ETV Bharat / sports

World Cup 2023: 'ଟିମ୍ ଇଣ୍ଡିଆକୁ ସାମ୍ନା କରିବାକୁ ଅନ୍ୟ ଦଳ ଭୟ କରୁଛନ୍ତି'

author img

By ETV Bharat Odisha Team

Published : Nov 8, 2023, 1:25 PM IST

ଚଳିତ ଆଇସିସି କ୍ରିକେଟ ବିଶ୍ବକପରେ ଭାରତୀୟ କ୍ରିକେଟ ଦଳ ଫୁଲ ପର୍ମରେ ରହିଛି । 8ଟି ଲିଗ ମ୍ୟାଚ ଜିତି ଏଯାବତ ଅପରାଜେୟ ରହିଛି ଦଳ । ଟିମ୍ ଇଣ୍ଡିଆର ଏହି ପ୍ରଦର୍ଶନ ପରେ ଦଳକୁ ସାମ୍ନା କରିବାକୁ ଅନ୍ୟ ଦଳ ଭୟ କରୁଥିବା କହିଛନ୍ତି ପୂର୍ବତନ କ୍ରିକେଟର ରାଜେଶ ଚୌହାନ। ଅଧିକ ପଢନ୍ତୁ

Interview with former cricketer Rajesh Chauhan
cricket world cup 2023

ହାଇଦ୍ରାବାଦ: ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳ ତାର ବ୍ୟାଟିଂ ଓ ବୋଲିଂରେ ଉଲ୍ଲେଖ୍ୟନୀୟ ପ୍ରଦର୍ଶନ କରିଛି । ଚଳିତ କ୍ରିକେଟ ବିଶ୍ବକପରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଉଲ୍ଲେଖନୀୟ ପ୍ରଦର୍ଶନ ସହ ଭାରତ ନୂଆ ଶିଖର ଛୁଇଁଛି । ଭାରତୀୟ କ୍ରିକେଟ ଦଳର ଏହା ସ୍ବର୍ଣ୍ଣିମ ଯୁଗ କୁହାଯାଉଛି । ଟିମ ଇଣ୍ଡିଆର ଏହି ପ୍ରଦର୍ଶନ ପାଇଁ ତାର ସାମ୍ନା କରିବାକୁ ଅନ୍ୟ ଦଳ ଭୟ କରୁଛନ୍ତି ବୋଲି ଇଟିଭି ଭାରତକୁ ସାକ୍ଷାତକାର ଦେଇ କହିଛନ୍ତି ପୂର୍ବତନ କ୍ରିକେଟର ରାଜେଶ ଚୌହାନ ।

ଇଟିଭି ଭାରତକୁ ସାକ୍ଷାତକାର ଦେଇ ରାଜେଶ ଚୌହାନ କହିଛନ୍ତି, '' ବର୍ତ୍ତମାନ ଭାରତୀୟ ଦଳରେ 5 ଜଣ ବୋଲର ଅସାଧାରଣ ବୋଲିଂ କରୁଛନ୍ତି । ଅଧିନାୟକ ରୋହିତ ଶର୍ମା ମୈଦାନ ଭିତରେ ଓ ବାହାରେ ଜଣେ ଭଲ ଲିଡର । ଦଳର ନେତୃତ୍ବା ନେବାରେ ତାଙ୍କ ଭୂମିକା ଅସାଧାରଣ । ରୋହତିଙ୍କ ନେତୃତ୍ବ ଦଳକୁ ସଫଳତା ଦେଇଛି । ଏହା ସହିତ ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲଙ୍କ ଭଳି ଖେଳାଳି ଦଳକୁ ଆଗେଇ ନେଇଛନ୍ତି । ଖେଳାଳିଙ୍କ ମଧ୍ୟରେ ଅତୁଟ ବନ୍ଧନ ଦଳର ବିଜୟରେ ସହାୟକ ହୋଇଛି । ଚଳିତ ବିଶ୍ବକପରେ ଭାରତର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଦଳର ସାମ୍ନା କରିବାକୁ ଅନ୍ୟ ଦଳ ଭୟ ପ୍ରକାଶ କରୁଛନ୍ତି ।''

ଆଗକୁ ସେମିଫାଇନାଲ ରହିଛି । ସେନେଇ ରାଜେଶ ଚୌହାନ କହିଛନ୍ତି, ସେମିଫାଇନାଲ ଓ ଫାଇନାଲ ସହିତ ଟୁର୍ଣ୍ଣାମେଣ୍ଟର ଆଗାମୀ ପର୍ଯ୍ୟାୟରେ ମଜଭୁତ ପ୍ରତିନିଧିତ୍ବ ହେବ । ଦଳର ଘାତକ ବୋଲର ବିଶେଷ କର ଦ୍ରୁତ ବୋଲର ଦଳ ପାଇଁ ସହାୟକ ହେବେ । ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ମହମ୍ମଦ ସିରାଜଙ୍କ ଭଳି ଖେଳାଳି ରହିଛନ୍ତି । ଘାତକ ବୋଲର ବିପକ୍ଷଙ୍କ ମଧ୍ୟରେ ଆତଙ୍କ ଖେଳାଇଛନ୍ତି । ରାହୁଲ ଦ୍ରାବିଡ ଜଣେ ଆସାଧାରଣ ଦକ୍ଷ କୋଚ । ତାଙ୍କ ପ୍ରଶିକ୍ଷଣରେ ଦଳ ଅଧିକ ସନ୍ତୁଳିତ ମଜଭୁତ ହୋଇଛି । ଶିବିରରରେ ରାହୁଲ ଦ୍ରାବିଡଙ୍କ ଉପସ୍ଥିତି ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇଛି ।''

ପ୍ରକାଶ ଥାଉ କି, ଚଳିତ ବିଶ୍ବକପରେ ଭାରତ 5ଥର ଚମ୍ପିଆନ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା । ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ଘରୋଇ ମାଟିରେ ଆଧିପତ୍ୟ ବିସ୍ତାର କରି ଲଗାତାର 8ମ ବିଜୟ ସହ ଟେବୁଲ ଟପରେ ରହିଛି । ଅଷ୍ଟ୍ରେଲିଆ, ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ, ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ଓ ନ୍ଯୁଜିଲାଣ୍ଡ, ବାଂଲାଦେଶ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା କେହି ବି ଟିମ ଇଣ୍ଡିଆକୁ ଅଟକାଇପାରି ନାହାନ୍ତି । ଆସନ୍ତା 12 ତାରିଖରେ ନେଦରଲାଣ୍ଡସ ବିପକ୍ଷରେ ଶେଷ ଲିଗ ମ୍ୟାଚ ଖେଳିବ । ଏହି ମ୍ୟାଚ୍‌ ଜିତିବା ସହ ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ରହିବା ଲକ୍ଷ୍ୟରେ ରହିଛି ରୋହିତ ସେନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.