ETV Bharat / sports

Etv Bharat Exclusive: କୋଲକାତାରେ ପାକିସ୍ତାନ ଅଧିନାୟକ ବାବରଙ୍କ ଲାଗି କଡା ସୁରକ୍ଷା ବ୍ୟବସ୍ଥା, ଜାଣନ୍ତୁ କାରଣ

author img

By ETV Bharat Odisha Team

Published : Oct 27, 2023, 5:07 PM IST

ଆସନ୍ତା ୩୧ ତାରିଖରେ କୋଲକାତାରେ ଖେଳାଯିବ ପାକିସ୍ତାନ ଓ ବାଂଲାଦେଶ ମ୍ୟାଚ୍‌ । କାଲି ପାକିସ୍ତାନ ଟିମ କୋଲକାତାରେ ପହଞ୍ଚିବାକୁ ଥିବା ବେଳେ ଅଧିନାୟକ ବାବରଙ୍କ ଲାଗି କରାଯାଇଛି କଡା ସୁରକ୍ଷା ବ୍ୟବସ୍ଥା । ଅଧିକ ପଢନ୍ତୁ

Babar Azam
Babar Azam

କୋଲକାତା: ଆସନ୍ତା ୩୧ ତାରିଖରେ କୋଲକାତାର ଇଡେନ ଗାର୍ଡେନରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ୩୧ତମ ଲିଗ୍‌ । ନିଜ ପ୍ରିୟ ଖେଳାଳିଙ୍କୁ ପାଖରୁ ଦେଖିବା ଲାଗି ଷ୍ଟାଡିୟମରେ ଖଚାଖଚ ଭିଡ଼ ଜମିବ । ଆସନ୍ତାକାଲି (ଶନିବାର) ପାକିସ୍ତାନ ଟିମ କୋଲକାତାରେ ପହଞ୍ଚିବ । ତେବେ ବିଶେଷ କରି ପାକିସ୍ତାନ ଟିମ ଅଧିନାୟକ ବାବର ଆଜମଙ୍କ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ଯଦି ଇଡେନ ଗାର୍ଡେନରେ ବାବର ବାଉଣ୍ଡାରୀ ଲଗାନ୍ତି, ତେବେ ଫ୍ୟାନ୍ସଙ୍କ କମେଣ୍ଟରୁ ବାବରଙ୍କୁ ବଞ୍ଚାଇବା ଲାଗି ବାଉଣ୍ଡାରୀ ନିକଟରେ ପହଞ୍ଚିବେ ସ୍ବତନ୍ତ୍ର ପୋଲିସ ଫୋର୍ସ ।

ଭାରତ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବାରୁ ବିଦେଶୀ ଖେଳାଳିଙ୍କ ସୁରକ୍ଷା ଲାଗି ସବୁଆଡେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ହେଲେ କୋଲକାତାରେ ବାବରଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡି ରହିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ବାବର କଣ ପାଇଁ ଏତେ ଖାସ୍‌ ? ସେ ଦଳର ଅଧିନାୟକ ନିଶ୍ଚିତ, ଏହାବାଦ୍‌ ବାବରଙ୍କ ଫ୍ୟାନ ଫଲୋଇଙ୍ଗ୍‌ ଅଧିକ । କେବଳ ପାକିସ୍ତାନରେ ନୁହେଁ, ବାହାରେ ମଧ୍ୟ ବାବରଙ୍କୁ ବେଶ ପସନ୍ଦ କରିଥାନ୍ତି କ୍ରୀଡାପ୍ରେମୀ । ବାବର ଜଣେ ଚମତ୍କାର ବ୍ୟାଟର୍‌ ହୋଇଥିବା ବେଳେ ବିଶେଷ କରି ଫ୍ୟାନ୍ସ ତାଙ୍କ ବ୍ୟକ୍ତିତ୍ବକୁ ପସନ୍ଦ କରିଥାନ୍ତି ।

ଏହା ବି ପଢନ୍ତୁ- World Cup 2023: ପାକିସ୍ତାନ ବନାମ ସାଉଥ ଆଫ୍ରିକା, ଟସ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି

କୋଲକାତା ପୋଲିସ ହେଡକ୍ବାର୍ଟରର ସୂଚନା ଅନୁସାରେ ଶନିବାର ବାବର କୋଲକାତାରେ ପହଞ୍ଚିବା ପରେ ତାଙ୍କୁ କଡା ସୁରକ୍ଷାର ସହିତ ହୋଟେଲକୁ ନିଆଯିବ । ହୋଟେଲର ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବାବର ରହିବାକୁ ଥିବା ହୋଟେଲ ରୁମରେ କିଛି ସ୍ପେଶାଲ ପୋଲିସ ଅଧିକାରୀଙ୍କୁ ଯିବା ଲାଗି ଅନୁମତି ଦିଆଯିବ । ଖାଲି ସେତିକି ନୁହେଁ, ଯଦି ବାବର ଇଡେନ ଗାର୍ଡେନରେ ଭଲ ପ୍ରଦର୍ଶନ କରନ୍ତି ବା ବାଉଣ୍ଡାରୀ ଲଗାନ୍ତି, ତେବେ ବାଉଣ୍ଡାରୀ ନିକଟରେ ସିକ୍ୟୁରିଟି ଫୋର୍ସ ତୁରନ୍ତ ପହଞ୍ଚିବେ । ଦର୍ଶକମାନେ ବାବରଙ୍କ ଧ୍ୟାନ ହଟାଇବା ଲାଗି ଯଦି କମେଣ୍ଟ କରିବେ, ଏଥିରୁ ବାବରଙ୍କୁ ରକ୍ଷା କରିବା ଲାଗି ଏହି ସ୍ବତନ୍ତ୍ର ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ହେଡକ୍ବାର୍ଟର ପକ୍ଷରୁ କୁହାଯାଇଛି ।

ଏହି ଭିନ୍ନ ଧରଣର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କୋଲକାତା ପୋଲିସର ଅତିରିକ୍ତ କମିଶନର । ସେ କହିଛନ୍ତି, "ପୂର୍ବରୁ ଏଭଳି ସ୍ବତନ୍ତ୍ର ଧରଣର ପୋଲିସ ଫୋର୍ସ ମୁତୟନ ହେବା କଥା ମୁଁ ଜାଣିନାହିଁ । କିନ୍ତୁ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜମଙ୍କ ପାଇଁ ଯେଉଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ ସମ୍ବନ୍ଧରେ ଅଧିକ ସୂଚନା ପ୍ରକାଶ କରାଯାଇପାରିବ ନାହିଁ । କାରଣ ଏହା ଆଭ୍ୟନ୍ତରୀଣ ସୁରକ୍ଷାକୁ ପ୍ରଭାବିତ କରିପାରେ ।" ଲାଲବଜାର ପୋଲିସର ସୂଚନା ଅନୁସାରେ ପାକିସ୍ତାନ ଟିମ କୋଲକାତାରେ ପହଞ୍ଚିବା ପରେ ଏହି ସ୍ବତନ୍ତ୍ର ପୋଲିସ ଫୋର୍ସ ବାବର ଆଜମଙ୍କ ସୁରକ୍ଷାରେ ଲାଗିବେ । ବାବର ଯେଉଁ ସ୍ଥାନକୁ ଯିବେ ତାଙ୍କ ସହିତ ରହିବେ ଏହି ପୋଲିସ ଫୋର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.