ETV Bharat / sports

WTC ପରେ 20 ଦିନ ବାୟୋବବଲ ବାହାରେ ରହିବ ଟିମ ଇଣ୍ଡିଆ

ବିଶ୍ବ ଟେଷ୍ଟ ଚାମ୍ପିଆନସିପ ପରେ 20 ଦିନ ବାୟୋବବଲରୁ ବାହାରେ ରହିବ ଟିମ ଇଣ୍ଡିଆ । ମେ 24ରୁ 20 ଦିନ ପାଇଁ ବାୟୋବବଲ ବାହାରେ ରହିବେ । ଅଧିକ ପଢନ୍ତୁ...

Kohli and boys to get 20-day respite from bio-bubble
WTC ପରେ 20 ଦିନ ବାୟୋବବଲ ବାହାର ରହିବ ଟିମ ଇଣ୍ଡିଆ
author img

By

Published : Jun 8, 2021, 12:11 PM IST

ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚାମ୍ପିଆନସିପ ପରେ 20 ଦିନ ବାୟୋବବଲରୁ ବାହାରେ ରହିବ ଟିମ ଇଣ୍ଡିଆ । ବିଶ୍ବ ଟେଷ୍ଟ ଚାମ୍ପିଆନସିପ ଖେଳିବା ପାଇଁ ସମ୍ପୂର୍ଣ୍ଣ କୋରୋନା କଟକଣା ମଧ୍ୟରେ ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତ କରିଛି ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିଆନସିପ । ଇଂଲଣ୍ଡର ସାଉଥହାମ୍ପଟନର ଏଜେଲ ବାଉଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ବିଶ୍ବ ଟେଷ୍ଟ ଚାମ୍ପିଆନସିପ । ଆସନ୍ତା ଜୁନ 18 ରେ ଆରମ୍ଭ ହେବ ମ୍ୟାଚ । ଭାରତୀୟ କ୍ରିକେଟ ଦଳ ମୁମ୍ବାଇରୁ ସମ୍ପୂର୍ଣ୍ଣ କୋରୋନା କଟକଣା ମଧ୍ୟରେ ଇଂଲଣ୍ଡର ପହଞ୍ଚିଛି । ଇଂଲଣ୍ଡର ବାୟୋବବଲରେ ରହି ଅଭ୍ୟାସ ଆରମ୍ଭ କରିଛି ଟିମ ଇଣ୍ଡିଆ । ବାୟୋବବଲ ଭିତରେ ଥିବା ନିୟମକୁ କଡାକଡି ଭାବରେ ପାଳନ କରୁଛନ୍ତି ଭାରତୀୟ କ୍ରିକେଟ ଟିମ । ବିଶ୍ବ ଟେଷ୍ଟ ଚାମ୍ପିଆନସିପ ଶେଷ ହେବା ପରେ ଭାରତୀୟ କ୍ରିକେଟ ଟିମକୁ 20 ଦିନ ପାଇଁ ବାୟୋବବଲରୁ ବାହାରେ ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି ଏନେଇ ଟିମ ମ୍ୟାନେଜମେଣ୍ଟ ସୂତ୍ରରୁ ଜଣାପଡିଛି । ମେ 24ରୁ 20 ଦିନ ପାଇଁ ବାୟୋବବଲ ବାହାରେ ରହିବେ ।

ସୂଚନାଥାଉକି ଭାରତ କ୍ରିକେଟ ଟିମ ଟେଷ୍ଟ ଚାମ୍ପିଆନସିପ ଖେଳିବା ପରେ ଇଂଲଣ୍ଡ ସହ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟି ସିରିଜ ଖେଳିବା । ଏହାକୁ ଦୃଷ୍ଟିରେ ରଖି ଖେଳାଳିଙ୍କୁ ଫ୍ରେସ ରଖିବା ପାଇଁ ବାୟୋବବଲ ବାହାରେ ରଖିବା ବ୍ୟବସ୍ଥା କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.