ETV Bharat / sports

ଘରୋଇ ପଡ଼ିଆରେ ଦ୍ବିତୀୟ ସଫଳ ଅଧିନାୟକ କୋହଲି

author img

By

Published : Feb 16, 2021, 10:07 PM IST

ଘରୋଇ ପଡ଼ିଆରେ ଦ୍ବିତୀୟ ସଫଳ ଅଧିନାୟକ ହେଲେ ବିରାଟ କୋହଲି। ଏହାସହ ସେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସମକକ୍ଷ ହୋଇଛନ୍ତି। ଅଧିକ ପଢ଼ନ୍ତୁ...

kohli became second Successful captain in test match domestic series
ଘରୋଇ ପଡ଼ିଆରେ ଦ୍ବିତୀୟ ସଫଳ ଅଧିନାୟକ କୋହଲି

ଚେନ୍ନାଇ: ଘରୋଇ ପଡ଼ିଆରେ ଦ୍ବିତୀୟ ସଫଳ ଅଧିନାୟକ ହେଲେ ବିରାଟ କୋହଲି। ଏହାସହ ସେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସମକକ୍ଷ ହୋଇଛନ୍ତି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଜାରି ରହିଛି। ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ବିଜୟୀ ହେବାପରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ବିରାଟ କୋହଲି। ଏହି ମ୍ୟାଚକୁ 317 ରନରେ ଇଂଲଣ୍ଡକୁ ମାତ୍ ଦେଇଛି ଭାରତ।

ଦେଶ ଭିତରେ ବିରାଟ କୋହଲିଙ୍କ ନେତୃତ୍ବରେ ଦ୍ବିତୀୟ ସର୍ବାଧିକ ଟେଷ୍ଟ ମ୍ୟାଚ ଜିତିଛି ଭାରତ। ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ଘରୋଇ ପଡ଼ିଆରେ 28 ମ୍ୟାଚ ଖେଳିଥିବା ବେଳେ ସେଥିମଧ୍ୟରୁ 21ଟି ମ୍ୟାଚରେ ବିଜୟୀ ହୋଇଛି। 2ଟି ମ୍ୟାଚରେ ଟିମ ଇଣ୍ଡିଆ ପରାଜିତ ହୋଇଥିବା ବେଳେ 5ଟି ମ୍ୟାଚ ଡ୍ର' ରଖିବାରେ ସକ୍ଷମ ହୋଇଛି। ସେପଟେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବର ଘରୋଇ ପଡ଼ିଆରେ ଭାରତ 30ଟି ଟେଷ୍ଟ ମ୍ୟାଚ ଖେଳିଛି। ସେଥିମଧ୍ୟରେ 21ଟିରେ ଭାରତ ବିଜୟୀ ହୋଇଥିବା ବେଳେ 3ଟିରେ ପରାଜିତ ହୋଇଛି। 6ଟି ମ୍ୟାଚ ଡ୍ର' ହୋଇଛି।

ଉଭୟ ଧୋନୀ ଓ କୋହଲି ଘରୋଇ ପଡ଼ିଆରେ 21ଟି ଲେଖାଏଁ ଟେଷ୍ଟ ମ୍ୟାଚ ଜିତିଛନ୍ତି। କୋହଲିଙ୍କ ପାଖରେ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ବାକିଥିବା ଦୁଇଟି ଟେଷ୍ଟ ମ୍ୟାଚରେ ବିଜୟୀ ହୋଇ ଧୋନୀଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ରହିଛି। ବାକି ଥିବା ଦୁଇଟି ମ୍ୟାଚ ଅହମ୍ମଦାବାଦର ସର୍ଦ୍ଦାଲ ପଟେଲ ଷ୍ଟାଡିୟମରେ ଖେଳାଯିବ।

ସେପଟେ ଏହି ତାଲିକାରେ ପୂର୍ବତନ ଅଧିନାୟକ ମୋହମ୍ମଦ ଆଝାରୁଦ୍ଦିନଙ୍କ ନେତୃତ୍ବରେ ଭାରତ 20ଟି ଟେଷ୍ଟ ମ୍ୟାଚ ଖେଳି 13ଟିରେ ବିଜୟ ହାସଲ କରିଛି। ସେହିଭଳି ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଭାରତୀୟ ଦଳ ଘରୋଇ ପଡ଼ିଆରେ 21ଟି ଟେଷ୍ଟ ମ୍ୟାଚ ଖେଳିଛି। ସେଥିମଧ୍ୟରେ 10ଟିରେ ବିଜୟ ହାସଲ କରିଥିବା ବେଳେ 8ଟି ଡ୍ର ହୋଇଥିଲା। ସୁନିଲ ଗାଭାସ୍କରଙ୍କ ନେତୃତ୍ବରେ ଭାରୀତୟ ଦଳ 29ଟି ମ୍ୟାଚ ଖେଳିଥିବା ବେଳେ 7ଟି ମ୍ୟାଚରେ ବିଜୟୀ ହୋଇଛି। ଦୁଇଟିରେ ପରାଜିତ ହୋଇଥିବା ବେଳେ 20ଟି ମ୍ୟାଚ ଡ୍ର କରିଛି ଭାରତୀୟ ଦଳ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.