୁହେଁ ବାସ୍ତବରେ ମ୍ୟାଚ ଫିକ୍ସିଙ୍ଗ ହେବ।’

ଏହାସହ ଧୋନି ଶ୍ରୀନିବାସନ ଙ୍କ ଜ୍ୱାଇଁ ଗୁରୁନାଥ ମୟପ୍ପନଙ୍କୁ ନେଇ ମଧ୍ୟ ଖୋଲାଖୋଲି କଥା ହେଇଛନ୍ତି । ମୟପନ୍ନଙ୍କ ଫିକ୍ସିଙ୍ଗରେ ସାମିଲ ହେବା ନେଇ ଧୋନି କହିଛନ୍ତି ‘ଆରମ୍ଭରୁ ଯେତେବେଳେ ଗୁରୁଙ୍କ ନାଁ ଉଠିଥିଲା ସେ ଟିମର ସାମିଲ ଥିଲେ, କିନ୍ତୁ ତାକୁ ନେଇ ଚର୍ଚ୍ଚା ହେବା କେତେ ଯଥାର୍ଥ। ସେ କ’ଣ ଟିମର ମାଲିକ ଥିଲେ, ପ୍ରିନ୍ସିପାଲ ଥିଲେ, ନା ଟିମ ମୋଟିଭେଟର ଥିଲେ, କ’ଣ ଥିଲେ ସେ। ଆମକୁ ସେ ଟିମର ମାଲିକ ବୋଲି କୌଣସି ଫ୍ରାନଚାଇଜ କେବେ ପରିଚୟ କରାଇ ନଥିଲେ। ଆମେ କେବଳ ଜାଣିଥିଲୁ ଯେ ସେ ଶ୍ରୀନିବାସନଙ୍କ ଜ୍ୱାଇଁ।’

Slug- ଦୋଳ ଯାତ୍ରା , pkg, puri,21।3।19

Anchor-  ଆଜି ପବିତ୍ର ଦୋଳ ପୁର୍ନମି | ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପବିତ୍ର ଦୋଳ ଉତ୍ସବ ଆଜି ପାଳିତ ହୋଇଯାଇଛି | ଏହି ଅବସରରେ ଶ୍ରୀଜିଉ ମାନଙ୍କର ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ ,ଭୂଦେବୀ  ଓ ଶ୍ରୀଦେବୀ  ବିମାନରେ ବସି  ଦୋଳବେଦୀକୁ  ଆସିଥିବା ସହ ଭକ୍ତ ଓ ସେବାୟତ ମାନଙ୍କ ସହ ମିଶି ଫଗୁ  ଓ ଅବିରରେ  ହୋଲି  ଖେଳିଥିଲେ | ପରମ୍ପରା ଅନୁସାରେ ଆଜି ଦୋଳବେଦୀ  ରେ ବସି ଭକ୍ତ ମାନଙ୍କୁ ଦର୍ଶନ ଦେଇଥିବା ବେଳେ ଶ୍ରୀମନ୍ଦିର ରେ ଆଜି ଶ୍ରୀଜୀଉମାନେ ରାଜା ବେଶ ବା ସୁନା ବେଶ ରେ ଦର୍ଶନ ଦେଇଛନ୍ତି |

Vo1- ପବିତ୍ର ଦୋଳ ପୁର୍ନମି ଅବସରରେ ପୁରୀ ଶ୍ରୀମନ୍ଦିର ରେ ଶ୍ରୀଜିଉମାନଙ୍କ ର ଦୋଳ ଉତ୍ସଵ ମହାସମାରୋହ ରେ ପାଳିତ ହୋଇଯାଇଛି | ଏନେଇ ଆଜି ଶ୍ରୀଜୀଉମାନଙ୍କର ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ ,ଭୂଦେବୀ ଓ ଶ୍ରୀଦେବୀ ଙ୍କ ସହ ଶ୍ରୀମନ୍ଦିର ରୁ  ବିମାନ ରେ ଆସି ଦୋଳବେଦୀ ଉପରେ  ବିରାଜ ହୋଇଥିଲେ | ସଂକୀର୍ତନର ତାଳେ ତାଳେ ଭକ୍ତ ମାନେ ଶ୍ରୀଜୀଉମାନଙ୍କୁ  ଦୋଳବେଦୀ ଚତୁର୍ପାଶ୍ୱ  ରେ 7 ଘେରା ବୁଲାଇବା ସହ ଫଗୁ ରେ ଭଗବାନଙ୍କ ସହିତ ରଙ୍ଗ  ଖେଳିଥିଲେ  | ଏହି ଅବସରରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ | ଭକ୍ତ ଓ ସେବାୟତ ଙ୍କ ସହ ଶ୍ରୀଜୀଉମାନେ ହୋଲି ଉତ୍ସଵ ପାଳନ କରିଥିଲେ |
Byte- 1,ସୂର୍ଯ୍ୟ ନାରାୟଣ ରଥଶର୍ମା ( ଗବେଷକ,ଜଗନ୍ନାଥ ସଂସ୍କୃତି )

Vo2- ଫଗୁ ଖେଳ ପରେ ପରମ୍ପରା ଅନୁସାରେ ଚଳନ୍ତି ପ୍ରତିମା ଗୁଡିକୁ ଦୋଳବେଦିରେ ସର୍ବସାଧାରଣ ଦର୍ଶନ ପାଇଁ ରଖାଯାଇଥିଲା  | ବହୁ ସଂଖ୍ୟାରେ  ଦର୍ଶନାର୍ଥୀ ଓ ଭକ୍ତ ଦୋଳବେଦୀରେ  ଠାକୁର  ମାନଙ୍କୁ ଦର୍ଶନ କରିଥିଲେ | ଏହା ଛଡା ଆଜି ଶ୍ରୀମନ୍ଦିରରେ ମଧ୍ୟ ତିନି ଠାକୁରଙ୍କ ରାଜାଧିରାଜ ବେଶ ରେ ସଜ୍ଜିତ  କରାଯାଇଥିବା ବେଳେ ଭକ୍ତମାନେ ଏହି ସୁନାବେଶ ଦେଖିବାକୁ ଶ୍ରୀମନ୍ଦିରରେ ବେଶ ଭିଡ ଜମାଇଥିବା ଲକ୍ଷ କରାଯାଇଥିଲା | ଶ୍ରୀଜୀଉଙ୍କ ସହିତ ହୋଲି ଖେଳିବାର  ସୌଭାଗ୍ୟ ମିଳିଥିବାରୁ   ଭକ୍ତ ମାନେ ନିଜକୁ ଧନ୍ୟମନେ କରିଥିବା ମତ ଦେଇଥିଲେ |
Byte- ଭକ୍ତ 
Byte- ଭକ୍ତ 
Fvo-ଶ୍ରୀମନ୍ଦିରରେ ଦୋଳ ଯାତ୍ରା  ପର୍ବ ଏକ ଅନନ୍ୟ ପରମ୍ପରା ହୋଇଥିବାରୁ ଭକ୍ତ ମାନେ ଅତ୍ୟନ୍ତ ଆଗ୍ରହ  ଓ ଉତ୍ସହ ସହକାରେ ଏହାର ମଜା ଉଠାଇଥିଲେ  |

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଏହି pkg ର ଭିଯୁଆଲ ବାଇଟ dolo slug ରେ ଯାଇଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.